ପୋଲିସ ସ୍କାନରରେ ପୋଲିସ୍‌: ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ କେଉଁମାନେ ତଥ୍ୟ ଦେଉଥିଲେ ?

Published By : Prameya-News7 Bureau | July 05, 2020 IST

କାନପୁର୫/୭: ଉତ୍ତରପ୍ରଦେଶ କାନ୍‌ପୁରରେ ୮ ପୋଲିସଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଚପାଚପା କରି ଖୋଜୁଛି ପୋଲିସ। ବିଶେଷ କରି ବିକାଶକୁ କେଉଁମାନେ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ଏବେ ପୋଲିସ ଟାଣିବାରେ ଲାଗିଛି। ଆଉ ସେମାନଙ୍କଠାରୁ ମିଳୁଛି କିଛି ସାଂଘାତିକ ତଥ୍ୟ।

ପୋଲିସ ସ୍କାନରରେ ପୋଲିସ। ୟୁପି ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ କେଉଁମାନେ ତଥ୍ୟ ଦେଉଥିଲେ ଏବେ ସ୍କାନରରେ ଚୌବେପୁର ଥାନା। ୮ ପୋଲିସଙ୍କୁ ନିଜେ ଗୁଳି କରି ହତ୍ୟା କରିଛି ବିକାଶ। ତା ନାଁରେ ୬୦ରୁ ଅଧିକ ହତ୍ୟା ମାମାଲା ରହିଛି। କାନପୁର ଏନକାଉଣ୍ଟର ପରେ ବିକାଶ ଦୁବେ ଖସିଯାଇଥିଲେ ବି ପୋଲିସ ତାର ସବୁ କଣ୍ଟାକ୍ଟ ଉପରେ ନଜର ରଖିଛି। ଏପରିକି  ତାର କିଛି ଖାସ୍‌ ଲୋକଙ୍କୁ ଉଠାଇ ଆଣିଛି। ହସ୍ପିଟାଲରେ ପଡ଼ିଛି ବିକାଶର  ସହଯୋଗୀ ଦୟା ଶଙ୍କର ଅଗ୍ନିହୋତ୍ରି । ଗୁଳି ଆଣ୍ଠୁରେ ବାଜିଛି। ଆଉ ଏବେ ସତସତ ବଖାଣୁଛି ଦୟା ଶଙ୍କର। ଏମିତିକି ବିକାଶ ଦୁବେକୁ ପୋଲିସ ଯେତେବେଳେ ଘେରିବାକୁ ଯାଉଥିଲା ସେତେବେଳେ ଥାନାରୁ ବିକାଶ ପାଖକୁ ଫୋନ ଯାଇଥିଲା ବୋଲି ଦୟା ଶଙ୍କର କହିଛି। ଯେଉଁଥିପାଇଁ ସେ ୨୦-୨୫ ସାର୍ପ ସୁଟରଙ୍କୁ ସାଙ୍ଗରେ ରଖିଥିଲା।

ବିକାଶ ଦୁବେର ଫୋନ୍‌ ନମ୍ବରକୁ ସ୍କାନ କରିଛି ପୋଲିସ। ଏଥିରେ ୨୦ ପୋଲିସ ଅଫିସରଙ୍କ ନମ୍ବର ରହିଛି।  ଏପରିକି ପାଖରେ ତାର ଥିଲା ଏ କେ ଫର୍ଟି ସେଭେନ। ପୂର୍ବରୁ ତା ପାଖରେ ଖବର ଥିଲା। ତେଣୁ ପୋଲିସଙ୍କୁ ସେଦିନ ଘେରି ଯାଇ ସେ ଗୁଳି ଚ|ଳାଇଥିଲା। ତେଣୁ ପୋଲିସ ଡିପାର୍ଟମେଣ୍ଟରେ କିଏ କିଏ ବିକାଶର ସ୍ପାଏ ଅଛନ୍ତି ଏହାର ଛାନଭିନ ଆଗେ କରୁଛି ପୋଲିସ। ତା ସହିତ ଯେଉଁମାନେ ଜଣା ପଡ଼ିବେ ସେମାନଙ୍କ ବିରୋଧରେ ବି ହତ୍ୟାମାମଲା ଲାଗିବ।

ୟୁପିର ଔରରିୟାରୁ ଏକ ଏସୟୁଭି ମିଳିଛି। ବିକାଶ ଦୁବେ ଏହି କାର୍‌ ସହାଯ୍ୟରେ ଖସିଥିବା ଅନୁମାନ କରୁଛି ପୋଲିସ। ତେବେ ଏହାର ପୂରା ଯାଞ୍ଚ ଚାଲିଛି। ବିକାଶ ଦୁବେକୁ ଧରିବା ଲାଗି ୨୫ ଜଣିଆ ପୋଲିସ ଟିମ୍ ଶହେରୁ ଅଧିକ ସ୍ଥାନରେ ଚଢ଼ାଉ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.