କିଏ ଜିତିବ ବିଶ୍ୱକପ ? ୩ ଜଣ ପୁର୍ବତନ କ୍ରିକେଟରଙ୍କ ଆକଳନ କ'ଣ ଜାଣନ୍ତୁ

Published By : Prameya-News7 Bureau | July 02, 2019 IST

ବର୍ମିଂହମ୨|୭: ଆଜି ବିଶ୍ବକପରେ ଭାରତ-ବାଂଲାଦେଶ ମୁକାବିଲା । ଆଜିର ମ୍ୟାଚ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସେମିଫାଇନାଲରେ ନିଜ ସ୍ଥିତି ସୃଦୃଢ କରିବା ପାଇଁ ଭାରତ ଆଜି ବିଜ୍ୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ । ଅପରପକ୍ଷରେ ବାଂଲାଦେଶ ପାଇଁ ମଧ୍ୟ ଆଜି କର ବା ମର ସ୍ଥିତି । ଗତ ୩୦ ତାରିଖ ଦିନ ଇଂଲଣ୍ଡ ଠାରୁ ଭାରତ ପରାସ୍ତ ହୋଇଛି । ସେଥିପାଇଁ ବାରତ ଆଜି ଅଧିକ ସତର୍କତାର ଲହ ଖେଳିବ । ଏଭଳି ସମୟରେ  ବିଶ୍ବର ତିନିଜଣ ବିଶିଷ୍ଟ କ୍ରିକେଟର ଟଳିତ ବିଶ୍ବକପରେ କିଏ ବିଜୟୀ ହେବ ତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ପେଣ୍ଟ ତାଲିକାକୁ ଦେଖିଲେ ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ ଓ ନ୍ୟୁଜଲାଣ୍ଡର ସ୍ଥିତି ମଜବୁତ ରହିଛି । ଏହି  ୪ଟି ଟିମ ସେମିପାଇନାଲରେ ପ୍ରବେଶ କରିବା ମଧ୍ୟ ଆଶା କରାଯାଉଛି । ଅଷ୍ଟ୍ରେଲିଆ ସର୍ବପ୍ରଥମେ ସେମିଫାଇନାଲରେ ପ୍ରବେଶ କରିସାରିଛି । ତେବେ କିଏ ଫାଇଲାଲ ଖେଳିବ ଓ କିଏ ବିଜୟ ମୁକୁଟ ପିନ୍ଧିବ ତାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରତ୍ୟେକ ଦିନ ପ୍ରକାଶ ପାଉଛି ।

{"id":129650,"width":579,"height":414}

 

ରିକି ପଣ୍ଟିଂ- ଅଷ୍ଟ୍ରେଲିଆ ଟିମର ପୁର୍ବତନ ଅଧିନାୟକ ରିକି ପଣ୍ଟିଂ ଭବିଷ୍ୟବାଣୀ କରିଛନ୍ତି । ଚଳିତ ବିଶ୍ୱକପ ଇଂଲଣ୍ଡ ଜିତିବା ପାଇଣ ହକଦାର ବୋଲି କହିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଯାଏଁ ଇଂଲଣ୍ଡର ପ୍ରଦର୍ଶନ ଉଚ୍ଚ କୋଟିର ରହିଛି । ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଦଳ ସନ୍ତୁଳିତ ପ୍ରଦର୍ଶନ କରିଆସିଛି ।

{"id":129648}

ଗ୍ଲେନ ମେକଗ୍ରା -  ଅଷ୍ଟ୍ରେଲିଆ ଟିମର ପୁର୍ବତନ ଦୃତ ବୋଲର ଗ୍ଲେନ ମେକଗ୍ରା ମଧ୍ୟ ଇଂଲଣ୍ଡ ଟିମ ବିଶ୍ୱକପ ଜିତିବା କ୍ଷମତା ରଖୁଥିବା ଆକଳନ କରିଛନ୍ତି । ଇଂଲଣ୍ଡ ଦଳର ବୋଲିଂ ଲାଇନକୁ ସେ ବେଶ ପ୍ରଶଂସା କରିଛନ୍ତି । ଆର୍ଚରଙ୍କ ବୋଲିଂ ବେଶ ପ୍ରଭାବଶାଳୀ ବୋଲି ମେକଗ୍ରା କହିଛନ୍ତି ।

{"id":129649}

ଏଣ୍ଡ୍ରିୟୁ ପ୍ଲିଣ୍ଟଫ୍ – ଇଂଲଣ୍ଡର ପୁର୍ବତନ ଅଲରାଉଣ୍ଡର ପ୍ଲିଣ୍ଟଫଙ୍କ ମତ କିନ୍ତୁ ସାମାନ୍ୟ ଭିନ୍ନ । ତାଙ୍କ ମତରେ ଇଂଲଣ୍ଡ ଭଳି ଭାରତର ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ଭଲ ରହିଛି । ତେଣୁ ବିଶ୍ୱକପ ଫାଇନାଲ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଟିତ ହେବା ମମ୍ଭାବନା ଅଧିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.