Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କେନ୍ଦ୍ରାପଡା ଲୋକସଭା ଆସନରେ ବିଜେଡି ଓ କଂଗ୍ରେସରୁ କିଏଦେବ ବୈଜୟନ୍ତଙ୍କୁ ଟକ୍କର ?

11/03/2019 at 4:56 PM

କେନ୍ଦ୍ରାପଡା୧୧|୩ (ମାତୃଦତ୍ତ ମହାନ୍ତି ): କେନ୍ଦ୍ରାପଡା ଲୋକସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ପରେ ସବୁ ଦଳର ଗଣିତ ଗୋଳମାଳ ହୋଇଗଲାଣି । ଯଦି ବିଜେପିର ସାଂସଦ ପ୍ରାର୍ଥୀ ଭାବେ ବୈଜୟନ୍ତ ଛିଡ଼ା ହୁଅନ୍ତି, ତାହାଲେ ତାଙ୍କୁ କିଏ ଦେବ ଟକ୍କର । ବିଜେଡି ଶିବିରରେ ଏହାକୁ ନେଇ ଚାଲିଛି ମାନସ ମନ୍ଥନ । କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ ସେନେଇ ବି ଦଳରେ ଚାଲିଛି ହିସାବ କିତାବ ….

କେନ୍ଦ୍ରାପଡା ଲୋକସଭା ଆସନକୁ ନେଇ  ଚାରିଆଡ଼େ ଚର୍ଚ୍ଚା, ଆଲୋଚନା । ଗତଥର ଏଠାରୁ ସାଂସଦ ଭାବି ଜିତିଥିଲେ ବିଜେଡି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ହେଲେ ବୈଜୟନ୍ତ  ପଦ୍ମ ଧରି ସାରିବାପରେ ଏଠାକାର ରାଜନୈତିକ ପାଣି ପାଗ ବେଶ୍ ଗରମ । ସାଂସଦ ପ୍ରାର୍ଥୀ କୋଉ ପାଟିରୁ କିଏ ହେବେ ସେନେଇ ବହୁତ ଅଙ୍କ କଷିଥିଲେ  ବିଭିନ୍ନ ରାଜନୈତକ ଦଳ । କିନ୍ତୁ ସବୁ ଗଣିତ ଗୋଳମାଳ ହେଇଗଲା ବୈଜୟନ୍ତ ବିଜେପିରେ ମିଶିବା ପରେ । କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ବିଜେପିର ଗୋଟି ଚାଳନାକୁ ଅପେକ୍ଷା କରିଛନ୍ତି ଅନ୍ୟ  ଦଳ । ଜିଲ୍ଲା ସଭାପତି ଦୁର୍ଯୋଧନ ସାହୁ, ଭୁବନ ମୋହନ ଜେନା, ବିଷ୍ଣୁ ପ୍ରସାଦ ଦାସଙ୍କ ନାଁ ବିଜେପି କ୍ୟାଣ୍ଡିଡେଟ୍‌ ଭାବେ ଉଠୁଛି । ତେବେ ସବୁଠୁ ଟପ୍‌ରେ ଅଛନ୍ତି ବୈଜୟନ୍ତ । ତେବେ ବୈଜୟନ୍ତଙ୍କୁ ଟକ୍କର ଦେବା ପାଇଁ ବିଜେଡିରେ ଯୋଗ୍ୟ ପ୍ରାର୍ଥୀଙ୍କର ଅଭାବ ନାହିଁ ବୋଲି କହିଛନ୍ତି ଦଳର ଜିଲ୍ଲା ସଭାପତି ଧ୍ରୁବ ଚରଣ ସାହୁ । 

କେନ୍ଦ୍ରାପଡା ଲୋକସଭା ଆସନରେ ପ୍ରାର୍ଥୀ ଦେବା ନେଇ କଂଗ୍ରେସ୍ ମଧ୍ୟ ତାର ହିସାବ କିତାବ ଆରମ୍ଭ କରିଦେଇଛି ।୨୦୧୪ରେ ପ୍ରାର୍ଥୀ ହୋଇଥିବା ଧରଣୀଧର ନାୟକଙ୍କ ନାଁ ଏଥର ବି ଚର୍ଚ୍ଚାରେ ରହିଛି । ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ କଂଗ୍ରେସ୍ ର ବରିଷ୍ଠ  ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି  ଓ  କେନ୍ଦ୍ରାପଡା ଜିଲ୍ଲା ସଭାପତି ଚିନ୍ମୟ ପ୍ରସାଦ ବେଉରାଙ୍କ ନାମ ମଧ୍ୟ ଚର୍ଚ୍ଚାରେ । ଏଠାରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ର ସମ୍ଭାବନା ରହିଥିବା ବଳେ ପରିସ୍ଥିତିରୁ ଫାଇଦା ନେବା ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ୍।

   Related Posts