କରୋନା ଯାଞ୍ଚ ଲାଗି ଆଗାମୀ ସପ୍ତାହରେ ଚୀନ୍ ଯିବେ WHO ବିଶେଷଜ୍ଞ ଟିମ୍, ଜଣାପଡିବ ଡ୍ରାଗନର ଷଡ଼ଯନ୍ତ୍ର

Published By : Prameya-News7 Bureau | July 04, 2020 IST

ଜେନେଭା : କରୋନା ଭାଇରସ ମହାମାରୀର ସୂଚନା ଲୁଚାଇବା ଏବେ ଚୀନକୁ ମହଙ୍ଗା ପଡିବ। ବିଳମ୍ବରେ ସୂଚନା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କୁ ଶରବ୍ୟ ହେବାକୁ ପଡିଥିଲା। ବିଳମ୍ବରେ ହେଲେ ମଧ୍ୟ ଭୂତାଣୁର ଉତ୍ପତିସ୍ଥଳ ଓ ବ୍ୟାପିବାର ପରିସ୍ଥିତି ଆକଳନ ଲାଗି ଡବ୍ଲୁଏଚଓ ଜୁଲାଇ ଦ୍ୱିତୀୟ ସପ୍ତାହରେ ଚୀନକୁ ଏକ ଯାଞ୍ଚକାରୀ ଦଳ ପଠାଇବେ ବୋଲି ସୂଚନା ମିଳିଛି।

{"id":295866,"sizeSlug":"large"}

ଭାଇରାଲ ନିମୋନିଆ ସମ୍ପର୍କରେ ଡବ୍ଲୁଏଚଓ କଣ୍ଟ୍ରି ଅଫିସଙ୍କୁ ଉହାନ୍‌ ମ୍ୟୁନିସିପାଲ ହେଲ୍‌ଥ  କମିସନ ଏକ ବୟାନ ଜାରି କରିଥିଲେ। ତେବେ ସେତେବେଳକ କରୋନା ମହାମାରୀ ସାରା ବିଶ୍ୱକୁ ପହଞ୍ଚି ସାରିଥିଲା। କରୋନା ବ୍ୟାପିବାର ପ୍ରାୟ ୬ ମାସ ପରେ ଡବ୍ଲୁଏଚଓ ମାମଲାର ତଦନ୍ତ ଲାଗି ଚୀନକୁ ଏକ ଟିମ୍‌ ପଠାଇବେ। ତେବେ ଭୂତାଣୁର ଉତ୍ପତି ନେଇ ସଘନ ଯାଞ୍ଚର ଜରୁରି ଥିବା ଡବ୍ଲୁଏଚଓ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମୀନାଥନ କହିଛନ୍ତି।   

{"id":295867,"width":578,"height":364,"sizeSlug":"large"}

ଡା.ସ୍ୱାମୀନାଥନଙ୍କ ଅନୁସାରେ ଚୀନ୍‌ ସରକାର ଡିସେମ୍ବର ୩୧ ତାରିଖରେ ଉହାନରେ ଭୂତାଣୁ ସଂକ୍ରମଣ ନେଇ ଡବ୍ଲୁଏଚଓଙ୍କୁ ସୂଚନା ଦେଇଥିଲେ। ଚୀନ୍‌ ସ୍ଥିତ ସଙ୍ଗଠନଙ୍କ କାର୍ଯ୍ୟାଳୟ ପ୍ରସଙ୍ଗ ଉତ୍ଥାପନ କରିବା ସହ ଜାନୁୟାରୀ ୧ ତାରିଖରେ ଡବ୍ଲୁଏଚଓ ଅନ୍ତର୍ଜାତୀୟ  ତନ୍ତ୍ରଙ୍କୁ ସୂଚିତ କରିଥିଲେ। ତେବେ ଡା.ସ୍ୱାମୀନାଥନ କହିଛନ୍ତି ଯେ ରୋଗ ସୃଷ୍ଟି କରୁଥିବା ଭୂତାଣୁ ବାଦୁଡି ଭୂତାଣୁ ସହ ଅନେକାଂଶରେ ମିଶୁଛି। ତେବେ ଏହା କେଉଁଠି ଓ କେବେ ସୃଷ୍ଟି ହେଲେ ସେ ନେଇ ଅଧିକ କିଛି ଜାଣି ନଥିବା  ଡା.ସ୍ୱାମୀନାଥନ କହିଛନ୍ତି।

{"id":295870,"sizeSlug":"large"}

ଯଦି ଏହା ବାଦୁଡି ଜନିତ ଭୂତାଣୁ ତେବେ ଦକ୍ଷିଣ ଚୀନ୍‌ ଓ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଦେଶରେ ମିଳୁଥିବା  ବାଦୁଡି ପ୍ରଜାତିଙ୍କ ନିକଟରେ ଏହାର ଆଣ୍ଟିବଡି ରହିଛି। ସାରା ବିଶ୍ୱରେ  ୧୦ ମିଲିୟନରୁ ଅଧିକ ଲୋକେ ଏପର୍ଯ୍ୟନ୍ତ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷରୁ ଅଧିକ ଲୋକେ ପ୍ରାଣ ହରାଇଲେଣି। ଏଣୁ କରୋନାକୁ ବୁଝିବା ଲାଗି ଶୀଘ୍ରାତିଶୀଘ୍ର ଚୀନ୍‌କୁ ବିଶେଷଜ୍ଞଙ୍କୁ ପଠାଯିବା ଜରୁରି ବୋଲି ଏବେ ଡବ୍ଲୁଏଚଓ ଅନୁଭବ କରିଥିବା ବେଳେ ଏ ନେଇ ମହାନିର୍ଦ୍ଦେଶକ ଡା.ଟେଡ୍ରୋସ୍ ଅଦନୋମ ଘେବିୟସ୍‌ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀ ସଂକ୍ରମଣ ସମ୍ପର୍କରେ ଚୀନ୍‌ ସୂଚନା ଦେବାରେ ବିଳମ୍ବ କରିଥିଲା। ଯଦି ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣାପଡିଥାନ୍ତା ଏହାର ପ୍ରସାର ରୋକିବା ସମ୍ଭବ ହୋଇପାରିଥାନ୍ତା ଓ ବିଶ୍ୱ ଏକ ଗୁରୁତର ଆର୍ଥିକ ଦୂରାବସ୍ଥାରୁ ମୁକ୍ତ ରହିପାରିଥାନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.