ବର୍ଷା ବଢାଇଦେଲା ଉତ୍କଣ୍ଠା: ଚାମ୍ପିୟନ ହେବ କିଏ, ଆଉ କିଏ ସେ ସାମିଲ ହେବ ଲଏଡ୍- ଧୋନୀ କ୍ଲବ୍‌ରେ ?

Published By : Prameya-News7 Bureau | June 18, 2021 IST

ଲଣ୍ଡନ ୧୮।୦୬: ଇଂଲଣ୍ଡ ସାଉଥମ୍ପଟନ ଗ୍ରାଉଣ୍ଡରେ ଆଇସିସି ୱାର୍ଲଡ ଟେଷ୍ଟ ଚମ୍ପିଅନସିପ  ପ୍ରଥମ ଦିନ ଖେଳ  ବର୍ଷା ଯୋଗୁଁ ରଦ୍ଦ। ଏବେ ମ୍ୟାଚ୍ ୬ ଦିନିଆ ହୋଇଗଲା । ତେବେ ଏହି ମ୍ୟାଚ୍‌ର ଫଳାଫଳ ଏକ ରୋଚକ ନିର୍ଯାଶ ଅପେକ୍ଷାରେ । ତାହା ହେଲା ଏବେ ନଜର ବିରାଟ କୋହଲି  ଏବଂ  ୱିଲିୟମସନଙ୍କ ଉପରେ । ଏହି ମ୍ୟାଚ୍‌ର  ଫଳାଫଳ ପରେ କିଏ ସାମିଲ ହେବ ଲଏଡ୍ ଏବଂ ଧୋନୀଙ୍କ ଏଲିଟ୍ କ୍ଲବ୍‌ରେ ? 

ପ୍ରଥମ ଆଇସିସି ୱାର୍ଲଡ ଟେଷ୍ଟ ଚମ୍ପିଅନସିପରେ କେଉଁ ଦଳ ହେବ ଚମ୍ପିଆନ ? ବ୍ଲାକ କ୍ୟାପ ନା ବ୍ଲୁ ବ୍ରିଗେଡ କିଏ ହେବ କ୍ରିକେଟର ବାଦାଶାହା  ଦର୍ଶକଙ୍କ ମଧ୍ୟରେ ଏହାକୁ ନେଇ କାହିଁରେ କେତେ ଉତ୍ତେଜନା। ଦୀର୍ଘ ୬୮୬ ଦିନର ଅପେକ୍ଷା ପରେ ଏହି ମ୍ୟାଚକୁ ବେଶ୍ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ ଦର୍ଶକ। ହେଲେ ବର୍ଷା ଯୋଗୁଁ ଅପେକ୍ଷା ଆହୁରି ଲମ୍ବା ହୋଇଛି।

{"id":468044,"sizeSlug":"large","linkDestination":"none"}

ଏହି ମ୍ୟାଚକୁ ନେଇ  ଆଉ ଏକ ଚର୍ଚ୍ଚା ବି ଜୋର ଧରିଛି।  କିଏ ସାମିଲ ହେବେ ଲଏଡ  ଏବଂ ଧୋନୀଙ୍କ ଏଲିଟ କ୍ଲବରେ। ବିରାଟ କୋହଲି କିମ୍ବା ୱିଲିୟମସନ କିମ୍ବା ଉଭୟ  ଏହା ଉପରେ ରହିବ ନଜର।ଏଲିଟ କ୍ଲବରେ ସାମିଲ ହେବା ପାଇଁ ବିରାଟ ଏବଂ ୱିଲିୟମସନଙ୍କ ପାଖରେ ରହିଛି ସୁଯୋଗ। ଲଏଡ- ଧୋନୀଙ୍କ ଏଲିଟ କ୍ଲବ  ଆଇସିସିର ପ୍ରଥମ ଟ୍ରଫି ଜିତିବା ନେଇ ଉଦ୍ଦିଷ୍ଟ। ପ୍ରଥମ ଆଇସିସି ୱାର୍ଲଡ କପ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା।

{"id":468073,"sizeSlug":"large","linkDestination":"none"}

୧୯୭୫ରେ ପ୍ରଥମ ଥର ଖେଳାଯାଇଥିବା ଆଇସିସି ଟୁର୍ଣ୍ଣାମେଣ୍ଟରେ ଜିତିଥିବା ୱେଷ୍ଟଇଣ୍ଡିଜ ଦଳର ଅଧିନାୟକ ରହିଥିଲେ କ୍ଲାଇବ ଲଏଡ।  ସେହିପରି ୨୦୦୭ରେ ଆଇସିସି ପ୍ରଥମ ଟି ଟ୍ବେଣ୍ଟି ୱାର୍ଲଡ ଜିତିଥିବା ଦଳର ଅଧିନାୟକ ଥିଲେ ଏମ ଏସ ଧୋନୀ। ଏବେ WTC  ଫାଇନାଲକୁ କ୍ରିକେଟର ପ୍ରଥମ ୱାର୍ଲଡ କପ୍ କୁହାଯାଉଛି।ଯାହାର ଫାଇନାଲ ମ୍ୟାଚ ସାଉଥମ୍ପଟନରେ ଖେଳାଯାଉଛି। ଏହି ମ୍ୟାଚରେ ଚମ୍ପିଅନ କିଏ ହେବ ଆଗାମୀ ୫ ଦିନର ଖେଳ ଏହା ନିର୍ଣ୍ଣୟ କରିବ।

{"id":468074,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.