Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ନବୀନ ବିଜେପୁର ଆସନ ଛାଡିବାପରେ ଏବେ ଉପ ନିର୍ବାଚନ ହେବ ସେଠାରେ, ବିଜେଡିରୁ କିଏ ପ୍ରାର୍ଥୀ ତାକୁ ନେଇ ଆରମ୍ଭ ହେଲାଣି କସରତ…

3/06/2019 at 4:02 PM

ଭୁବନେଶ୍ବର ୩|୬: ନିବୀନ ବିଜେପୁର ଆସନ ଛାଡିବା​‌ ପରେ ଜୋର ଧରିଲାଣି ରାଜନୀତି। ବି​‌ଜେଡି ଭିତରେ କିଏ ଟି​‌କେଟ ନେବ ତାଙ୍କୁ ନେଇ ଦଳ ଭିତରେ ଛକାପଞ୍ଝା ଆରମ୍ଭ ହୋଇଗଲାଣି। ଏପଟେ ବିରୋଧୀ ପାଶ୍ଚିମ ଓଡିଶା ବିରୋଧୀ ବଲ ଖେଳିବା ଆରମ୍ଭ କରିଛନ୍ତି। କାରଣ ବିଜେପୁର ବାସୀ ଦୁଇ ବର୍ଷ ଭିତରେ ତିନିଟା ନିର୍ବାଚନ ସମ୍ନା କରୁଥିବାବେଳେ ଏଥର କିଏ ପ୍ରାର୍ଥୀ ହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି। ସବୁଠୁ ବଡ କଥା  ହେଲା ଭୋଟରଙ୍କ  ମୁଡ କେଉଁ ପଟକୁ ସୁଇଙ୍ଗ କରୁଛି…

ନବୀନ ତ ଛାଡିଲେ ବିଜେପୁର ଏବେ ସେଠୁ ଲଢ଼ିବ କିଏ ? ନବୀନ ବିଜେପୁରକୁ ବାଏବାଏ କରିବା ପରେ ଆାଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକାକୁ ନେଇ ଚର୍ଚ୍ଚା ​‌ଜୋରଦାର। କେବଳ ଆଶାୟୀ ପ୍ରାର୍ଥୀ ଯେ ଲବି କରୁଛନ୍ତି ତା ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ପରେ ବିଜେପୁର ରାଜନୀତିକୁ କିଏ କଣ୍ଟ୍ରୋଲ  କରିବ ତାକୁ ନେଇ ଆରମ୍ଭ ହେଲାଣି ଛକାପଞ୍ଝା। ଯେଉଁ ସବୁ ସମ୍ଭାବ୍ୟ ନାଁ ବିଜେପୁର ପାଇଁ ଦାବିଦାର ସେମାନଙ୍କ ଭିତରେ ରୀତା ସାହୁ, ସୁବାଷ ଚହ୍ବାନ, ଶ୍ରୀମୟୀ ମିଶ୍ର, ଭୀଷ୍ମ ଦେବ ସରାଫଙ୍କ ନାଁକୁ ନେଇ ଜୋର ଚର୍ଚ୍ଚା ଆରମ୍ଭ ହେଲାଣି। ଚାଷୀ ନେତା କିଶୋର ଦେବତା ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

ଯାହା ଲାଗୁଛି ଖୁବ ଶିଘ୍ର ଏ​‌ ନେଇ ନବୀନ ତାଙ୍କ କାର୍ଡ ଖୋଲିବେ। ଯେହେତୁ ବିଜେପୁର ନବୀନ ଛାଡିବା ପୂର୍ବରୁ ବଡ ପ୍ୟାକେଜ ଘୋଷଣା କରିସାରିଛନ୍ତି ତେଣୁ ଏଠାରେ ଦଳ ଯାହାକୁ ଟିକେଟ ଦେବ ସେ ନିର୍ବାଚନ ବୈତରଣୀ ପାର ହୋଇଯିବ ବୋଲି ଦଳ ମାପି ନେଇଛି।

ନବୀନ ବିଜେପୁର ଛାଡିବା ପରଠାରୁ ପଶ୍ଚିମ ଓଡିଶା ରାଜନୀତିରେ ଗୋଟି ଚାଳନା ଆରମ୍ଭ ହୋଇଛି। ପଶ୍ଚିମ ଓଡିଶାରୁ ୫ଟି ଯାକ ଲୋକ ସଭା ଆସନ ଜତିବା ସହିତ ବିଜେପି କେନ୍ଦ୍ରରେ କାହାକୁ ମନ୍ତ୍ରୀ କରିନଥିବାରୁ ପ୍ରଶ୍ନ ଉଠାଇଥିଲା ବିଜେଡି। ପଶ୍ଚିମ ଓଡିଶାକୁ ଅଲବିଦା କହି ନିଜ ପୁରୁଣା ଆସନ ହଞ୍ଜିଳିକୁ ନିଜ ହାତରେ ରଖିଥିବାରୁ ବିରୋଧୀ ମୌକା ଦେଖି ପଶ୍ଚିମ ଓଡିଶା ବିରୋଧୀ ବଲ ବିଜେଡି କୋର୍ଟକୁ ଫିଙ୍ଗିଛନ୍ତି। ବିଜେପି ପ୍ରଶ୍ନ କରିଛି କଣ ପାଇଁ ନବୀନ ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡିଶା ବିକାଶ ଡ୍ରାମା କରି ନିର୍ବଚନ ଲଢ଼ିଲେ ,ଏବଂ ଛାଡିଲେ। କଂଗ୍ରେସ କହିଛି ଏଥର ଭୋଟ ନବୀନଙ୍କୁ  ପାନେ ଦେବେ।

ଦୁଇ ବର୍ଷ ଭିତରେ ବିଜେପୁର ବାସୀ  ତିନିଟା ନିର୍ବାଚନ ସମ୍ନା କରିବେ। ଅବଶ୍ୟ ଦୁଇ ଦୁଇଟା ଉପନିର୍ବାଚନ ବିଜେପୁର ପାଇଁ ବିକାଶର ବାସ୍କେଟ ନେଇ ଆସିଛି। ତେବେ ସବୁ ପ୍ରତିଶ୍ରୁତି ପୂରଣ ହୋଇଛି କି ନାହିଁ  ଏବଂ ବିଜେପୁର ବାସୀ କେଉଁଥିରେ ସନ୍ତୁଷ୍ଠ ତାକୁ ମଧ୍ୟ ଦେଖିବାକୁ ପଡିବ।

   Related Posts