Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||
  • ନୂଆଦିଲ୍ଲୀ : ଦୁଇ ସରକାରୀ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ, ଆସନ୍ତା ୧୬ରୁ ଦୁଇ ଦିନିଆ ହରତାଳ ଚେତାବନୀ ଦେଲା ୟୁଏଫବିୟୁ
  • ||

କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ ଡିଜି ? ଚୟନ କମିଟିକୁ ପଠାଗଲା ୧୪ ନାଁ, ଦୌଡରେ ଏହି ସବୁ ଆଇପିଏସ୍

9/11/2021 at 8:35 PM

ଭୁବନେଶ୍ଵର ୦୯।୧୧:  କିଏ ହେବେ ରାଜ୍ୟ ପରବର୍ତ୍ତୀ ପୋଲିସ ଡିଜି । କାହାକୁ ରାଜ୍ୟ ସରକାର ଏହି ଗୁରୁତ୍ଵପୂର୍ଣ୍ଣ ପଦବୀରେ ବସାଇବେ । ୟୁପିଏସସି ଗାଇଡଲାଇନକୁ ଅନୁଧ୍ୟାନ ପରେ  ରାଜ୍ୟ ସରକାର ୧୪ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାଁ ୟୁପିଏସସି ସିଲେକସନ୍ ବଡିକୁ ପଠାଇ ସାରିଛନ୍ତି । ସେଠାରୁ ୩ ଜଣଙ୍କ ନାଁ ଆସିବ ଓ ରାଜ୍ୟ ସରକାର ଜଣଙ୍କୁ ଏହ ପଦବୀରେ ବସାଇବେ । ବର୍ତ୍ତମାନର ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବର ଶେଷ ସୁଦ୍ଧା ସରୁଛି।

ନୂଆ ବର୍ଷରୁ ନୂଆ ଡିଜିପି । ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବର ଶେଷସୁଦ୍ଧା ସରୁଛି। ତା ପୂର୍ବରୁ ନୂଆ ପୋଲିସ ଡିଜିଙ୍କ ନାଁ ଉପରେ ବାଜିବ ମୋହର । ଏଥିପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ ଡିଜି । ୟୁପିଏସସିର ନୂଆ ଗାଇଡଲାଇନ ଅନୁଯାୟୀ ୩୦ ବର୍ଷ ଚାକିରିକାଳ ପୂର୍ଣ୍ଣ କରିଥିବା ଓଡିଶା କ୍ୟାଡରର ୧୪ ଜଣ ବରିଷ୍ଠ ଆଇପିଏସ୍ ଙ୍କ ନାଁ ସିଲେକସନ ବଡିକୁ ପଠା ଯାଇଛି । ଏଥିରେ ପ୍ରଦୀପ କାପୁର, ବିଜୟ ଶର୍ମା, ସୁନିଲ ବଂଶାଲ, ମନୋଜ ଛାବ୍ରା, ସନ୍ତୋଷ ଉପାଧ୍ୟାୟ, ଡି.ଏନ୍ ଝା, ଅରୁଣ ରାୟ, ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଅମ୍ରିତ ପ୍ରସାଦ, ବି. ରାଧିକା, ସିଦ୍ଧାର୍ଥ ନରଭଣେ, ଓାଇ. ଭି. ଖୁରାନିଆ, ସୁଧାଂଶୁ ଷଡଙ୍ଗୀ, ଅରୁଣ ଷଡଙ୍ଗୀ ପ୍ରମୁଖଙ୍କ ନାଁ ରହିଛି ।

ଆସନ୍ତା ସପ୍ତାହରେ ଏଥିପାଇଁ ସିଲେକସନ କମିଟି ବୈଠକ ବସିବାକୁ ସ୍ଥିର ହୋଇଛି । ଯେଉଁ କମିଟିରେ ଅଛନ୍ତି ୟୁପିଏସସି ଚେୟାରମ୍ୟାନ, କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ପୋଲିସ ଡିଜି । ସିଲେକସନ କମିଟି ୧୪ ଜଣଙ୍କ ଭିତରୁ ୩ ଜଣଙ୍କ ନାଁ ଡିଜିପି ପଦ ପାଇଁ ବାଛିବେ । ପରେ ସେହି ୩ ଜଣଙ୍କ ନାଁକୁ ରାଜ୍ୟ ସରକାରଙ୍କ ପାଖକୁ ସୁପାରିସ କରାଯିବ । ସେଥିରୁ ଜଣଙ୍କ ନାଁ ଉପରେ ମୋହର ମାରିବେ ସରକାର ।

ତେବେ ଯେଉଁମାନେ ଡିଜି ପଦ ଦୌଡରେ ଆଗରେ ଅଛନ୍ତି ସେମାନଙ୍କ ଭିତରେ ପ୍ରଦୀପ କାପୁର, ସୁନିଲ ବଂଶାଲ, ମନୋଜ ଛାବ୍ରା, ସନ୍ତୋଷ ଉପାଧ୍ୟାୟ, ଅରୁଣ ରାୟ ପ୍ରମୁଖଙ୍କ ନାଁ କୁ ନେଇ ଜୋର ଚର୍ଚ୍ଚା । ତେବେ ସିଲେକସନ୍ ବଡି ପାଖରୁ ୩ ନାଁ ଆସିବା ପରେ ଶେଷ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଆଗକୁ ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତି, ନକ୍ସଲ ସମସ୍ୟା ଆଦି ବିଷୟକୁ ଯିଏ ଦକ୍ଷତାର ସହ ହ୍ୟାଣ୍ଡେଲ କରିପାରିବେ ବୋଲି ସରକାର ହୃଦବୋଧ କରିବେ ସିଏ ହିଁ ହେବେ ରାଜ୍ୟର ପରବର୍ତ୍ତି ପୋଲିସ ମୁଖିଆ।

   Related Posts