Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଧାଓ୍ଵନଙ୍କ ସହ କିଏ କରିବ ଓପନିଂ ? ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ହେବ ମୁକାବିଲା

22/11/2020 at 10:44 PM

ନୂଆଦିଲ୍ଲୀ ୨୨।୧୧: ଆସନ୍ତା ୨୭ ତାରିଖରୁ ଘରୋଇ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ। ଭାରତୀୟ ଦଳ ପ୍ରବନ୍ଧକ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଓପନିଂ ବ୍ୟାଟସମ୍ୟାନଙ୍କୁ ନେଇ କିଛିଟା ଦ୍ଵନ୍ଦ୍ଵରେ ରହିଛନ୍ତି। ଓପନିଂ ବ୍ୟାଟସମ୍ୟାନ ଶିଖର ଧାଓ୍ଵନଙ୍କ ସହ ମୟଙ୍କ ଅଗ୍ରଓ୍ଵାଲ ନା ଶୁଭମାନ ଗିଲ ଓପନିଂ କରିବେ ତାହା ଦେଖିବା ବାକି ରହିଲା। ଏବେ ଏହି ଦୁଇ ଯୁବ ଓପନରଙ୍କ ମଧ୍ୟରେ ମୁକାବିଲା ହେବ। ଭାରତୀୟ ଦଳ ଏବେ ଦିନିକିଆ ଶୃଙ୍ଖଳା ପାଇଁ ଅଭ୍ୟାସ୍‌ ଜୋରଦାର ଚଳାଇଛି।

ଅଧିନାୟକ ବିରାଟ କୋହଲିଙ୍କ ନଜର ୫୦ ଓଭରର କ୍ରିକେଟ୍‌ରେ ସଠିକ୍ ସଂଯୋଜନ କରିବା ଉପରେ ରହିବ। ଆଗାମୀ ଏକ ବର୍ଷ କ୍ରିକେଟ୍ କାର୍ଯ୍ୟସୂଚୀକୁ ଦେଖିଲେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଓ ଟି-୨୦ ବିଶ୍ଵ କପ୍ କାରଣରୁ ଦିନିକିଆ ଶୃଙ୍ଖଳାର ମହତ୍ଵ ଅଧିକ ନାହିଁ। ଏହା ପୂର୍ବରୁ  ଭାରତୀୟ ଦଳ ଦିନିକିଆ ଶୃଙ୍ଖଳାରେ ଘରୋଇ ନ୍ୟୁଜିଲାଣ୍ଡ ହାତରୁ ୩-୦ରେ ପରାଜିତ ହୋଇଥିଲା। ମୟଙ୍କ ଅଗ୍ରଓ୍ଵାଲ ତିନୋଟି ମ୍ୟାଚ୍‌ରେ ଖେଳିଥିଲେ ମଧ୍ୟ ବ୍ୟାଟିଂରେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ। ଦଳ ପାଖରେ ଏବେ ଶୁଭମାନ ଗିଲ୍‌ଙ୍କ ରୂପେ ବିକଳ୍ପ ମଧ୍ୟ ରହିଛି। ଏମିତି ସ୍ଥିତିରେ ଅଧିନାୟକ କୋହଲି ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀ ପିଚ୍ ଓ ଅଷ୍ଟ୍ରେଲିଆ ଆକ୍ରମଣକୁ ଦୃଷ୍ଟିରେ ରଖି ଧାଓ୍ଵନଙ୍କ ସହିତ ଓପନିଂ କିଏ କରିବ ତାର ନିଷ୍ପତ୍ତି ନେବେ।

ଶାସ୍ତ୍ରୀଙ୍କୁ ରବିବାର ଶୁଭମାନ ଗିଲଙ୍କ ବ୍ୟାଟିଂ ଅଭ୍ୟାସ ପରେ ଅଧିକ ସମୟ ଆଲୋଚନା କରିଥିବା ଦେଖିବାକୁ ମିଳିଛି। ଶୁଭମାନ ଓ ମୟଙ୍କଙ୍କ ଫର୍ମ ବର୍ତ୍ତମାନ ପ୍ରାୟତଃ ସମାନ ରହିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ କୋଲକାତା ନାଇଟ୍‌ ରାଇଡର୍ସର ବ୍ୟାଟସମ୍ୟାନ ଶୁଭମାନ ଗିଲ୍‌ ୪୪୦ ରନ କରିଥିବା ବେଳେ ମୟଙ୍କ ଅଗ୍ରଓ୍ଵାଲ ୪୧୮ ରନ କରିଥିଲେ।

ଭାରତୀୟ ଦଳରେ ୮ ଖେଳାଳିଙ୍କ ସ୍ଥାନ ସୁନିଶ୍ଚିତ।  ଏଥିରେ ଶିଖର ଧାଓ୍ଵନ, ଅଧିନାୟକ ବିରାଟ କୋହଲି, ଶ୍ରେୟସ ଆୟର, ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରାଙ୍କ ନାମ ସାମିଲ। ଦ୍ରୁତ ବୋଲର ହିସାବରେ ମହମ୍ମଦ ସାମି ଓ ନବଦୀପ ସାଇନି ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ ହୋଇ ପାରନ୍ତି। ଦଳ ପ୍ରବନ୍ଧକ ଯଦି ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ଦେବାକୁ ନିଷ୍ପତ୍ତି ନେବେ ତେବେ ବୁମରା ଓ ସାମିଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦିଆଯାଇପାରେ।

   Related Posts