Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କରୋନା ଭାଇରସ୍ କେଉଁଠାରୁ ଆସିଛି ତାହା ପତା କରିବାକୁ ଚୀନ୍ ଯିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍

30/06/2020 at 11:29 AM

ନୂଆଦିଲ୍ଲୀ ୩୦/୦୬ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଖୁବ ଶୀଘ୍ର ଏକ ଟିମ ଚୀନକୁ ପଠାଇବ ବୋଲି ସୋମବାର ଦିନ କହିଥିଲା | ଏହି ଟିମ କରୋନା ଭାଇରସ ସୋତ୍ର ପତା କରିବେ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବର୍ତ୍ତମାନ ଏହା ଜାଣିବା ଅତ୍ୟନ୍ତ ଜରୁରୀ ହୋଇପଡିଲାଣି ଯେ କରୋନା ଭାଇରସ ଆସିଲା କେଉଁଠୁ | ସଂଗଠନ ଚେତାବନୀ ଜାରି କରି କହିଛନ୍ତି ଯେ ସଂକ୍ରମଣର ଏହାଠାରୁ ବି ଖରାପ ପର୍ଯ୍ୟାୟ ଆସିବା ବାକି ଅଛି | ଏବେ ମଧ୍ୟ ଦୁନିଆର ବଡ ବଡ ଦେଶ ସଂକ୍ରମଣକୁ ନେଇ ରାଜନୀତି କରୁଛନ୍ତି ଯାହାର ପରିଣାମ ବହୁତ ଖରାପ ହେବ ବୋଲି ସଂଗଠନ କହିଛି |

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟେଡ୍ରୋସ୍ ଆଡାନୋମ୍ ଗିବ୍ରିଓସ୍ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ‘ଯଦି ଆମେ ଭାଇରସ ସମ୍ପର୍କରେ ସବୁକିଛି ଭଲ ଜାଣିପାରିବ ତାହେଲେ ଆମେ ସଠିକ ତରିକାରେ ଭାଇରସ ସହ ଲଢ଼ି ପରିବା | ସେଥିପାଇଁ ଭାଇରସ କେଉଁଠାରୁ ଆସିଛି ତାହା ପତା କରିବା ମଧ୍ୟ ଜରୁରୀ |’ ସେଥିପାଇଁ ଆସନ୍ତା ସପ୍ତାହରେ ସଂଗଠନ ଏକ ଟିମ ଚୀନକୁ ପଠାଇବ ବୋଲି ସେ କହିଛନ୍ତି | ତେବେ ଟିମରେ କିଏ କିଏ ରହିବେ ସେ ସମ୍ପର୍କରେ ସେ ସୂଚନା ଦେଇନାହାନ୍ତି |

ମେ ଆରମ୍ଭରୁ ହିଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନକୁ ବାରମ୍ବାର କହିଛି ଯେ ସେ ବିଶେଷଜ୍ଞଙ୍କୁ ଡାକନ୍ତୁ ଯିଏ କରୋନା ଭାଇରସର ଏନିମଲ ସୋର୍ସ ପତା କରିବାକୁ ସାହାଯ୍ୟ କରିବେ | ବୈଜ୍ଞାନିକଙ୍କ କହିବାନୁଯାୟୀ, ଭାଇରସ ପଶୁଙ୍କ ଠାରୁ ମଣିଷ ଶରୀରକୁ ସଂକ୍ରମିତ କରିଛି | ସମ୍ଭବତଃ ବୁହାନର ବଜାରରୁ ଯେଉଁଠାରେ ଅସାଧାରଣ ପଶୁଙ୍କ ମାଂସ ବିକ୍ରି ହୁଏ, ସେଠାରୁ ଭାଇରସ ଆସିଥିବ |

ସେପଟେ କରୋନା ଭାଇରସର ଦ୍ୱିତୀୟ ପର୍ଯ୍ୟାୟ ଚୀନ ସରକାରଙ୍କ ନିଦ ହଜାଇ ଦେଇଛି | ଦ୍ୱିତୀୟ ପର୍ଯ୍ୟାୟରେ ବେଜିଙ୍ଗରୁ ୧୫୦ କିମି ଦୂର ହୁବେଇ ପ୍ରାନ୍ତରେ ବୁହାନ ଭଳି କଡାକଡି ନିୟମ ଲାଗୁ କରାଯାଇଛି | ଚୀନ ମିଡ଼ିଆ କହିବାନୁଯାୟୀ, ଏହି ଅଞ୍ଚଳରେ ଲକ ଡାଉନ ଜାରି କରାଯାଇଛି ଯେଉଁଥିପାଇଁ ପାଖାପାଖି ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି | ଗତ ୨୪ ଘଣ୍ଟାରେ ବେଜିଙ୍ଗରେ କରୋନାର ୧୪ ନୂଆ ମାମଲା ସାମ୍ନାକୁ ଆସିଛି | ଜୁନ ମାସ ମଧ୍ୟ ଭାଗରେ ଏକ ଫୁଡ ମାର୍କେଟ ଯୋଗୁଁ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଇ ୩୧୧ ହୋଇଥିଲା | ବେଜିଙ୍ଗରେ ପୁଣି ସ୍କୁଲ ବନ୍ଦ କରିଦିଆଯାଇଛି | ବେଜିଙ୍ଗରୁ ବାହାରକୁ ଯାଉଥିବା ଲୋକଙ୍କୁ କରୋନା ନେଗେଟିଭ ରିପୋର୍ଟ ଦେବାକୁ ପଡୁଛି |

ସୂଚନା ଅନୁଯାୟୀ, ହୁବେଇରେ ଲକଡାଉନ ବ୍ୟବସ୍ଥା କଡାକଡି କରାଯାଇଛି | ପ୍ରଶାସନ କହିଛି ଯେ ଏଠାରେ ଲୋକଙ୍କୁ ଘରୁ ବାହାରକୁ ବାହାରିବାରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି | ଘରର ଅତି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଦିନକୁ ଥରେ ମାତ୍ର କେବଳ ଜଣେ ହିଁ ବ୍ୟକ୍ତି ବାହାରକୁ ଯାଇପାରିବେ | କୌଣସି ବାହାରିଆ ବ୍ୟକ୍ତିଙ୍କୁ କୌଣସି ବିଲଡିଙ୍ଗ, କୌଣସି ସମ୍ପ୍ରଦାୟ, କୌଣସି ଗାଁକୁ ଯିବାକୁ ଅନୁମତି ଦିଆଯାଇନାହିଁ | ନୂଆ ମାମଲାରୁ ଏକ ତୃତୀୟାଂଶ ମାମଲାକୁ ମାଂସ ବଜାରର ମଟନ ଓ ବିଫ ସେକ୍ସନ ସହ ଯୋଡାଯାଇଛି | ସେଠାରେ କାମ କରୁଥିବା ଲୋକଙ୍କୁ ମାସେ ପାଇଁ କ୍ଵାରେଣ୍ଟାଇନ କରାଯାଉଛି |

   Related Posts