Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଋଷଭ ପନ୍ଥ ନା ବିଜୟ ଶଙ୍କର ! ଇଂଲଣ୍ଡ ବିପକ୍ଷରେ ଖେଳିବା ପାଇଁ କାହାକୁ ମିଳିବ ମଉକା, ଜାଣନ୍ତୁ କ’ଣ କହିଲେ କୋହଲି

30/06/2019 at 12:28 PM

ମଞ୍ଚେଷ୍ଟର ୩୦/୬ : ବିଶ୍ୱକପରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ମ୍ୟାଚ ପୂର୍ବରୁ ଅଧିନାୟକ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀ କରି ଭାରତୀୟ ଟିମର ପ୍ରସ୍ତୁତି ସମ୍ପର୍କରେ କହିଛନ୍ତି । ୱାର୍ମିଙ୍ଗହାମ ପଡିଆରେ ହେବାକୁ ଥିବା ଏହି ମ୍ୟାଚ ପୂର୍ବରୁ ବିରାଟ ସଂକେତ ଦେଇଛନ୍ତି ଋଷଭ ପନ୍ଥଙ୍କୁ ମଉକା ମିଳିବନାହିଁ । ବିଜୟ ଶଙ୍କରଙ୍କ ଖରାପ ପ୍ରଦର୍ଶନ ସମ୍ପର୍କରେ ହେଉଥିବା ସମାଲୋଚନାକୁ ନେଇ ବିରାଟ କହିଛନ୍ତି ଯେ, ବିଜୟ ଶଙ୍କରଙ୍କୁ ସମାଲୋଚନା କରିବା ନିହାତି ଅଜବ କଥା । ପାକିସ୍ତାନ ବିପକ୍ଷରେ ସେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ବିଜୟ ଭଲ ପ୍ରଦର୍ଶନ କରିଥିଲେ ବୋଲି କୋହଲି କହିଛନ୍ତି ।

ବିରାଟ ଆଗକୁ କହିଥିଲେ, ବିଜୟ ଶଙ୍କରଙ୍କ ସାର୍ଟ ସିଲେକସନକୁ ନେଇ ଆଲୋଚନା କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟ ଶଙ୍କର ଭଲ ବ୍ୟାଟିଂ କରୁଥିଲେ କିନ୍ତୁ ରଚଙ୍କ ବଲରେ ସେ ଆଉଟ ହୋଇଯାଇଥିଲେ । ବିଜୟ ଶଙ୍କର ବହୁତ ଭଲ ପ୍ରଦର୍ଶନ କରିବେ ଏବଂ ତାଙ୍କ ଉପରେ ପୁରା ବିଶ୍ୱାସ ଅଛି ବୋଲି କହିଛନ୍ତି କୋହଲି ।

କୋହଲି ବିଜୟ ଶଙ୍କରଙ୍କ ସପକ୍ଷରେ କହିଲେ ମଧ୍ୟ ତାଙ୍କ ଗଣନା ଆଉ କିଛି ଦର୍ଶାଉଛି । ବିଜୟ ଶଙ୍କର ଚଳିତ ବିଶ୍ୱକପରେ ୩ ମ୍ୟାଚରେ ୨୯ ଆଭେରେଜରେ ୫୮ ରନ କରିଛନ୍ତି । ତାଙ୍କ ଷ୍ଟ୍ରାଇକ୍ ରେଟ୍ ୭୭.୩୩ ରହିଛି । ବୋଲିଂ କଥା ଯଦି ଦେଖାଯାଏ ତାହେଲେ ବିଜୟ ଶଙ୍କରଙ୍କୁ କେବଳ ପାକିସ୍ତାନ ବିପକ୍ଷରେ ବୋଲିଂ କରିବାକୁ ମଉକା ମିଳିଥିଲା । ପାକିସ୍ତାନ ବିପକ୍ଷରେ ବୋଲିଂ କରି ସେ ୨ଟି ୱିକେଟ ନେଇଥିଲେ ।

ବିଜୟ ଶଙ୍କରଙ୍କ ଖରାପ ପ୍ରଦର୍ଶନ ପରେ ଇଂଲଣ୍ଡ ବିପକ୍ଷରେ ଋଷଭ ପନ୍ଥଙ୍କୁ ପ୍ଲେଇଙ୍ଗ ଇଲେଭେନରେ ମଉକା ମିଳିବ ବୋଲି ଅନୁମାନ କରାଯାଉଥିଲା । ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକଲ ୱାନଙ୍କ ସମେତ କିଛି ଲୋକ ଋଷଭଙ୍କୁ ଟିମ ଇଣ୍ଡିଆରେ ମଉକା ଦେବାପାଇଁ ପରାମର୍ଶ ଦେଇଥିଲେ । ବିଶ୍ୱକପରେ ଶିଖର ଧୱନ ଆହତ ହେବାପରେ ଋଷଭ ପନ୍ଥଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯାଇଥିଲା । ପନ୍ଥ ଧୂଆଁଧାର ବ୍ୟାଟ୍ସମ୍ୟାନ ଭାବେ ପରିଚିତ । କିନ୍ତୁ କୋହଲିଙ୍କ ବୟାନ ଆଉ କିଛି ସଂକେତ ଦେଉଛି ।

ଏହା ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ କୃଷ୍ଣାମଚାରୀ ଶ୍ରୀକାନ୍ତ ଋଷଭ ପନ୍ଥଙ୍କୁ ଚତୁର୍ଥ ନମ୍ବରରେ ଖେଳାଇବା ପାଇଁ ପରାମର୍ଶ ଦେଇଥିଲେ । ୧୯୮୩ ବିଶ୍ୱକପ ବିଜେତା ଟିମ ସଦସ୍ୟ ଶ୍ରୀକାନ୍ତ ଆଇସିସିକୁ ଲେଖିଥିବା ଏକ କଲମରେ କହିଛନ୍ତି ଯେ, ଯଦି ସେ ଟିମ ପ୍ରବନ୍ଧନ ହୋଇଥାନ୍ତେ ତାହେଲେ ପନ୍ଥଙ୍କୁ ଚତୁର୍ଥ ନମ୍ବରରେ ଖେଳିବାକୁ ଦେଇଥାନ୍ତେ । ଟିମ ତାଙ୍କୁ ବିଶ୍ୱକପରେ ସାମିଲ କରିଛି ଏବଂ ସେ ମଧ୍ୟ ଖେଳିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେ ପୂର୍ବରୁ ଇଂଲଣ୍ଡରେ ଖେଳି ସାରିଛନ୍ତି । ସେଥିପାଇଁ ସେ ପରିସ୍ଥିତିକୁ ଭଲ ଭାବେ ବୁଝିପାରିବେ ।

   Related Posts