କଟକରେ ଏଥର କାହାର ପଲ୍ଲା ଭାରି, କିଏ କରିବ ବାଜିମାତ? ଆରମ୍ଭ ହେଲାଣି ନେତାଙ୍କ ବାହାସ୍ପୋଟ
12/03/2019 at 7:52 PM

କଟକ୧୨|୩: ନିର୍ବାଚନ ତାରିଖ ଘୋଷଣା ପରେ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । କଟକରେ ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜ ସ୍ତରରେ ପ୍ରସ୍ତୁତ । ତେବେ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଉଭୟ ବିଜେଡି ,ବିଜେପି କଂଗ୍ରେସ ସମସ୍ତେ ନିଜ ନିଜ ଢଙ୍ଗରେ ଜାରି ରଖିଛନ୍ତି ଉଦ୍ୟମ । …

ନିର୍ବାଚନ ତାରିଖ ଘୋଷଣା ପରେ ନିଜ ନିଜ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡିଛନ୍ତି ନେତା। କଟକରେ ସବୁ ରାଜନୈତିକ ଦଳ ନିଜ ନିଜ ଢଙ୍ଗରେ କରୁଛନ୍ତି ପ୍ରଚାର । ୨୦୧୯ ନିର୍ବାଚନ ପାଇଁ ନେତା ଓ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ଆଶାୟୀ ନେତା । ତେବେ କଂଗ୍ରେସ ସର୍ବଦା ଲୋକଙ୍କ ସହ ରହିଛି । ଏବଂ ଏଥର କଟକରେ ଲୋକେ ପରିବର୍ତ୍ତନ ଚାହୁଁଥିବାରୁ କଂଗ୍ରେସ ନିଶ୍ଚୟ ବିଜୟୀ ହେବ ବୋଲି କହିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ । ସେହିପରି ନବୀନ ପଟ୍ଟନାୟକଙ୍କ ଉପରେ ଲୋକଙ୍କ ଆସ୍ଥା ଥିବାରୁ, ବିଜେଡି ହିଁ ଜିତିବ ବୋଲି କହିଛନ୍ତି ବିଜେଡି ନେତା ପ୍ରଭାତ ବିଶ୍ବାଳ ।

ସେପଟେ ବିଜେପି ମଧ୍ୟ ପଛରେ ନାହିଁ । କେନ୍ଦ୍ର ସରକାରଙ୍କ ଲୋକ ହିତକର କାର୍ଯ୍ୟକୁ ମୁଦ୍ଦା କରି ନିର୍ବାଚନ ବୈତରଣୀ ପାର ପାଇଁ ଚଳାଇଛି କସରତ । କଟକର ବିକାଶ ପାଇଁ ବିଜେପି ସବୁ ବେଳେ ଉଦ୍ୟମ ଜାରି ରଖିଛି । ତେଣୁ ଏଥର ଲୋକ ବିଜେପିକୁ ହିଁ ସମର୍ଥନ ଦେବେ ବୋଲି ବିଜେପି ଦୃଢ ବିଶ୍ବାସ ।

ନିର୍ବାଚନ ପାଇଁ କଟକ ସହରରେ ନିର୍ବାଚନୀ ଉଷ୍ମତା ଦେଖିବାକୁ ମିଳିଲାଣି । ଏବେ ଅପେକ୍ଷା ପ୍ରାର୍ଥୀ ତାଲିକାକୁ ।
