Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||

ମଞ୍ଜୁରୀ ପୂର୍ବରୁ ରୁଷ ଭାକସିନର ଯାଞ୍ଚ କରିବ WHO, ସେପ୍ଟେମ୍ବରରୁ ଆରମ୍ଭ ହେବ ଉତ୍ପାଦନ, ୨୦ ଦେଶ ଦେଲେଣି ଅର୍ଡର

11/08/2020 at 9:12 PM

ନୂଆଦିଲ୍ଲୀ ୧୧।୦୮: ରୁଷ ପକ୍ଷରୁ ପ୍ରଥମ  କରୋନା ଭାକସିନ ପଞ୍ଜୀକୃତ କରାଯିବାର ଘୋଷଣା ପରେ  ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO) କହିଛି ସଂସ୍ଥା ପକ୍ଷରୁ ଭାକସିନକୁ ତେବେ ଯାଇ ମଞ୍ଜୁରୀ ମିଳିବ ଯେବେ ଏହା ସୁରକ୍ଷିତ ଥିବାର ଯାଞ୍ଚ କରାଯିବ। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ରୁଷ କରୋନା ଭୂତାଣୁର ଚିକିତ୍ସା ପାଇଁ ଭାକସିନକୁ ମଞ୍ଜୁରୀ ଦେବାରେ  ବିଶ୍ଵର ପ୍ରଥମ ଦେଶ। ଏହି ଭାକସିନ ନୂତନ କରୋନା ଭାଇରସ  ବିରୋଧରେ ମଜବୁତ ରୋଗ ପ୍ରତିରୋଧକ ଶକ୍ତି ଉତ୍ପନ କରିବାରେ ସକ୍ଷମ।

ଜିନେଭାରେ ଅନଲାଇନ୍ ସାମ୍ବାଦିକ ସମ୍ମିଳନୀ ସମୟରେ ଡବ୍ଲ୍ୟୁଏଚଓର ମୁଖପାତ୍ର ତାରିକ ଜାସାରେଭିକ କହିଛନ୍ତି, ଆମେ ରୁଷର ସ୍ଵାସ୍ଥ୍ୟ ବିଭାଗ ସହ ଯୋଗାଯୋଗରେ ରହିଛୁ ଏବଂ ଭାକସିନର ସମ୍ଭାବିତ ଫଳାଫଳକୁ ନେଇ ଆଲୋଚନା ଜାରି ରହିଛି। କୌଣସି ଭାକସିନର ପରିଣାମ ଜାଣିବା ପାଇଁ ଏହାର ଗହନ ସମୀକ୍ଷା ଏବଂ ସମସ୍ତ ସୁରକ୍ଷା ପଦ୍ଧତି ଓ ପ୍ରଣାଳୀର ମାନକ ଯାଞ୍ଚ କରାଯାଏ। ଏହା ପରେ ଯାଇ ଭାକସିନକୁ ମଞ୍ଜୁରୀ ମିଳେ।

ରୁଷର ସ୍ପୁଟନିକ ଭି ଭାକସିନକୁ ଗମାଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁୟଟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିତ ଭାବେ ବିକଶିତ କରିଛନ୍ତି। ଦୁନିଆରେ ସଂପ୍ରତି ୧୬୫ କ୍ୟାଣ୍ଡିଟେଟ୍ ଭାକସିନ ଉପରେ କାମ ଚାଲିଛି। ଏଥିରୁ ୧୩୯ ଏବେ ପ୍ରି କ୍ଲିନିକଲ ଟ୍ରାଏଲରେ ଅଛି ଏବଂ ଅନ୍ୟ ୨୬ ମାନବ ପରୀକ୍ଷଣ ଅଲଗା ଅଲଗା ପର୍ଯ୍ୟାୟରେ ରହିଛି। ଛଅଟି ଭାକସିନ ତୃତୀୟ ପର୍ଯ୍ୟାୟରେ ଗତି କରୁଛନ୍ତି।

ଗମାଲିଆର ଭାକସିନ ସେହି ୨୬ ଭାକସିନରେ ସାମିଲ ଯାହାର ମାନବ ପରୀକ୍ଷଣ କରାଯାଉଛି ଏବଂ ପ୍ରଥମ ପର୍ଯ୍ୟାୟରେ ଏହା ସୂଚିବଦ୍ଧ ରହିଛି। ଭାକସିନର ପ୍ରୋଜେକ୍ଟ ପାଇଁ ଅର୍ଥ ଯୋଗାଉଥିବା ରୁଷିୟାନ ଡାଇରେକ୍ଟ ଫଣ୍ଡର ମୁଖ୍ୟ କିରିଲ ଦ୍ରିମିତ୍ରିଏଭ କହିଛନ୍ତି ତୃତୀୟ ପର୍ଯ୍ୟାୟର ପରୀକ୍ଷଣ ବୁଧବାରଠୁ ଆରମ୍ଭ ହେବ। ଭାକସିନର ଅଦୌଗିକି ଉତ୍ପାଦନ ସେପ୍ଟେମ୍ବରରୁ ଆରମ୍ଭ ହେବାର ଆଶା ରହିଛି। ଅଦ୍ୟାବଧି ୨୦ ଦେଶ ଏକ ଅରବରୁ ଅଧିକ ଡୋଜ୍ ପାଇଁ ଅର୍ଡର ଦେଇ ସାରିଲେଣି।

ଜାସାରେଭିକ କହିଛନ୍ତି ପ୍ରତ୍ୟେକ ଦେଶରେ ଏକ ରାଷ୍ଟ୍ରୀୟ ନିୟାମକ ଏଜେନ୍ସି ରହିଛି ଯିଏ ନିଜ ସୀମାରେ ଭାକସିନ କିମ୍ବା ଔଷଧ ବ୍ୟବହାରକୁ ମଞ୍ଜୁରୀ ଦେଇଥାଏ। ଡବ୍ଲ୍ୟୁଏଚଓରେ ଭାକସିନ ଓ ଔଷଧ ପାଇଁ ପ୍ରି କ୍ଵାଲିଫିକେସନ ପ୍ରକ୍ରିୟା ରହିଛି। କାରଣ ଏହା ଭାକସିନର ଗୁଭବତ୍ତା ଉପରେ ମୋହର ମାରିଥାଏ।

   Related Posts