ଅବିଭକ୍ତ କଳାହାଣ୍ଡି ଜିଲ୍ଲାରୁ କିଏ ହେବେ ମନ୍ତ୍ରୀ ? ଚର୍ଚ୍ଚ।ରେ ବସନ୍ତ ପଣ୍ଡା, ଦିବ୍ୟଶଙ୍କର ମିଶ୍ର, ଭୁପିନ୍ଦର ସିଂ, ରାଜେନ୍ଦ୍ର ଢୋଲକିଆ

Published By : Prameya-News7 Bureau | May 26, 2019 IST

କଳାହାଣ୍ଡି ୨୬/୫ : ଅବିଭକ୍ତ କଳାହାଣ୍ଡି ଜିଲ୍ଲାରୁ ମନ୍ତ୍ରୀ କିଏ ? ଏହାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ରାଜ୍ୟରେ ଦୌଡରେ ବରିଷ୍ଠ ନେତା ଭୁପିନ୍ଦର ସିଂ, ଉଚ୍ଚ ଶିକ୍ଷିତ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ତଥା ରାଜେନ୍ଦ୍ର ଢୋଲକିଆ ନାଁ ଚର୍ଚ୍ଚ।ରେ ରହିଥିବାବେଳେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ବିଜେପି ରାଜ୍ୟସଭାପତି ବସନ୍ତ ପଣ୍ଡାଙ୍କ ନାଁ ଚର୍ଚ୍ଚରେ ରହିଛି । କାରଣ ଆଗାମୀ ରାଜନୀତି ପାଇଁ ବିଜେଡି ଓ ବିଜେପି  ନିଜ ସଂଗଠନ ପାଇଁ ମନ୍ତ୍ରୀ ପଦରୁ ଗୋଟି ଚାଳନା ଆରମ୍ଭ କରିବେ ବୋଲି ଚର୍ଚ୍ଚ। ଆରମ୍ଭ ହୋଇଛି ।

{"id":116305}

ପଶ୍ଚିମ ଓଡିଶାରେ ବିଜେପି ଯଦିଓ ବିଧାନସଭାରେ କମାଲ ଦେଖାଇ ପାରିଲା ନାହିଁ । କିନ୍ତୁ ଓଡିଶାର ୮ ଗୋଟି ବିଜେପି ସାଂସଦ ମଧ୍ୟରୁ ପଶ୍ଚିମ ଓଡିଶାରୁ ୫ଟି ଲୋକସଭା ଆସନ କଳାହାଣ୍ଡି, ବଲାଗିଂର, ସୁନ୍ଦରଗଡ, ସମ୍ବଲପୁର , ବରଗଡ ଅକ୍ତିଆର କରି ବିଜେଡିକୁ ମାତ ଦେବାରେ ସଫଳ ହୋଇଛି ।

{"id":116309}

ସେହିପରି କଳାହାଣ୍ଡି ଲୋକସଭା ସଂସଦୀୟ କ୍ଷେତ୍ର ଆନ୍ତର୍ଗତ ନୁଆପଡା ଜିଲ୍ଲାର ଦୁଇ ଓ କଳାହାଣ୍ଡି ଜିଲ୍ଲାର ୫  ବିଧାନସଭା ମଧ୍ୟରୁ ବିଜେପି ମାତ୍ର ଗୋଟିଏ ଭବାନୀପାଟଣା ବିଧାନସଭା ଆସନ ବିଜୟ ହୋଇ ମଧ୍ୟ ଲୋକସଭା ରେ ରାଜ୍ୟ ବିଜେପି ସଭାପତି ବସ’ ପଣ୍ଡା ଙ୍କ ବିଜୟ  ବିଜୁ ଜନତା ଦଳ ପାଇଁ ଚେତାବନୀ ସୃଷ୍ଟି କରିଛି ।

{"id":116306}

ଏଣୁ ବିଜେଡିର ସଂଗଠନ ମଜବୁତ ପାଇଁ ପଶ୍ଚିମ ଓଡିଶା ରୁ ଅଧିକ ମନ୍ତ୍ରୀ ପଦରେ ସାମିଲ ପାଇଁ ବିଶେଷଞ ଆକଳନ କରୁଛନ୍ତି । ଏହି ପରିପେକ୍ଷୀରେ ଅବିଭକ୍ତ କଳାହାଣ୍ଡିରୁ ବରିଷ୍ଠ ନେତା ତଥା ନର୍ଲ। ବିଧାୟକ ଭୁପିନ୍ଦର ସିଂ, ଦ୍ବିତୀୟ ଥର ବିଜୟ ହୋଇଥିବା ଉଚ୍ଚ ଶିକ୍ଷିତ ଯୁବ ନେତା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ତଥା ନୁଆପଡା ବିଧାନସଭା ରୁ ୨୦୦୯ ରେ ବିଧାୟକ ହୋଇସାରିଥିବା ରାଜେନ୍ଦ୍ର ଢୋଲକିଆ ମନ୍ତ୍ରୀ ପଦ ଦୌଡରେ ରହିଛନ୍ତି । ଏ ନେଇ କିନ୍ତୁ ବିଧାୟକ ଆଶା ବାନ୍ଧିଥିଲେ ବି ମାପି ଚୁପି ବୟାନ ଦେଉଛନ୍ତି ।

{"id":116307}

ଅପରପକ୍ଷରେ ପଶ୍ଚିମ ଓଡିଶାରେ ବିଜେପିର ଲୋକସଭାରେ ସଫଳତା ପାଇଁ ଉତ୍ସାହିତ ହୋଇ ରାଜ୍ୟ ବିଜେପି ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ବିଧାନସଭାରେ ବିଫଳତାର ସମୀକ୍ଷା କରାଯିବ ସହ ବିଜେପିର ୧୨୦ ମିଶନ ପାଇଁ ପ୍ରୟାସ ଜାରି ରହିବ ଓ ପଶ୍ଚିମ ଓଡିଶା ବିଜେପିର ଫୋକସ ରହିବ ବୋଲି ପ୍ରକାଶ କରିଛନ୍ତି । ଏହି ଆଧାର ରେ ବସନ୍ତଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦିଆଯାଇପାରେ ବୋଲି ଚର୍ଚ୍ଚ। ହେଉଛି ।

{"id":116308}

ପଶ୍ଚିମ ଓଡିଶା ସମେତ କଳାହାଣ୍ଡି ରେ ବିଜେଡି ଓ ବିଜେପି ଉଭୟ ନିଜ ଭବିଷ୍ୟତ ଦେଖୁଥିବା ବେଳେ ସଂଗଠନ ବୃଦ୍ଦି ପାଇଁ କ୍ଷମତା ପ୍ରଦାନ କରି ନିଜ ସଂଗଠନ ବୃଦ୍ଦି କରିବାକୁ ରାଜ୍ୟରେ ଓ କେନ୍ଦ୍ରରେ ମନ୍ତ୍ରୀ ପଦ ଦେଇପାରେ । ଏ ନେଇ ଅନେକ କଳ୍ପନା ଜଲ୍ପନା ପ୍ରକାଶ ପାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.