କିଏ ହେବ ଓଡିଶା ବିଧାନସଭାରେ ପରବର୍ତ୍ତୀ ବିରୋଧୀ ଦଳ ନେତା ? ବରିଷ୍ଠ ବିଧାୟକ ପ୍ରଦୀପ ନାୟକ ଦେଲେ ଏହି ସୂଚନା…

Published By : Prameya-News7 Bureau | May 31, 2019 IST

ଭବାନୀପାଟଣା ୩୧|୫: ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଶୋଡଶ ବିଧାନସଭାରେ କଂଗ୍ରେସ ଆଉ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିବ ନାହିଁ। ବିଧାନସଭା ନିର୍ବାଚନରେ କଂଗ୍ରେସ ମାତ୍ର ୭ଟି ଆସନରେ ବିଜୟୀ ହୋଇଛି । ତେବେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ବିଜେପି ମୁଖ୍ୟ ବିରୋଧୀଦଳର ସ୍ଥିତିକୁ ଆସିଛି । ବିଧାନସଭାରେ ବିଜେପି ୨୩ଟି ଆସନ ହାତେଇଛି । ତେଣୁ ଏତର ବିଜେପି ମୁଖ୍ୟ ବିରୋଧୀଦଳ ଆସନରେ ବସିବ ।

ତେବେ ବିଜେପିର କେଉଁ ବିଧାୟକ ବିରୋଧୀ ଦଳ ନେତା ହେବେ ତାକୁ ନେଇ ଚାଲିଛି କସରତ । ଗତ ବିଧାନସଭାରେ ବିଜେପି ବିଧାୟକ ଦଳ ନେତା ଥିବା କନକ ବର୍ଦ୍ଧନ ସିଂ ଦେଓ ଚଳିତଥର ନିର୍ବାଚନ ହାରିଯାଇଛନ୍ତି । ଅପରପକ୍ଷରେ ଗତଥର ୯ ବିଧାୟକଙ୍କ ମଧ୍ୟରୁ କେଭି ସିଂ ଦେଓ ହାରିଯାଇଥିବାବେଳେ ଚିଲିକା ବିଧାୟକଙ୍କୁ ଦଳ ପ୍ରାର୍ଥୀ କରିନଥିଲା । ଆଉ ଦୁଇଜଣ ବିଧାୟ ବସନ୍ତ ପଣ୍ଡା ଓ ନିତୀଶ ଗଙ୍ଗଦେବଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରାଯାଇଥିଲା ଓ ସେମାନେ ବିଜୟୀ ହୋଇଛନ୍ତି । ଅବଶିଷ୍ଟ ୬ ବିଧାୟକଙ୍କ ମଧ୍ୟରୁ ୬ଜଣଯାକ ପରାସ୍ତ ହୋଇଛନ୍ତି ।

 ଫଳରେ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଛନ୍ତି ।ଜୟ ନାରାୟଣ ମିଶ୍ର, ପ୍ରଦୀପ ନାୟକଙ୍କ ଭଳି କିଛି ପୂର୍ବତନ ବିଧାୟକ ଏଥର ଜିତିଛନ୍ତି । ତେଣୁ ସେମାନଙ୍କ ମଧ୍ୟରୁ କାହାକୁ ଜଣକୁ ବିଜେପି ବିରୋଧୀଦଳ ନେତା କରାଯାଇପାର । ସେ ଦୃଷ୍ଟିରୁ ଦେଖିଲେ ପ୍ରଦୀପ ନାୟକ ଏବଂ ଜୟନାରାଣ ମିଶ୍ରଙ୍କ ନାଁ ସର୍ବାଗ୍ରେ ରହିଛି ।

ତେବେ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ନେତା ଚୟନ ହେବ ବୋଲି କହିଛନ୍ତି ବିଧାୟକ ପ୍ରଦୀପ ନାୟକ। ସେଥିପାଇଁ ଖୁବଶୀଘ୍ର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓଡିଶା ଆସିବେ । ବିଧାନସଭା ଅଧିବେଶନ ଆରମ୍ଭର ୨-୩ ଦିନ ପୂର୍ବରୁ ଘୋଷଣା ହେବ ବିରୋଧୀ ଦଳ ନେତା ବୋଲି ସେ ସୂଚନା ଦେଇଛନ୍ତି ।

ଅପରପକ୍ଷରେ ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା ପ୍ରସଙ୍ଗରେ ସେ କହିଛନ୍ତି ଯେ, ଏହି ପ୍ୟାକେଜ ପଶ୍ଚିମ ଓଡିଶା ପାଇଁ ନୁହେଁ ।ଗତ ଉପନିର୍ବାଚନରେ ରାଜ୍ୟ ସରକାର ଯେଉଁ ପ୍ୟାକେଜ ଘୋଷଣା କରିଥିଲେ, ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ।ଏବେ ପୁଣି ଆଉ ଏକ ପ୍ୟାକେଜ ଘୋଷଣା କାହିକି କରିଛନ୍ତି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.