ବିଜେପୁର ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ନବୀନ ନିବାସରେ ମାନସ ମନ୍ଥନ, କିଏ ପାଇବ ଟିକେଟ, କେମିତି ମିଳିବ ଜିତାପଟ

Published By : Prameya-News7 Bureau | September 23, 2019 IST

ଭୁବନେଶ୍ବର୨୩|୯; ବିଜେପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଏହି ବିଜ୍ଞପ୍ତି ପ୍ରକାଶ କରିଛି । ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ୩୦ ତାରିଖ ପର୍ଯ୍ୟନ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିବେ । ସେପଟେ ପ୍ରାର୍ଥୀ ଚୟନ  ନେଇ ଏବେ ୩ ପ୍ରମୁଖ ଦଳ କସରତ  ଆରମ୍ଭ କରିଦେଇଛନ୍ତି।…

ଭୁବନେଶ୍ବର୨୩|୯: ବିଜେପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି ।  ଏହା ସହ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୩୦ ତାରିଖ ଯାଏଁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିବେ । ଅକ୍ଟୋବର ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ।  ଅକ୍ଟୋବର ୩ ଅପରାହ୍ନ ୩ଟା ପ୍ରାର୍ଥିପତ୍ର ପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି । ଅକ୍ଟୋବର ୨୧ରେ ମତଦାନ ଏବଂ ୨୪ରେ ଭୋଟ୍ ଗଣତି ହେବ ।୨୭ ଅକ୍ଟୋବର ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଏଥିପାଇଁ ପଦ୍ମପୁର ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଫିସ ସାମ୍ନାରେ ବ୍ୟାରିକେଡ ବ୍ୟବସ୍ଥା ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସେପଟେ ନିର୍ବାଚନ ତାରିଖ ଘୋଷଣା ପରେ ତିନି ପ୍ରମୁଖ ବିଜେଡି, ବିଜେପି, କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଚୟନ କସରତ ଆରମ୍ଭ କରିଛନ୍ତି । କିଏ ଏହି ନିର୍ବାଚନ ମଣ୍ଡଳୀରେ ଉପଯୁକ୍ତ ପ୍ରାର୍ଥୀ ହେବ ତାକୁ ନେଇ ମାନସ ମନ୍ଥନ ଚାଲିଛି । ଏଥିପାଇଁ ସବୁଦଳରେ ଲବି ବି ଜୋର ଧରିଛି । ପ୍ରାର୍ଥୀ ଚୟନ ପାଇଁ ନବୀନ ନିବସରେ ବିଜେଡିର ବୈଠକ ବସିଥିଲା । ଦିନେ ଦୁଇ ଦିନ ଭିତରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ସୁପ୍ରିମୋ । ବିଜେପି ମଧ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି । ବିଜେପୁର ପାଇଁ ନାମ ଚୂଡାନ୍ତ କରି କେନ୍ଦ୍ରୀୟ କମିଟିକୁ ପଠାଯିବ । ଏହାପରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । ସେପଟେ କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ ଆସନ୍ତାକାଲି ପିସିସି ବୈଠକ ଡାକିଛି ।

୩ ଦଳରେ ଆଶାୟୀଙ୍କ ସଂଖ୍ୟା ବି କିଛି କମ୍ ନୁହେଁ । ତେବେ ଏହି ଆସନ ବିଜେଡି ପାଇଁ ସବୁଠାରୁ ବଡ ସମ୍ମାନର ପ୍ରଶ୍ନ । କାରଣ ଏହି ଅସନରୁ ଜିତିବା ପରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି। ଯେଉଁଥିପାଇଁ ଉପନିର୍ବାଚନ ହେଉଛି ।ସେପଟେ ପୂର୍ବରୁ ଏହା କଂଗ୍ରେସ ଗଡ ଥିବା ବେଳେ ଏହାକୁ ଫେରାଇ ଆଣିବାକୁ ଚେଷ୍ଟାରେ ରହିବ କଂଗ୍ରେସ । ସେପଟେ ଗତ ୨ଟି ନିର୍ବାଚନରେ ବିଜେଡିକୁ କଡା ଟକ୍କର ଦେଇଥିବା ବିଜେପି ଏହି ସିଟ୍‌କୁ ଅକ୍ତିଆର କରି ଏଠି ପଦ୍ମ ଫୁଟାଇବା ଲକ୍ଷ୍ୟରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.