Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ସାମାଜିକ ଦୂରତା ନିୟମ କ’ଣ କେବଳ ସାଧାରଣ ଲୋକଙ୍କ ପାଇଁ, ନେତା ଓ କର୍ମୀଙ୍କୁ ଲଗାମ ଦେବ କିଏ ?

25/05/2020 at 3:40 PM

ଭୁବନେଶ୍ୱର ୨୫।୦୫: ମହାମାରୀ କରୋନା ମୁକାବିଲା ପାଇଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ କଟକଣା ରହିଛି। ସାମାଜିକ ଦୂରତା ନିୟମ ପାଳନକୁ ଦିଆଯାଇଛି ଗୃରୁତ୍ଵ। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସେପଟେ ସାମାଜିକ ଦୂରତା ରକ୍ଷା ହିଁ ମହ ଔଷଧୀ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି । କିନ୍ତୁ ଏହି ନିୟମ ଭାଙ୍ଗିଛନ୍ତି ରାଜନେତା । କଟକ ଜିଲ୍ଲା ବାରଙ୍ଗ ବ୍ଳକ ଅନ୍ତର୍ଗତ ଖଲର୍ଦ୍ଦା ଗ୍ରାମ ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜିବୀମାନେ ପ୍ରଶ୍ନ ଉଠାଇ ଥିବାବେଳେ, କାରୋନା କଟକଣା କଣ ଗରିବଙ୍କ ପାଇଁ ବୋଲି କହିଛନ୍ତି । ରବିବାର ଦିନ କଟକ ଜିଲ୍ଲା ବାରଙ୍ଗ ବ୍ଳକ ଅନ୍ତର୍ଗତ ଖଲର୍ଦ୍ଦା ପଞ୍ଚାୟତ ବିଜେପି ପକ୍ଷରୁ ଆୟୋଜିତ କରୋନା ଯୋଦ୍ଧା ସମ୍ବର୍ଦ୍ଧନା ସମାରୋହରେ ପଞ୍ଚାୟତରେ କରୋନା ଯୁଦ୍ଧରେ ସାମିଲ ବ୍ୟକ୍ତି ବିଶେଷଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପିର ଅନେକ କର୍ମକର୍ତ୍ତା ଓ ପଦାଧିକାରୀ ସାମିଲ ହୋଇଥିଲେ ।
ଅନ୍ୟପକ୍ଷରେ ସମ୍ବର୍ଦ୍ଧିତ ବ୍ୟକ୍ତି ବିଶେଷ ସାମାଜିକ ଦୂରତା ପାଳନ କରି ଥିବା ବେଳେ ଅଭିଯାନରେ ସାମିଲ ବିଜେପି କର୍ମୀ ମାନେ ସାମାଜିକ ଦୂରତା ନିୟମ ପାଳନକୁ ଖୋଲାଖୋଲି ଉଲଂଘନ କରିଛନ୍ତି । ଲକଡାଉନ କଟକଣା ଯେଉଁମାନେ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି। ମାତ୍ର ବିଜେପିର ଏଭଳି କାର୍ଯ୍ୟକୁ ନେଇ ପଞ୍ଚାୟତର ବୁଦ୍ଧିଜିବୀମାନେ ପ୍ରଶ୍ନ କରିଛନ୍ତି । ଲକ୍‌ଡାଉନ୍‌ କ’ଣ କେବଳ ଗରିବଙ୍କ ପାଇଁ ଲାଗୁ ହୋଇଛି ? ପାର୍ଟି ନେତାଙ୍କ ଉପରେ ଏହି ନିୟମ ଲାଗୁ ହୁଏ ନାହିଁ କି ? ନେତା ଓ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବ କାହିଁକି ?

   Related Posts