Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

୨୦୨୧ରେ କିଏ ହେବ IPL ଚାମ୍ପିୟନ ? ଭବିଷ୍ୟବାଣୀ କଲେ ଏହି ପୂର୍ବତନ କ୍ରିକେଟର : ଶେଷ ସ୍ଥାନରେ ଧୋନୀଙ୍କ ଟିମ୍‌ CSK !

2/04/2021 at 7:14 PM

ନୂଆଦିଲ୍ଲୀ ୦୨/୦୪ : ଇଣ୍ଡିଆନ ପ୍ରିମିୟର ଲିଗ୍‌ ର ୧୪ତମ ସଂସ୍କରଣ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । IPLରେ ୫ ଥର ବିଜୟ ମୁକୁଟ ପିନ୍ଧିସାରିଲାଣି ମୁମ୍ବାଇ ଇଣ୍ଡିଆନ୍ସ । ଗତ ୨ଟି ସଂସ୍କରଣରେ ଚାମ୍ପିୟନ ଟ୍ରଫି ହାତେଇଛି ଦଳ । ତେଣୁ ଲଗାତାର ୩ୟ ଥର ପାଇଁ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି ମୁମ୍ବାଇ ।

ଏହାରି ମଧ୍ୟରେ ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ସ୍କଟ୍‌ ଷ୍ଟାଇରିସ୍‌, ୨୦୨୧ IPL ଚାମ୍ପିୟନ କିଏ ହେବ ସେ ନେଇ ଭବିଷ୍ୟବାଣୀ କରିଛନ୍ତି । ଷ୍ଟାଇରିସଙ୍କ ମତରେ ମୁମ୍ବାଇ ପୁଣି ଥରେ ଚାମ୍ପିୟନ ହେବାକୁ ଯାଉଛି । କେଉଁ ଟିମ କେଉଁ ସ୍ଥାନରେ ରହିବ ସେ ନେଇ ଟ୍ବିଟ୍‌ କରି କହିଛନ୍ତି ସ୍କଟ୍‌ ଷ୍ଟାଇରିସ୍‌ । ପ୍ରଥମ ସ୍ଥାନରେ ମୁମ୍ବାଇ ଥିବା ବେଳେ ଦ୍ବିତୀୟ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ରଖିଛନ୍ତି ଷ୍ଟାଇରିସ୍‌ । ସେହିଭଳି ତୃତୀୟ ସ୍ଥାନ​‌ରେ ଅଛି କିଙ୍ଗସ୍ ପଞ୍ଜାବ ନେଇ ଆକଳନ କରିଛନ୍ତି ।

ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡରଙ୍କ କହିବା ମୁତାବକ, ଚତୁର୍ଥ ସ୍ଥାନରେ ସନରାଇଜର୍ସ ହାଇଦରାବାଦ, ପଞ୍ଚମ ସ୍ଥାନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ୬ଷ୍ଠ ସ୍ଥାନରେ ରାଜସ୍ଥାନ ରୟାଲସ୍‌ ଏବଂ ସବାଶେଷରେ ରହିବ ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌ ।

   Related Posts