କିଏ ହେବେ ଆସାମର ମୁଖ୍ୟମନ୍ତ୍ରୀ ? ହେମନ୍ତ ନା ସର୍ବାନନ୍ଦ ; ଚିନ୍ତାରେ ବିଜେପି...

Published By : Prameya-News7 Bureau | May 04, 2021 IST

ଗୌହାଟି ୦୪।୦୫: ଆସାମରେ ପୁଣି ଥରେ ଫୁଟିଛି ପଦ୍ନ । ନିର୍ବାଚନରେ ବିଜେପିକୁ ସ୍ପଟ ବହୁମତ ମିଳିଛି । ଯାହାପରେ ସରକାର ଗଢିବା ସୁନିଶ୍ଚିତ ହୋଇଛି । କିନ୍ତୁ ବିଜେପି କ୍ଷମତାକୁ ତ ଫେରିଛି, ହେଲେ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ । ସେନେଇ ଏକ ସମସ୍ୟା ସୃଷ୍ଟି ହୋଇଛି । ବର୍ତ୍ତମାନ ବିଜେପି ନେତା ସର୍ବାନନ୍ଦ ସୋନେବାଲା ମୁଖ୍ୟମନ୍ତ୍ରୀ ଅଛନ୍ତି . କିନ୍ତୁ ପାର୍ଟି ନିର୍ବାଚନରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଦେଖାଇନଥିଲା । ଯାହାକୁ ନେଇ ଏଥର ସରକାରରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରୁଛି । ବରିଷ୍ଠ ବିଜେପି ନେତା ହେମନ୍ତ ବିସ୍‌ବା ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ ଚାଲିଛି ବୋଲି ସୁତ୍ରରୁ ଜଣାପଡିଛି । ତେବେ ରାଜ୍ୟରେ ଦଳ ସିନା ସରକାରକୁ ଫେରିବାରେ ସଫଳ ହୋଇଛି, ହେଲେ ମୁଖ୍ୟମନ୍ତ୍ରୀ କିଏ ହେବ । ସେନେଇ ସସ୍‌ପେନ୍ସ ଜାରି ରହିଛି ।

ତେବେ ଏହାପୂର୍ବରୁ ଦଳର ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱ ନେବ ବୋଲି ବିଜେପି ପକ୍ଷରୁ ସୂଚନା ମିଳିଥିଲା । କିନ୍ତୁ ଏହାପରେ ଦଳର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ , ତାହା ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ ବୋଲି ବିଜେପି ନେତା ହେମନ୍ତ ବିସ୍‌ବା ସରମା କହିଥିଲେ । କିନ୍ତୁ ଦଳ ପକ୍ଷରୁ ଏବେ ଯାଏଁ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ନେଇ କୌଣସି ସ୍ପଷ୍ଟ ରାୟ ଆସିନାହିଁ ।

ସର୍ବାନନ୍ଦ ସୋନାବାଲା ରାଜ୍ୟ ବିଜେପି ସଂଗଠନର ବହୁ ପୁରୁଣା ନେତା । ତାଙ୍କର ଛବି ଏବଂ ପାଞ୍ଚର କାର୍ଯ୍ୟକାଳ ଖୁବ୍‌ ଭଳ ରହିଛି । କିନ୍ତୁ ହେମନ୍ତ ବିସ୍‌ବା ସରମାଙ୍କ ରାଜନୀତି ସମୀକରଣ ଏବଂ ପୂର୍ବତ୍ତୋର ରାଜ୍ୟରେ ତାଙ୍କର ଭୂମିକା ଖୁବ୍‌ ଭଲ ରହିଛି । ଯାହାକୁ ପାର୍ଟି ତିଳ ମାତ୍ର ନଜରଅନ୍ଦାଜ କରିବା କଷ୍ଟ ହେବ । ତେଣୁ ମୁଖ୍ୟମନ୍ତ୍ରୀ ଦୌଡରେ ହେମନ୍ତ ବିସ୍‌ବାଙ୍କ ନାମ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ୨୦୧୬ ବିଧାନସଭା ନିର୍ବାଚନ ହେମନ୍ତ ବିସ୍‌ବା ସରମା କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ସେତେବେଳ ସେ ମୁଖ୍ୟମନ୍ତ୍ରୀ ପଦ ପାଇବା ଆଶାରେ ଦଳରେ ସାମିଲ ହୋଇଥିଲେ । କିନ୍ତୁ ସେତେବେଳେ ପାର୍ଟ ସର୍ବାନନ୍ଦ ସୋନେବାଲଙ୍କୁ ଆଗକୁ ଆଣିଥିଲା । ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଥିଲା । ସେବେଠାରୁ ପାଞ୍ଚ ବର୍ଷ ମଧ୍ୟରେ ପରିସ୍ଥିତି ବଦଳିଯାଇଛି । ହେମନ୍ତ ବିସ୍‌ବା ସରମା ଆସାମରେ ନୁହେଁ, ବରଂ ପୂର୍ବୋତ୍ତର ରାଜ୍ୟରେ ନିଜର ରଣନୀତି ପାଇଁ ବିଜେପିକୁ ଅନେକ ସଫଳତା ଦେଇଛନ୍ତି । ସେଥିଲାଗି ଦଳରେ ତାଙ୍କ ମହତ୍ତ୍ୱ ଦିନକୁ ଦିନ ବଢିଚାଲିଛି । ଯାହାକୁ ତାଙ୍କୁ ଏବେ ମୁଖ୍ୟମନ୍ତ୍ରୀ ଦୌଡରେ ଛିଡା କରିଛି ।

ସେପଟେ ମିଳିଥିବା ଖବର ଅନୁଯାୟୀ, ରାଜ୍ୟରେ ଯଦି ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପାଇଁ ଦଳ ନିଷ୍ପତ୍ତି ନିଏ । ତେବେ ସର୍ବାନନ୍ଦ ସୋନେବାଲ କେନ୍ଦ୍ର ସରକାରରେ ସାମିଲ ହେବେ । ରାଜ୍ୟର ଭାର ହେମନ୍ତ ବିସ୍‌ବା ସରମାଙ୍କ ଉପରେ ଦିଆଯାଏ, ସର୍ବାନନ୍ଦଙ୍କୁ କେନ୍ଦ୍ରରେ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ କରାଯାଇପାରେ । ଏହାଦ୍ୱାରା ସର୍ବାନନ୍ଦ ପୁଣି ଥରେ କେନ୍ଦ୍ରକୁ ଫେରିଯିବେ । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସର୍ବାନନ୍ଦ କେନ୍ଦ୍ର ସରକାରରେ ମନ୍ତ୍ରୀ ଥିଲେ । ତେବେ ଦେଖାଯାଉ ଆସାମରେ ଆଗକୁ ପରିସ୍ଥିତି କଣ ହେଉଛି । କିଏ ହେଉଛି ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.