Wednesday, November 13, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହାରାଷ୍ଟ୍ରରେ କାହାର ହେବ ସରକାର ? ନହେଲ ଏହି ତାରଖ ପରେ ଲାଗୁହେବ ରାଷ୍ଟ୍ରପତି ଶାସନ

ମୁମ୍ବଇ ୦୬।୧୧ – ମହାରାଷ୍ଟ୍ରରେ କାହାର ସରକାର ହେବ । ଏହାଠାରୁ ଏବେ ସବୁଠୁ ବଡ଼ ପ୍ରଶ୍ନ ସରକାର କେମିତି ଗଢା ହେବ । ବିଜେପିକୁ ଶିବସେନା ୪୮ଘଣ୍ଟାର ମହଲତ ଦେଇଛି ।

ତେବେ ବିଜେପି ପକ୍ଷରୁ ଏ ପର୍ଯ୍ୟନ୍ତ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହିତ କୌଣସି ଯୋଗାଯୋଗ କରାଯାଇନଥିବା ଏହାର ନେତା ସଞ୍ଜୟ ରାଉତ କହିଛନ୍ତି । ସେପଟେ  ସୂତ୍ରରୁ ଯାହା ସୂଚନା ମିଳୁଛି  ବିଜେପି-ଶିବସେନା ମଧ୍ୟରେ କ୍ଷମତା କନ୍ଦଳ ଖୁବଶୀଘ୍ର ଶେଷ ହେବାକୁ ଯାଉଛି ।

  ନଭେମ୍ବର ୯   ପୂର୍ବରୁ ଦୁଇ ଦଳ ଏକାଠି ମିଶି ସରକାର ଗଢିବା ସମ୍ଭାବନା ଦେଖାଦେଇଛି । ଦୁଇ ଦଳଙ୍କ ମଧ୍ୟରେ  ନିରନ୍ତର ଆଲୋଚନା ଚାଲିଛି ବୋଲି ଜଣାପଡିଛି । ଏପଟେ  ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ତାଙ୍କ ଦଳ ବିରୋଧୀ ଆସନରେ ବସିବ ।

ସେ ନିଜେ ୩ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ । ତେଣୁ ଆଉଥରେ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ସେ ଆଗ୍ରହୀ ନୁହନ୍ତି । ଏନସିପି ଓ କଂଗ୍ରେସ  ବିରୋଧୀ ଦଳରେ ବସିବେ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସର ଜଣେ ରାଜ୍ୟସଭା ସାଂସଦ ଆଜି ଶିବସେନାର ସଂଜୟ ରାଉତଙ୍କୁ ଭେଟିଛନ୍ତି । ନଭେମ୍ବର ୯ରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସରୁଥିବା ବେଳେ ଏହା ପୂର୍ବରୁ ସରକାର ଗଠନ ହେବା ଆବଶ୍ୟକ । ନହେଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ ।

652 Views

   ସମ୍ବନ୍ଧିତ ଖବର