ବଲାଙ୍ଗିର ଓ ଲୋଇସିଂହା ବିଧାନସଭା ଆସନରୁ କାହାକୁ ବିଜେଡି ଦେବ ଟିକେଟ ? ମହିଳା ପ୍ରାର୍ଥୀ ନା ପୂର୍ବତନ ମନ୍ତ୍ରୀଙ୍କ ପୁଅ ??

Published By : Prameya-News7 Bureau | March 20, 2019 IST

ବଲାଙ୍ଗିର ୨୦|୩:  ନିର୍ବାଚନ ପୂର୍ବରୁ ଦଳୀୟ ଟିକେଟ୍‌ ବଣ୍ଟାକୁ ନେଇ ସରଗରମ ହୋଇଛି ବଲାଙ୍ଗିର ରାଜନୀତି । ବଲାଙ୍ଗିର ଲୋକସଭା ଓ ୩ ବିଧାନସଭା ଆସନରେ ବିଜେଡି ତା’ର ପ୍ରାର୍ଥୀଙ୍କୁ ଫାଇନାଲ କରିସାରିଥିବା ବେଳେ ଏବେ ବି ବଲାଙ୍ଗିର ଓ ଲୋଇସିଂହା ବିଧାନସଭା ସିଟ୍‌ରେ କାହାକୁ ପ୍ରାର୍ଥୀ କରାଯିବ ତାକୁ ନେଇ ଜାରି ରହିଛି ସସ୍‌ପେନ୍‌ସ । ଏହି ୨ ଆସନରେ ଦୁଇ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଟିକେଟ୍‌ ଦାବିଦାର ଥିବା ବେଳେ ସେମାନଙ୍କ ବାଟ କଣ୍ଟା ହୋଇଛନ୍ତି ୨ ମହିଳା ଆଶାୟୀ । ତେବେ କ’ଣ ରହିଛି ମାହୋଲ ଚାଲନ୍ତୁ ଦେଖିବା ।

{"id":95292}

ବଲାଙ୍ଗିର ଓ ଲୋଇସିଂହା ବିଧାନସଭା ଆସନରେ କାହାକୁ ପ୍ରାର୍ଥୀ କରିବ ବିଜେଡି ?  ୨ ପୂର୍ବତନ ମନ୍ତ୍ରୀଙ୍କ ପୁଅକୁ ମିଳିବ କି ଟିକେଟ୍‌ ? ନା’ ଏଥର  ଏଠାରୁ ବାଜି ମାରିବେ ମହିଳା ?  ଜିଲ୍ଲାର ୩ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଫାଇନାଲ ହୋଇସାରିଥିବା ବେଳେ ବାକି ରହିଥିବା ୨ ଆସନକୁ ନେଇ ଏମିତି କିଛି ପ୍ରଶ୍ନ ଏବେ ସ୍ଥାନୀୟ ରାଜନୀତିକୁ ସରଗରମ୍‌ କରିଛି । ବଲାଙ୍ଗିର ବିଧାନସଭା ପାଇଁ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଅନଙ୍ଗଉଦୟ ସିଂଦେଓଙ୍କୁ ପୁଅ ଅର୍କେଶ ନାରାୟଣ ସିଂଦେଓ  ଆଶାୟୀ ଥିବା ବେଳେ ତାଙ୍କ ବାଟରେ କଣ୍ଟା ହୋଇଛନ୍ତି ଆଶାୟୀ ମହିଳା ପ୍ରାର୍ଥୀ ଶ୍ରୀମୟୀ ସ୍ନିଗ୍ଧା ମିଶ୍ର । ନୂଆ ମୁହଁ ତଥା ମହିଳା ପ୍ରାର୍ଥୀ ଭାବେ ଶ୍ରୀମୟୀଙ୍କ ଦାବିଦାରିକୁ ବିଜେଡି ଅଣଦେଖା କରିନପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ୩୩ ପ୍ରତିଶତ ସଂରକ୍ଷଣ କଥା କହୁଥିବା ବିଜେଡି ଏଥର  ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କୁ ହିଁ ପ୍ରାଧାନ୍ୟ ଦେଇ ଆସୁଛି । ଯାହା ଘୋଷଣା ହୋଇଥିବା ପ୍ରଥମ ପର୍ଯ୍ୟାୟ ତାଲିକାରୁ ସ୍ପଷ୍ଟ ହୋଇଛି ।   ସେପଟେ ଭାଇ କଳିକେଶଙ୍କୁ ଦଳ ସାଂସଦ ଟିକେଟ୍‌ ଦେଇଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ଭାବେ ଅର୍କେଶଙ୍କୁ  ଟିକେଟ୍‌ ଦେଇ ନପାରେ । ତଥାପି ଆଶା ଛାଡ଼ିନାହାନ୍ତି ସେ ।

{"id":95293}

ସେପଟେ ଲୋଇସିଂହାରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ରଞ୍ଜନ ବେହେରା ଏଥର ବିଜେଡିରୁ ଟିକେଟ୍‌ ଦାବିଦାର ଭାବେ ଆଗରେ ରହିଛନ୍ତି । ବାପାଙ୍କ ଯାଗାରେ ପୁଅକୁ ଟିକେଟ୍‌ ଦେବାକୁ ଲବି ଜୋର୍‌ଦାର କରିଛନ୍ତି ବର୍ତ୍ତମାନର ବିଧାୟକ ଯୋଗେନ୍ଦ୍ର ବେହେରା । ହେଲେ  କିଛି ଦିନ ପୂର୍ବରୁ ବିଜେଡିରେ ଯୋଗଦେଇଥିବା ସାମାଜିକ କର୍ମୀ ରଞ୍ଜୁ ରାଇମନଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି । ଏହି ଆସନରେ ବିଜେଡି  ଯଦି ମହିଳାଙ୍କୁ ପ୍ରାର୍ଥୀ କରୁଛି ତାହେଲେ ସୁଯୋଗ ପାଇନପାରନ୍ତି ନିହାର ରଞ୍ଜନ ବେହେରା । ତଥାପି ଟିକେଟକୁ ନେଇ ଫୁଲ୍‌ କନ୍‌ଫିଡେଣ୍ଟ ଅଛନ୍ତି ନିହାର ।

{"id":95294}

ବଲାଙ୍ଗିର, ଲୋଇସିଂହାରେ ବିଜେଡି ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଦଳ ସଭାପତିଙ୍କ ହାତରେ । ଏଠାରେ କାହାକୁ ଟିକେଟ୍‌ ମିଳୁଛି ଆଉ କାହାର କଟୁଛି ସେକଥା ଖୁବ୍‌ ଶୀଘ୍ର ଫାଇନାଲ୍‌ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.