ଚୀନର ସନ୍ଦିଗ୍ଧ ଲ୍ୟାବ୍ ଯାଇ କରୋନାର ଉତ୍ପତ୍ତି ଯାଞ୍ଚ କରିବ ନାହିଁ WHO ଟିମ୍

Published By : Prameya-News7 Bureau | July 13, 2020 IST

ନୂଆଦିଲ୍ଲୀ ୧୩।୦୭: ଚାରିଆଡୁ ଚାପ ପଡିବା ପରେ ଶେଷରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO)ର ଟିମ୍ କରୋନାର ଉତ୍ପତ୍ତି ସ୍ଥଳ ଯାଞ୍ଚ ପାଇଁ ଚୀନ ଗସ୍ତ କରିଛନ୍ତି। ହେଲେ ଏବେ ଏକ ରିପୋର୍ଟରୁ ଖୁଲାସା ହୋଇଛି ଯେ ଡବ୍ଲ୍ୟୁଏଚଓର ଟିମ୍ ଚୀନର ସନ୍ଦିଗ୍ଧ ଲ୍ୟାବ୍‌ ଗସ୍ତ କରିବ ନାହିଁ, ଯେଉଁ ଲ୍ୟାବ୍ ଅନେକ ମାସ ଧରି ସନ୍ଦେହ ଏବଂ ପ୍ରଶ୍ନ ଘେରରେ ରହି ଆସିଛି। independent.co.ukର ରିପୋର୍ଟ ଅନୁଯାୟୀ, ଡବ୍ଲ୍ୟୁଏଚଓର ଦୁଇ ଜଣିଆ ଟିମ୍‌ ଉହାନର ଲ୍ୟାବ୍‌ ଯାଞ୍ଚ କରିବେ ନାହିଁ, ଯେଉଁଠୁ କରୋନା ଭୂତାଣୁ ବ୍ୟାପିଥିବା ଅଭିଯୋଗ ହୋଇ ଆସୁଛି।

ଚୀନର କହିବା ଅନୁଯାୟୀ, କରୋନା ଭୂତାଣୁ ଉହାନର ଜଙ୍ଗଲି ଜୀବଜନ୍ତୁ ବଜାରରୁ ବ୍ୟାପିଛି। ମାତ୍ର ଆମେରିକା ସହିତ ଅନେକ ବିଶେଷଜ୍ଞଙ୍କ ଅନୁସାରେ କରୋନା ଭୂତାଣୁ ଉହାନର ସନ୍ଦିଗ୍ଧ ଭାୟରୋଲୋଜି ଲ୍ୟାବ୍‌ରୁ ଲିକ୍ ହୋଇଛି। ଚୀନ ମିଡିଆର ରିପୋର୍ଟରେ ଏହା ମଧ୍ୟ ସାମ୍ନାକୁ ଆସିଥିଲା ଯେ ଉହାନ ଲ୍ୟାବ୍‌ରେ ଅନେକ ପ୍ରକାରର ଭାଇରସ୍‌ ମହଜୁଦ କରି ରଖାଯାଇଥିଲା।

{"id":300035,"sizeSlug":"large"}

ଅନ୍ୟପକ୍ଷେ ଡବ୍ଲ୍ୟୁଏଚଓର ଟିମ୍ ଭାଇରସ୍‌ର ଉତ୍ପତ୍ତି ବିଷୟରେ ତଥ୍ୟ ସଂଗ୍ରହ ପାଇଁ ଚୀନ ଗସ୍ତ କରିଛନ୍ତି। ମାତ୍ର ଟିମ୍ କେବଳ ଜଙ୍ଗଲୀ ଜନ୍ତୁଠୁ କରୋନା ଭୂତାଣୁ ବ୍ୟାପିଛି କି ନାହିଁ ତାର ଯାଞ୍ଚ କରିବେ। ଏହାର ଖୋଳତାଡ କରିବାକୁ ପ୍ରୟାସ କରିବେ ଯେ କେମିତି ଜୀବଠୁ ମଣିଷକୁ ସଂକ୍ରମଣ ବ୍ୟାପିଲା। ଫଳରେ ଡବ୍ଲ୍ୟୁଏଚଓର ଟିମ୍ ଲ୍ୟାବ୍‌ରୁ ଭାଇରସ୍ ଲିକ୍ ହେବାର ଅଭିଯୋଗ ଉପରେ ଯାଞ୍ଚ କରିବ ନାହିଁ।

{"id":300036,"width":582,"height":389,"sizeSlug":"large"}

independent.co.ukରେ ପ୍ରକାଶିତ ଖବର ଅନୁଯାୟୀ, ଡବ୍ଳ୍ୟୁଏଚଓର ଅଧିକାରୀ ସେହି ସ୍ଥାନ ବିଷୟରେ ସୂଚନା ଦେବାକୁ ମନା କରିଛନ୍ତି, ଯେଉଁ ସ୍ଥାନକୁ ଟିମ୍ ଯାଞ୍ଚ ପାଇଁ ଗସ୍ତ କରିବେ। ଏହା ମଧ୍ୟ କୁହାଯାଉଛି ଯେ, ଚୀନ ଅଧିକାରୀ ତଦନ୍ତକାରୀ ଦଳ ଉପରେ ନଜର ରଖିବ। ଟିମ୍ ସମୀତ ଅଞ୍ଚଳକୁ ହିଁ ଗସ୍ତ କରିବ। ଚୀନର ଇଚ୍ଛା ଅନୁଯାୟୀ ହିଁ ଟିମ୍ ଯାଞ୍ଚ ସ୍ଥାନକୁ ଗସ୍ତ କରିବେ। ଏହା ପୂର୍ବରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା, ଚୀନ ଲ୍ୟାବ୍‌ରେ ପ୍ରାୟ ୧୦ ବର୍ଷ ପୂର୍ବେ ଏମିତି ଭାଇରସ୍ ରଖାଯାଇଥିଲା, ଯାହା କରୋନା ଭାଇରସ୍‌ର ସହ ୯୬.୨ ପ୍ରତିଶତ ସମାନତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.