Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ବିହାର ସିଂହାସନ କାହାର, ଏନଡିଏ ନା ମହାମେଣ୍ଟକୁ ମିଳିବ ବହୁମତ : ଆଜି ପ୍ରକାଶ ପାଇବ ଫଳାଫଳ

10/11/2020 at 8:02 AM

ପଟନା ୧୦/୧୧: ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ୨୪୩ ବିଧାନସଭା ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ପାଇଁ ହୋଇଛି ବ୍ୟାପକ ବନ୍ଦୋବସ୍ତ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା । ଭୋଟ ଗଣତି ପାଇଁ ସମସ୍ତ ୩୮ଟି ଜିଲ୍ଲାରେ ୫୫ଟି ଭୋଟଗଣତି କେନ୍ଦ୍ର କରାଯାଇଛି । ଏବଂ ୧ ଲକ୍ଷ ୬ ହଜାର ୫୨୪ଟି ଇଭିଏମ୍ ରେ ୩୫୫୮ ପ୍ରାର୍ଥୀ ଭାଗ୍ୟ ସିଲ୍ ହୋଇରହିଛି ।

 ବିହାରରେ ସିଂହାସନ କାହାର- ବାଜି ମାରିବ କିଏ ଆଜି ଭୋଟ ଗଣତି ପରେ ଏହି ଚିତ୍ର ସ୍ପଷ୍ଟ ହୋଇଯିବ । ଭୋଟ ଗଣତିକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିହାରରେ ତିନିଟି ପର୍ଯ୍ୟାୟରେ ହୋଇଥିଲା ମତଦାନ । ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ ତାରିଖରେ ହୋଇଥିଲା ଭୋଟ ଗ୍ରହଣ । ଏହି ନିର୍ବାଚନରେ ୫୭ ଦଶମିକ ୦୫ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ତେବେ ଗତ ୨୦୧୫ ନିର୍ବାଚନରେ ୫୬.୬୬ ପ୍ରତିଶତ ମତଦାନ ହୋଇଥିଲା ।

ବିହାର ଏକ୍ ଜିଟ ପୋଲ ଅନୁସାରେ ଅଧିକାଂଶ ସଂସ୍ଥା ଆରଜେଡି ନେତୃତ୍ବାଧୀନ ମହା ଗଠବନ୍ଧନ କ୍ଷମତାକୁ ଫେରିବା ନେଇ ଆକଳନ କରୁଛନ୍ତି।  ଟାଇମ୍ ସ ନାଓ ସି ଭୋଟର କରିଥିବା ସର୍ଭେ ଅନୁଯାୟୀ ମହାଗଠବନ୍ଧନ  ୧୨୦ ଏବଂ ଏନଡିଏ ୧୧୬ ଏବଂ ଏଲଜେପି ମାତ୍ର ଗୋଟିଏ ଆସନରେ ବିଜୟୀ ହେବା ସମ୍ଭାବନା ରହିଛି। ସେହିପରି ଏବିପି ସି ଭୋଟର କରିଥିବା ସର୍ଭେରେ ନୀତିଶଙ୍କ ନେତୃତ୍ବାଧୀନ ଏନଡିଏ ୧୦୪ରୁ  ୧୨୮ ଆସନ ପାଇପାରନ୍ତି ମହାଗଠ ବନ୍ଧନ  ୧୦୮-୧୩୧ରେ ଜିତିପାରନ୍ତି , ଏଲଜେପି ୧ରୁ ୩ଟି ଆସନ ଜିତିପାରେ । ସେହିପରି ରିପବ୍ଲିକ ଟିଭି କରିଥିବାସର୍ଭେରେ ଏନଡିଏ ୯୧ରୁ ୧୧୭ଟି ଆସନ ପାଇପାରେ, ମହାଗଠବନ୍ଧନ ୧୧୮ରୁ ୧୩୧ଟି ଆସନ ଜିତିପାରନ୍ତି, ଏଲଜେପି ୫ରୁ ୮ଟି ଆସନ ଜିତିପାରନ୍ତି।  ଟିଭି 9 ଭାରତ ବର୍ଷ କରିଥିବା ସର୍ଭେରେ ଏନଡିଏ ୧୧୬ ଏବଂ ମହାଗଠବନ୍ଧନ ୧୨୦ଟି ଆସନ ଜିତିପାରନ୍ତି।  ସେହିପରି ଏକଜିଟ ପୋଲ କ୍ଷେତ୍ରରେ ସବୁବେଳ ଚର୍ଚ୍ଚାରେ ରହି ଆସୁଥିବା ଟୁଡେଜ ଚାଣକ୍ୟ କହିଛି ଏନଡିଏ ୪୪ରୁ ୫୬ଟି ଆସନ ଜିତିବ ଆଉ ମହାଗଠବନ୍ଧନ ୧୬୯ରୁ ୧୯୧ ଆସନ ଜିତିବ ଅନ୍ୟମାନେ ୪ରୁ ୧୨ଟି ଆସନରେ ବିଜୟୀ ହେବେ।  ତେବେ ଦୈନିକ ଭାସ୍କର ବିହାରରେ ପୁଣି ନୀତିଶ ଫେରିବା ନେଇ ପୂର୍ବାନୁମାନ କରୁଛି।  ଦୈନିକ ଭାସ୍କର କହିବା ଅନୁଯାୟୀ ଏନଡିଏ ୧୨୦-୧୨୭ ଆସନ ଜିତିବ, ଯେତେବେଳେ ମହାଗଠବନ୍ଧନ ୭୧ରୁ ୮୧ ଆସନ ଜିତିବ ଆଉ ଏଲଜେପି ୧୨ରୁ ୨୩ଟି ଆସନ ଜିତିବ।

   Related Posts