Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

WHOର ଚେତାବନୀ : ମିଶାଇକି ନିଅନ୍ତୁନାହିଁ କରୋନା ଟିକାର ଉଭୟ ଡୋଜ୍, ହୋଇପାରେ କ୍ଷତିକାରକ !

13/07/2021 at 11:41 AM

ନୂଆଦିଲ୍ଲୀ ୧୩।୭: ସାରା ବିଶ୍ବରେ ଟିକାକରଣ ଅଭିଯାନ ଚାଲିଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, କୌଣସି ବି ଟିକାକୁ ମିଶାଇ ଡୋଜ୍ ନିଅନ୍ତୁନାହିଁ । ଏହା ବିପଦପୂର୍ଣ୍ଣ ହୋଇପାରେ ।

ଡବ୍ଲୁଏଚଓ ଚିଫ୍ ସୌମ୍ୟା ସ୍ବାମୀନାଥନଙ୍କ ଅନୁସାରେ, ଏହା ଏକ କ୍ଷତିକାରଣ ଟ୍ରେଣ୍ଡ । କାରଣ ଏପର୍ଯ୍ୟନ୍ତ ଏହାକୁ ନେଇ କୌଣସି ରିସର୍ଚ୍ଚ ହୋଇନାହିଁ । ଏହାସହ ସେ ଆହୁରି କହିଛନ୍ତି ଯେ, ଉଚିତ୍ ସମୟରେ ଟିକାର ଉଭୟ ଡୋଜ୍ ନେବା ଜରୁରୀ ଅଟେ । ସେ କହିଛନ୍ତି ଯେ, ଯଦି ଭିନ୍ନ ଭିନ୍ନ ଦେଶରେ ଲୋକମାନେ ନିଜେ ନିଜେ ନିର୍ଣ୍ଣୟ ନେବେ ଯେ ଦ୍ବିତୀୟ-ତୃତୀୟ ଡୋଜ୍ କେବେ ନିଆଯିବ, ତେବେ ଏହା ଅସୁବିଧାରେ ପକାଇପାରିବ ।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଭାରତରେ ଏମିତି ଅନେକ ମାମଲା ସାମ୍ନାକୁ ଆସିଥିଲା ଯେତେବେଳେ କିଛି ଲୋକଙ୍କୁ ଟିକାର ଭିନ୍ନ ଭିନ୍ନ ଡୋଜ୍ ଦିଆଯାଇଥିଲା । ଯଦିଓ ଏହା ପ୍ରଶାସନର ଅବହେଳାରୁ ହୋଇଥିଲା । ମାତ୍ର ପ୍ରଥମ ଡୋଜ୍ କୌଣସି ଗୋଟିଏ ଟିକା ଏବଂ ଦ୍ବିତୀୟ ଡୋଜ୍ ଅନ୍ୟ ଏକ ଟିକାର ଦେବା ଫଳରେ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ।

ଅନେକ ବୈଜ୍ଞାନିକ ଏହା ଉପରେ ରିସର୍ଚ୍ଚ ମଧ୍ୟ କରୁଛନ୍ତି । ଉଭୟ ଡୋଜ୍ ଭିନ୍ନ ଭିନ୍ନ ଟିକାର ଦେବା ଦ୍ବାରା ଲାଭପ୍ରଦ ହେଉଛି କି ନାହିଁ । ଉଲ୍ଲେଖଯୋଗ୍ୟ ଯେ, ଭିନ୍ନ ଭିନ୍ନ ଟିକାର ଉଭୟ ଡୋଜ୍ ମଧ୍ୟରେ ସମୟ ଅନ୍ତର ଧାର୍ଯ୍ୟ ରହିଛି । ଧ୍ୟାର୍ଯ୍ୟ ହୋଇଥିବା ସମୟ ଅନ୍ତରରେ ଟିକାର ଉଭୟ ଡୋଜ୍ ଦିଆଯାଉଛି । ଯାହାକି କରୋନା ବିରୋଧରେ ଲଢିବାରେ ସହାୟକ ହେବ ।

   Related Posts