Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର
  • ||
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||

ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ସହ ଆସିଥିବା ଏହି ମହିଳା ଜଣଙ୍କ କିଏ ? ଜାଣନ୍ତୁ

2/03/2019 at 9:11 AM

ନୂଆଦିଲ୍ଲୀ ୨|୩ : ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ସ୍ୱଦେଶ ଫେରିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ପାକିସ୍ତାନ ସେନା ବନ୍ଦୀ କରି ରଖିବାର ୬୦ ଘଣ୍ଟା ପରେ ହିଁ ଗତକାଲି ରାତି ୯ଟା ୧୦ମିନିଟ୍ ସମୟରେ ପାକିସ୍ତାନୀ ଅଧିକାରୀ ଅମୃତସରର ଅଟାରୀ ବର୍ଡରରେ ଅଭିନନ୍ଦନଙ୍କୁ ଭାରତକୁ ଛାଡିଥିଲେ । ଏହି ସମୟରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ସହ ଜଣେ ମହିଳା ମଧ୍ୟ ଥିଲେ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସେହି ମହିଳା ଜଣକ କିଏ ? ସାଧାରଣରେ ଲୋକମାନେ ଭାବୁଛନ୍ତି ଯେ, ସେହି ମହିଳା ଜଣକ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ପତ୍ନୀ କିମ୍ବା ସଂପର୍କୀୟ ହୋଇପାରନ୍ତି । କିନ୍ତୁ ଏହି ମହିଳା ନା ତାଙ୍କର ପତ୍ନୀ ନା କେହି ସଂପର୍କୀୟ । ସେ ମହିଳା ଜଣଙ୍କ ହେଉଛନ୍ତି ପାକ୍ ବୈଦେଶିକ କାର୍ଯ୍ୟାଳୟର ନିର୍ଦ୍ଦେଶକ ଡ. ଫରିହା ବୁଗତୀ ।

ଡ. ବୁଗତୀ ଜଣେ ଏଫଏସପି (ଭାରତର ଆଇଏଫଏସ୍ ଅଧିକାରୀ ଭଳି ) ଅଧିକାରୀ ଏବଂ ପାକ୍ ବୈଦେଶିକ କାର୍ଯ୍ୟାଳୟରେ ଭାରତର ମାମଲାକୁ ସମ୍ଭାଳିବା କାର୍ଯ୍ୟ କରୁଛନ୍ତି । ପାକିସ୍ତାନ ଜେଲ୍ ରେ ଥିବା କୁଳଭୂଷଣ ଯାଦବଙ୍କ ମାମଲାକୁ ସମ୍ଭାଳୁଥିବା ମୁଖ୍ୟ ପାକ୍ ଅଧିକାରୀଙ୍କ ମଧ୍ୟରେ ସେ ହେଉଛନ୍ତି ଜଣେ । ଯାଦବଙ୍କ ଉପରେ ଭାରତୀୟ ଜାସୁସର ଅଭିଯୋଗ ଲାଗିଥିଲା । ଗତବର୍ଷ ଇସଲାମାବାଦ୍ ରେ ଯାଦବଙ୍କ ମା ଏବଂ ପତ୍ନୀଙ୍କ ସହ ହୋଇଥିବା ଭେଟ ସମୟରେ ଡ. ବୁଗତୀ ମଧ୍ୟ ଉପସ୍ଥିତ ଥିଲେ ।

   Related Posts