Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

କିଏ ବାଣ୍ଟିବେ ଅଣ୍ଡା ? ସ୍ବୟଂ ସହାୟକ ଗୋଷ୍ଠୀ ନା ଅଙ୍ଗନଓ୍ବାଡି କର୍ମୀ, ଜିଲ୍ଲାପାଳ କହିଲେ, ଖୁବ୍ ଶୀଘ୍ର ହେବ ସମସ୍ୟାର ସମାଧାନ

1/06/2020 at 6:18 PM

ବ୍ରହ୍ମପୁର୧/୬: ପିଲାଙ୍କୁ କିଏ ବାଣ୍ଟିବେ ଅଣ୍ଡା ? କାହାକୁ ମିଳିବ ଦାୟିତ୍ବ ?  ତିନି ସ୍ବୟଂ ସହାୟକ ଗୋଷ୍ଠୀକୁ ଅଣ୍ଡା ବଣ୍ଟନ ଦାୟିତ୍ବ ଦେବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଚଳାଇଥିବା ଅଭିଯୋଗ ହୋଇଥିଲା। ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କସ୍ ଆସୋସିଏସନ୍ ପକ୍ଷରୁ ବିରୋଧ ହୋଇଛି। ଆଜି ଠାରୁ ସଂଘର କଲମ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି। ଗର୍ଭବତୀ ମହିଳା ଓ ଶିଶୁ ଅଣ୍ଡା ପାଇବାରୁ ବଞ୍ଚିତ ହେଉଛନ୍ତି। ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। 

ଅଣ୍ଡା ବଣ୍ଟନକୁ ନେଇ ଏବେ ଗଞ୍ଜାମ ଜିଲ୍ଲାରେ ଅଚଳାବସ୍ଥା ହୋଇପଡିଛି। କିଏ ବାଣ୍ଟିବ ଅଣ୍ଡା ? ଏହାକୁ ନେଇ ଏବେ ଅଙ୍ଗନାୱାଡି ଲେଡିଜ୍ ୱାର୍କସ୍ ଆସୋସିଏସନ୍ ପକ୍ଷରୁ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି। ଏ ନେଇ ନ୍ୟୁଜ୍ ୭ରେ ପୂର୍ବରୁ ଖବର ପ୍ରସାରିତ ହୋଇଥିଲା। ସଂଘ ପକ୍ଷରୁ ଆଜି ଠାରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି। କାହାରିକୁ ଅଣ୍ଡା ବାଣ୍ଟି ନଥିବା ବେଳେ ଗର୍ଭବତୀ ମହିଳା ଓ ଶିଶୁ କିଭଳି ଅଣ୍ଡା ପାଇବେ ତାକୁ ନେଇ ଉଠିଛି ପ୍ରଶ୍ନ ଉଠିଛି।

ଗର୍ଭବତୀ ମହିଳା ହୁଅନ୍ତୁ କିମ୍ବା ଛୋଟ ଶିଶୁ ହୁଅନ୍ତୁ, ଏମାନଙ୍କୁ ଅଣ୍ଡା ଓ ଛତୁଆ ଯୋଗାଣ କରିବା ଦାୟିତ୍ବ ଅଙ୍ଗନା ୱାଡି କର୍ମୀଙ୍କୁ ନ୍ୟସ୍ତ କରାଯାଇଛି। ଏମାନେ ହିଁ ଘର ଘର ବୁଲି ବୁଲି ଅଣ୍ଡା ଓ ଛତୁଆ ଯୋଗାଇଥାନ୍ତି। ଏବେ କିନ୍ତୁ ଅଣ୍ଡା ବଣ୍ଟନ ଦାୟିତ୍ବ ଜିଲ୍ଲାର ତିନି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ବ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଚଳାଇଥିବା ଅଲ୍ ଓଡିଶା ଅଙ୍ଗନାୱାଡି ଲେଡିଜ୍ ୱାର୍କସ୍ ଆସୋସିଏସନ୍ ଅଭିଯୋଗ କରିଛି। ଏହାର ବିରୋଧ କରି ଅଲ୍ ଓଡିଶା ଅଙ୍ଗନାୱାଡି ଲେଡିଜ୍ ୱାର୍କସ୍ ଆସୋସିଏସନ୍ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଆଜି ଠାରୁ କଲମ ଛାଡ ଆନ୍ଦୋଳନ ଆରମ୍ଭ କରିଥିବା କହିଛନ୍ତି।

ଯଦି ତିନି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅଣ୍ଡା ବଣ୍ଟନ ଦାୟିତ୍ବ ନ୍ୟସ୍ତ କରାଯିବ ତାହାହେଲେ ରନ୍ଧନ ଖାଦ୍ୟ ବଣ୍ଟନର ଦାୟିତ୍ବ ମଧ୍ୟ ତାଙ୍କୁ ପ୍ରଦାନ କରାଯାଉ ବୋଲି ସଂଘ ଦାବୀ କରିଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅଣ୍ଡା ଏବଂ ଅଙ୍ଗନାୱାଡି କର୍ମୀଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ ଦାୟିତ୍ବକୁ ଗ୍ରହଣ କରିବୁ ନାହିଁ ବୋଲି ସଂଘ ରୋକ୍‌ଠୋକ୍ ମନା କରିଦେଇଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଅଣ୍ଡା ଗ୍ରହଣ କରିବୁ ନାହିଁ ବୋଲି ସଂଘ ରୋକ୍‌ଠୋକ୍ ମନା କରିଛନ୍ତି। ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଅଣ୍ଡା, ଛତୁଆ ଯୋଗାଣ ବନ୍ଦ କରିଥିବା ସଂଘ କହିଛି। ଜିଲ୍ଲା ସଂଘର ଏଭଳି ନିଷ୍ପତ୍ତିକୁ ରାଜ୍ୟ ସଂଘ ସମର୍ଥନ କରିଥିବା କହିଛନ୍ତି।

ଜିଲ୍ଲା ପ୍ରଶସାନର ଏଭଳି ପ୍ରସ୍ତୁତିକୁ ସାଧାରଣରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଅଙ୍ଗନାୱାଡି କର୍ମୀ କୋଭିଡ୍ – ୧୯ କାର୍ଯ୍ୟରେ ଯୋଗ ଦେଇ ପ୍ରକୃତ ଯୋଦ୍ଧା ଭାବେ ସେବା ଯୋଗାଉଛନ୍ତି।  କାହା ସ୍ବାର୍ଥରେ ଏଭଳି ପାଇଲଟ୍ ପ୍ରସ୍ତୁତି ଚାଲିଛି ବୋଲି ସାଧାରଣରେ ପ୍ରଶ୍ନ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ୨୨ଟି ବ୍ଳକ୍, ୧୭ ଏନ୍.ଏ.ସି, ଗୋଟିଏ ମହାନଗର ନିଗମ ଅଞ୍ଚଳ ରହିଛି। ପ୍ରତି ବ୍ଳକ୍, ସହରାଞ୍ଚଳ, ମହାନଗର ନିଗମ ଅଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ  ଏହି ଦାୟିତ୍ବ ପ୍ରଦାନ କରିବା ବଦଳରେ ନିର୍ଦ୍ଧିଷ୍ଟ ତିନି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦାୟିତ୍ବ ପ୍ରଦାନ ପାଇଁ କାହିଁକି ପ୍ରସ୍ତୁତି ଚାଲିଛି ବୋଲି ସାଧାରଣରେ ପ୍ରଶ୍ନ କରିଛନ୍ତି! ସେପଟେ ସଂଘ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ସମସସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏପଟେ ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।

   Related Posts