Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ମହାଭାରତର ସଞ୍ଜୟ କିଏ ଯାହାକୁ ମିଳିଥିଲା ଦିବ୍ୟଦୃଷ୍ଟି : ଯୁଦ୍ଧ ପରେ ସେ ଗଲେ କୁଆଡେ ?

28/04/2020 at 4:40 PM

ଭୁବନେଶ୍ୱର ୨୮/୦୪ : ମହାଭାରତର ସଞ୍ଜୟଙ୍କୁ ନେଇ ଲୋକେ ଅଧିକାଂଶ ସମୟରେ ଚର୍ଚ୍ଚା କରିଥାନ୍ତି | ମହାଭାରତ ଯୁଦ୍ଧର ସମ୍ପୂର୍ଣ ବିବରଣୀ ଧୃତରାଷ୍ଟ୍ରଙ୍କୁ ଶୁଣାଇବା ପାଇଁ ସଞ୍ଜୟଙ୍କୁ ଦିବ୍ୟ ଦୃଷ୍ଟି ମିଳିଥିଲା | କିଏ ଏ ସଞ୍ଜୟ ଯିଏ ମହାଭାରତରୁ ଆଜି ଯାଏଁ ଅମର ଅଛନ୍ତି | ମହାଭାରତ ଯୁଦ୍ଧ ପରେ ସେ କୁଆଡେ ଗଲେ ତାହା କେହି ଜାଣି ନାହାନ୍ତି |

ସଞ୍ଜୟ ଧୃତରାଷ୍ଟ୍ରଙ୍କ ମନ୍ତ୍ରୀମଣ୍ଡଳର ଜଣେ ମନ୍ତ୍ରୀ ଥିଲେ | ଧୃତରାଷ୍ଟ୍ର ତାଙ୍କୁ ସମ୍ମାନ କରିଥିଲେ | ସେ ବିଦ୍ୱାନ ଗାବାଗ୍ଲଣଙ୍କ ପୁତ୍ର ଥିଲେ | ଜାତିରେ ସେ ତନ୍ତୀ ଥିଲେ | ସଞ୍ଜୟ ମହର୍ଷି ବେଦବ୍ୟାସଙ୍କ ଶିଷ୍ୟ ଥିଲେ |

ହିନ୍ଦୁ ଧର୍ମର ପାରମ୍ପରିକ ଗ୍ରନ୍ଥ ଓ ମହାଭାରତର କାହାଣୀରୁ ଜଣାପଡେ ଯେ ସଞ୍ଜୟ ବିନମ୍ର ଏବଂ ଧାର୍ମିକ ସ୍ୱଭାବର ଥିଲେ | ଦେଶର ପ୍ରଥମ ଏବଂ ଏକମାତ୍ର ଅନଲାଇନ ଦେଶୀ ଏନସାଇକ୍ଲୋପିଡିଆ ‘ଭାରତ କୋଷ’ରେ ମଧ୍ୟ ସଞ୍ଜୟଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇଛି |

ଧୃତରାଷ୍ଟ୍ର ମହାଭାରତ ଯୁଦ୍ଧର ଠିକ ପୂର୍ବରୁ ସଞ୍ଜୟଙ୍କୁ ପାଣ୍ଡବଙ୍କ ପାଖକୁ ପଠାଇଥିଲେ | ପାଣ୍ଡବଙ୍କ ସହ କଥାବାର୍ତ୍ତା ହେବା ପାଇଁ ଧୃତରାଷ୍ଟ୍ର ସଞ୍ଜୟଙ୍କୁ ପଠାଇଥିଲେ | ପାଣ୍ଡବଙ୍କ ସହ କଥା ହୋଇ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଯୁଧିଷ୍ଠିରଙ୍କ ସନ୍ଦେଶ ଦେଇଥିଲେ | ସଞ୍ଜୟ ଶ୍ରୀକୃଷ୍ଣଙ୍କ ପରମଭକ୍ତ ଥିଲେ | ସେ ଧୃତରାଷ୍ଟ୍ରଙ୍କ ମନ୍ତ୍ରୀ ଥିଲେ ମଧ୍ୟ ପାଣ୍ଡବଙ୍କ ପ୍ରତି ତାଙ୍କର ସହାନୁଭୂତି ଥିଲା | ସେ ମଧ୍ୟ ଅଧର୍ମ ରୋକିବା ପାଇଁ ଧୃତରାଷ୍ଟ୍ର ଏବଂ ତାଙ୍କ ପୁଅମାନଙ୍କୁ କଡା ଭାଷା ପ୍ରୟୋଗ କରିବାରେ ପଛାଉ ନଥିଲେ |

