କିଏ ପାଇବ ଟିକେଟ: ନବୀନଙ୍କ ସଂକେତକୁ ନେଇ ବିଜେଡିରେ କଂପନ

Published By : Prameya-News7 Bureau | August 25, 2018 IST

ଭୁବନେଶ୍ବର୨୫|୮: ନବୀନଙ୍କ କଥାକୁ ନେଇ ବିଜେଡିରେ ଝଡ। ଆଶଙ୍କାରେ ବିଜେଡି ନେତା। କଣ ହେବ ୨୦୧୯ରେ ସେମାନଙ୍କ ଭାଗ୍ୟ। ଟିକେଟ ମିଳିବ କି ନାହିଁ। କାରଣ ନୀବନ ଏବେ ଠାରୁ ସୂଚେଇ ଲେଣି ଯୁବ ନେତାଙ୍କୁ ଅଗ୍ରଧିକାର ଦିଆଯିବ। କେବଳ ସେତିକି ନୁହେଁ। କ୍ଷମତା ଓ ଚୌକି ପଛରେ ନ ଗୋଡେଇ ଲୋକଙ୍କୁ ଭଲ ପାଇବା କଥା କହି ନବୀନ ବହୁ ନେତାଙ୍କ ନିଦ ହଜେଇ ଦେଇଛନ୍ତି। ହେଲେ ବିରୋଧୀଙ୍କ ପରାମର୍ଶ ନବୀନ କେବଳ ଏହା ନକହି କାମରେ ଦେଖାନ୍ତୁ… ଏହି ମର୍ମରେ ନବୀନଙ୍କ ଦୁଇପଦ କଥା କଣ ସୂଚାଉଛି। କାହିଁକି ନବୀନ କହୁଛନ୍ତି ଯୁବକ ଆସନ୍ତୁ ରାଜନୀତିକୁ । କଣ ପୁରୁଖା ନେତାଙ୍କ ଅଭିଜ୍ଞତା ଆଉ ଲୋଡା ନାହିଁ କି। କେବଳ ସେତିକି ନୁହେଁ କ୍ଷମତା ଓ ପଦପଦବୀ ପଛରେ ନଗୋଡେଇ ଲୋକଙ୍କୁ ଭଲ ପାଅ କହିବାର ଅର୍ଥ କଣ। ବିଧାନସଭାରେ ଶ୍ରେଷ୍ଠ ବିଧାୟକ ବଣ୍ଟନ ଉତ୍ସବରେ ନବୀନଙ୍କ ଏଭଳି କିଛି କଥା ଦଳ ନେତାଙ୍କ ଭିତରେ ଚାପା ଗୁଞ୍ଜରଣ ସୃଷ୍ଟି କରିଛି। ଯୁବକ ରାଜନୀତିକୁ ଆସିନ୍ତୁ କହି ନବୀନ କଣ ୨୦୧୯ରେ ପୁରୁଖା ନେତାକୁ ବାଏ ବାଏ କରିବା ଯୋଜନା ଅଛନ୍ତି କି? କ୍ଷମତା ଓ ପଦପଦବୀ ଛାଡି ଲୋକଙ୍କୁ ଭଲ ପାଅ ଅର୍ଥ ଏୟା ନୁହେଁ ତ ଅଧିକ ଦିନ କ୍ଷମତାରେ ଥିବା ନେତାମାନେ ଲୋକଙ୍କ ଠାରୁ ଦୂରେଇ ଯାଇଛନ୍ତି। ଯେତେବେଳେ ୨୦୧୯ ନିର୍ବଚନ ପାଇଁ ଟିକେଟ କସରତ ଆରମ୍ଭ ହୋଇଛି ସେତେବେଳ ନବୀନଙ୍କ ଏଭଳି ମନ୍ତବ୍ୟ ବିଜେଡି ନେତାଙ୍କ ମନରେ କଂପନ ସୃଷ୍ଟି କରିଛି। ଏକଥା ଯେ ନବୀନ ପ୍ରଥମ ଥର କହୁଛନ୍ତି ତାହା ନୁହେଁ, ଆଗରୁ ମଧ୍ୟ ଏସବୁ କଥା କହି ସାରିଛନ୍ତ। ଏବେ ବିଜେଡିରେ କାହା ଟିକେଟ କଟିବ ଓ କାହାର ରହିବ ସେ ଚର୍ଚ୍ଚା ଆରମ୍ଭ ହୋଇସାରିଥିବାରୁ ନବୀନଙ୍କ କଥା ଉପରେ ଚର୍ଚ୍ଚା ଜୋରଧରିଛି। ହେଲେ ନବୀନଙ୍କ ଏଭଳି ମନ୍ତବ୍ୟରୁ ବିରୋଧୀ ଭିନ୍ନ ଅର୍ଥ ବାହାର କରିଛନ୍ତି। ପଦପଦବୀ ଓ କ୍ଷମତା ଛାଡି ଲୋକଙ୍କୁ ଭଲ ପାଅ ବୋଲି ନବୀନଙ୍କ ପରାମର୍ଶ ବିରୋଧୀଙ୍କୁ ହଜମ ହୋଇନି। ବିରୋଧୀ କହିଛନ୍ତି କେବଳ ଭାଷଣ ରେ ନୁହଁ ନିଜେ ମୁଖ୍ୟମନ୍ତ୍ରୀ ନିଜ କାମରେ ଦର୍ଶାନ୍ତୁ। ୨୦୧୯ରେ ନବୀନ ଏହି କଥା ବିଜେଡିରେ ପ୍ରତି ଫଳିତ ହେବ କି। ଯଦି ହୁଏ ତାହେଲେ କେବଳ ବୟସ୍କ ନୁହଁ ଅନେକ ଯୁବ ନେତା ମଧ୍ୟ ଟିକେଟ ତାଲିକାରୁ ବାଦପଡିପାନ୍ତି। ତାକୁ ଭରଣ ପାଇଁ ବୋଧ ହୁଏ ନବୀନ ନୂଆ ମୁହଁ ବା ୟଙ୍ଗ ବ୍ଲଡ ରାଜନୀତିକୁ ଆସିଥିବା କଥା ଉଠାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.