ଧୋନୀଙ୍କ ପରେ କିଏ ସମ୍ଭାଳିବ CSK ? ବ୍ରାଭୋଙ୍କ ପାଖରେ ଅଛି ଉତ୍ତର

Published By : Prameya-News7 Bureau | September 06, 2020 IST

ନୁଆଦିଲ୍ଲୀ, ୦୬|୦୯:    କ୍ୟାପ୍ଟେନ୍ କୁଲ୍ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ସାରିଛନ୍ତି । ତେବେ ସେ କେବଳ ଆଇପିଏଲ ଖେଳିବେ ବୋଲି କହିଥିଲେ । ଏବେ ଧୋନୀ ଆଇପିଏଲ-୨୦୨୦ ପାଇଁ ୟୁଏଇରେ ଅଛନ୍ତି । ଧୋନୀ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଭାର ତୁଲାଇ ଆସୁଛନ୍ତି । ତେବେ ଧୋନୀଙ୍କ ପରେ ସିଏସକେର ମଙ୍ଗ କିଏ ସମ୍ଭାଳିବ ତାକୁ ନେଇ ଆଲୋଚନା ଆରମ୍ଭ ହେଲାଣି । ମାହି ବିରାଟ କୋହଲିଙ୍କୁ ସୁଯୋଗ ଦେବା ପାଇଁ ଭାରତୀୟ ଦଳର ଅଧିନାୟକ ପଦ ଛାଡିଥିଲେ । ସିଏସକେ ପାଇଁ ମଧ୍ୟ ସମାନ ପନ୍ଥା ଆପଣାଇବେ ଧୋନୀ । ଏପରି କହିଛନ୍ତି ଓ୍ୱେଷ୍ଟ ଇଣ୍ଡିଜ୍ ଅଲରାଉଣ୍ଡର ଡାଏନ୍ ବ୍ରାଭୋ ।

ଧୋନୀ ୧୦ଟି ସିଜିନରେ ସିଏସକେର ଅଧିନାୟକ ରହି ଆସିଛନ୍ତି । ଧୋନୀଙ୍କ ନେତୃତ୍ୱରେ ସିଏସକେ ତିନି ଥର ଆଇପିଏଲ ଟ୍ରଫି ହାସଲ କରିଛି । ଏହାସହ ଗତ ସିଜିନରେ ସିଏସକେ ରନର୍ସ ଅପ୍ ମଧ୍ୟ ରହିଥିଲା । ତେବେ ବ୍ରାଭୋ କହିଛନ୍ତି ଯେ, ଧୋନୀ ସିଏସକେର ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି । ତେବେ ସେ ଅଧିନାୟକ ଭାର ରାଇନା ବା ଅନ୍ୟ କୌଣସି ଯୁବ ଖେଳାଳିଙ୍କୁ ପ୍ରଦାନ କରିପାରନ୍ତି । ଏବେ କିନ୍ତୁ ନେତୃତ୍ୱକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏବିଷୟରେ ଫ୍ରାଞ୍ଚାଇଜ୍ ନିଷ୍ପତ୍ତି ନେବେ ।

ସେ ଆହୁରି କହିଛନ୍ତି ଯେ, ଦଳରେ ସମସ୍ତ ଖେଳାଳି ପ୍ରତିଭାବାନ୍ ଅଟନ୍ତି ।  ମ୍ୟାନେଜମେଣ୍ଟ ସହ ଅନ୍ୟ ସଦସ୍ୟ ମଧ୍ୟ ଶୃଙ୍ଖଳିତ । ଦଳ ଉପରେ କେବେ ମ୍ୟାନେଜମେଣ୍ଟ ପକ୍ଷରୁ ଚାପ ନାହିଁ । ଏପରିକି ଧୋନୀ ମଧ୍ୟ କେବେ କୌଣସି କଥାରେ ଖେଳାଳିଙ୍କ ଉପରେ ଚାପ ପକାନ୍ତି ନାହିଁ ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ସିଏସକେର ଫ୍ୟାନ୍ ସଂଖ୍ୟା ମଧ୍ୟ ଅଧିକ ବୋଲି ବ୍ରାଭୋ କହିଛନ୍ତି ।

ସୁରେଶ ରାଇନା ନିଜ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲ ନଖେଳି ଭାରତ ଚାଲି ଆସିଥିଲେ । ସେ ଗତ କିଛି ବର୍ଷ ହେଲା ସିଏସକେର ଉପ ଅଧିନାୟକ ରହିଛନ୍ତି । ତେବେ ଚଳିତ ବର୍ଷ ରାଇନାଙ୍କ ବଦଳରେ ଆଉ କେହି ଉପ ଅଧିନାୟକ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.