ସଞ୍ଜୟ ଅଧିକାଂଶ ସମୟରେ ରାଜା ଧୃତରାଷ୍ଟ୍ରଙ୍କୁ ଭଲ ଉପଦେଶ ଦେଉଥିଲେ | ଯେତେବେଳେ ପାଣ୍ଡବ ଦ୍ୱିତୀୟଥର ପାଇଁ ଜୁଆ ଖେଳରେ ହାରି ଯାଇ ୧୩ ବର୍ଷ ପାଇଁ ବନବାସ ଯାଇଥିଲେ ସେତେବେଳେ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଚେତାବନୀ ଦେଇଥିଲେ ଯେ କୁରୁବଂଶର ବିନାଶ ସୁନିଶ୍ଚିତ ହେବ | ସଞ୍ଜୟଙ୍କ ସ୍ପଷ୍ଟ ଓ କଡା ଭାଷା ଯୋଗୁଁ ଧୃତରାଷ୍ଟ୍ର ଅଧିକାଂଶ ସମୟରେ କ୍ଷୁବ୍ଧ ହୋଇଯାଉଥିଲେ |

ଯେତେବେଳେ ମହାଭାରତ ଯୁଦ୍ଧ ହେବା ସୁନିଶ୍ଚିତ ହୋଇଥିଲା ସେତେବେଳେ ମହର୍ଷି ବେଦବ୍ୟାସ ସଞ୍ଜୟଙ୍କୁ ଦିବ୍ୟ ଦୃଷ୍ଟି ପ୍ରଦାନ କରିଥିଲେ | ଦିବ୍ୟ ଦୃଷ୍ଟି ମାଧ୍ୟମରେ ଯୁଦ୍ଧର ଟିକିନିଖି ଗତିବିଧି ସେ ମହଲରେ ଥାଇ ଦେଖି ପାରୁଥିଲେ ଏବଂ ଧୃତରାଷ୍ଟ୍ରଙ୍କୁ ଶୁଣାଉଥିଲେ | ସଞ୍ଜୟ ଭାରତ ବର୍ଷର ସର୍ବ ପ୍ରଥମ କମେଣ୍ଟେଟର କହିଲେ ଅତ୍ୟୁକ୍ତି ହେବନାହିଁ |

ମହାଭାରତ ଯୁଦ୍ଧ ପରେ ମହର୍ଷି ବେଦବ୍ୟାସ ପ୍ରଦାନ କରିଥିବା ଦିବ୍ୟ ଦୃଷ୍ଟି ମଧ୍ୟ ନଷ୍ଟ ହୋଇଯାଇଥିଲା | ଶ୍ରୀକୃଷ୍ଣଙ୍କ ବିରାଟ ସ୍ୱରୂପ ଯାହା କେବଳ ଅର୍ଜୁନଙ୍କୁ ଦେଖା ଦେଉଥିଲା ତାହା ମଧ୍ୟ ସଞ୍ଜୟ ନିଜ ଦିବ୍ୟ ଦୃଷ୍ଟି ବଳରେ ଦେଖି ପାରୁଥିଲେ |

ସଞ୍ଜୟଙ୍କୁ ଦିବ୍ୟ ଦୃଷ୍ଟି ମିଳିବାର କୌଣସି ବୈଜ୍ଞାନିକ ଆଧାର ମହାଭାରତ ପରବର୍ତ୍ତୀ ଗ୍ରନ୍ଥରେ ଉଲ୍ଲେଖ ନାହିଁ | ଏହାକୁ ମହର୍ଷି ବେଦବ୍ୟାସଙ୍କ ଚମତ୍କାର ବୋଲି ମଧ୍ୟ କୁହାଯାଏ | ମହାଭାରତ ଯୁଦ୍ଧ ପରେ ସଞ୍ଜୟ ଅନେକ ବର୍ଷ ଯାଏଁ ଧୃତରାଷ୍ଟ୍ରଙ୍କ ରାଜ୍ୟ ହସ୍ତୀନାପୁରରେ ଥିଲେ | ଏହାପରେ ସେ ଧୃତରାଷ୍ଟ୍ର, ଗାନ୍ଧାରୀ ଓ କୁନ୍ତୀଙ୍କ ସହ ସନ୍ୟାସ ଗ୍ରହଣ କରି ହସ୍ତୀନାପୁରରୁ ଚାଲିଯାଇଥିଲେ | ପୌରାଣିକ ଗ୍ରନ୍ଥ ଅନୁଯାୟୀ, ଧୃତରାଷ୍ଟ୍ରଙ୍କ ମୃତ୍ୟୁ ପରେ ସଞ୍ଜୟ ହିମାଳୟକୁ ଚାଲିଯାଇଥିଲେ |

   Related Posts