ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍ ମୁକାବିଲା ଡ୍ର କିମ୍ବା ଟାଇ ହେଲେ କିଏ ହେବ ବିଜେତା ?

Published By : Prameya-News7 Bureau | May 12, 2021 IST

ନୂଆଦିଲ୍ଲୀ ୧୨।୦୫: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଥର ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍ ମୁକାବିଲା ଖେଳାଯିବାକୁ ଅଛି। ଏଥିପାଇଁ ଦୁଇ ଦଳର ଖେଳାଳି ଘୋଷଣା ହୋଇ ସାରିଛି। ମ୍ୟାଚ୍‌ ଆୟୋଜନକୁ ଆଉ ମାସେ ସମୟ ବାକି ରହିଛି। ଏହି ମୁକାବିଲା ଜୁନ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟମର ହ୍ୟାମ୍ପସାୟର ବାଉଲ୍ ଷ୍ଟାଡିୟମରେ ଖେଳାଯିବ।

ଏହି ମୁକାବିଲା ପାଇଁ ଇଂଲଣ୍ଡ ଯାତ୍ରା କରିବା ପୂର୍ବରୁ ଭାରତୀୟ ଦଳ ସ୍ଵଦେଶରେ ଆଠ ଦିନ ପର୍ଯ୍ୟନ୍ତ ଜୈବ ନିରାପତ୍ତା ବଳୟରେ ରହିବ। ମେ ୨୫ରୁ ଏହା ଆରମ୍ଭ ହେବ। ଖେଳାଳିଙ୍କୁ ଭାରତରୁ ଇଂଲଣ୍ଡ ନେଇଯିବା ପାଇଁ ଏକ ସ୍ଵତନ୍ତ୍ର ଚାର୍ଟର୍ଡ ବିମାନର ସୁବିଧା କରାଯିବ। ଅନ୍ୟପଟେ ଏହି ମ୍ୟାଚ୍‌ର ଫଳାଫଳ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ମ୍ୟାଚ୍ ଡ୍ର କିମ୍ବା ଟାଇ ରହେ ତେବେ କଣ ହେବ।  

ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି)ର ନିୟମ ଅନୁଯାୟୀ, ମ୍ୟାଚ୍‌ ପାଇଁ ଜୁନ ୨୩କୁ ରିଜର୍ଭ ଡେ ଭାବେ ରଖାଯାଇଛି। ଯଦି ଫାଇନାଲ୍ ମୁକାବିଲା ଟାଇ କିମ୍ବା ଡ୍ର ରହେ ତେବେ ଦୁଇ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯିବ। ଉଲ୍ଲେଖଯୋଗ୍ୟ, ଟେଷ୍ଟ ମ୍ୟାଚ୍‌ ଖେଳିବା ପାଇଁ ମୋଟ୍ ୩୦ ଘଣ୍ଟା ନିର୍ଦ୍ଧାରିତ ରହିଛି। ରିଜର୍ଭ ଡେରେ ତେବେ ଯାଇ ଖେଳ ହେବ ଯଦି ନିର୍ଦ୍ଧାରିତ ଦିନରେ କୌଣସି କାରଣରୁ ଖେଳର ସମୟ ନଷ୍ଟ ହୋଇଥିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.