Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

କରୋନାକୁ ହରାଉଛି ଶକ୍ତିଶାଳୀ ରାଷ୍ଟ୍ର : ଟିକା ନେବା ପରେ ବିନା ମାସ୍କରେ ବାହାରକୁ ଯାଇପାରିବେ ଲୋକେ

28/04/2021 at 10:15 AM

ଆମେରିକା,  ୨୮/୪ : କରୋନାକୁ ହରାଉଛି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା । ଏଣିକି ଟିକା ନେଇଥିବା ବ୍ୟକ୍ତି ବିନା ମାସ୍କରେ ବାହାରକୁ ଯାଇପାରିବେ । ହେଲେ ଭିଡ ଯାଗାକୁ ଗଲେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଏଠାକାର ସରକାରଙ୍କ ପକ୍ଷରୁ ଜାରି ହୋଇଛି ଏଭଳି ନିର୍ଦ୍ଦେଶନାମା ।  ଆମେରିକାରେ ପ୍ରାୟ ଅଧାରୁ ଅଧିକ ବ୍ୟକ୍ତିଙ୍କଠାରେ ଟିକାକରଣ ହୋଇସାରିବା ପରେ ସିଡିସି ପକ୍ଷରୁ ଏଭଳି କୁହାଯାଇଛି ।

ଜୋ ବାଇଡେନ୍ କହିଛନ୍ତି ବ୍ୟାପକ ଟିକାକରଣ ଫଳରେ ବୟସ୍କଙ୍କ ମୃତ୍ୟୁରେ ୮୦ ପ୍ରତିଶତ ହ୍ରାସ ଦେଖା ଦେଇଛି । ସେହିପରି କରୋନା ସଂକ୍ରମଣ ମଧ୍ୟ ୧୬ ପ୍ରତିଶତ ହ୍ରାସ ପାଇଛି । ଆମେରିକାରେ ପ୍ରାୟ ୧୪ କୋଟି ଲୋକଙ୍କୁ ଫାଇଜର ଟିକାର ପ୍ରଥମ ଡୋଜ୍ କିମ୍ବା ଜନସନ ଆଣ୍ଡ ଜନସନର ଟିକା ଦିଆଯାଇଛି । ଆମେରିକାରେ କରୋନା କଟକଣାକୁ କୋହଳ କରାଯାଇଛି । ଏପରିକି ଏକାଧିକ ବ୍ୟକ୍ତି ବାହାରେ ବୁଲାବୁଲି କରିବା କିମ୍ବା ରେଷ୍ଟୁରାଂଟରେ ଏକାଠି ଖାଇପାରିବେ ବୋଲି ଘୋଷଣା ହୋଇଛି । ଟିକା ନେଇଥିବା ବ୍ୟକ୍ତି ଓ ଟିକା ନେଇନଥିବା ବ୍ୟକ୍ତି ମଧ୍ୟ ଏକାଠି ହୋଇପାରିବେ ବୋଲି ସିଡିସି କହିଛି । କିନ୍ତୁ ସଭାସମିତି ସହ ସେଲୁନ, ସପିଂ ମଲ ଓ ସିନେମା ହଲରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

   Related Posts