ୱାର୍କ ଫ୍ରମ ହୋମ କରୁଥିବା କର୍ମଚାରୀଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷ ଟିପ୍ସ

Published By : Prameya-News7 Bureau | April 18, 2020 IST

ନୂଆଦିଲ୍ଲୀ ୧୮/୦୪ : କରୋନା ସଂକ୍ରମଣ ଯୋଗୁଁ ଦୁନିଆର ଅଧକାଂଶ ଦେଶ ଲକଡାଉନ ରହିଛି | ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସବୁ ସେବା ବନ୍ଦ ରହିଛି | ରାସ୍ତାଘାଟ ଶୂନଶାନ ରହିଛି | ବସ, ମେଟ୍ରୋ, ରେଳ ସେବା, ବିମାନ ସେବା ବନ୍ଦ ରହିଛି | ଲକଡାଉନ ଯୋଗୁଁ ଭାରତର ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ସୁବିଧା ଦେଇଛନ୍ତି | ୱାର୍କ ଫ୍ରମ ହୋମ ଯୋଗୁଁ ଲୋକଙ୍କୁ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି |
ଘରେ କାମ କରୁଥିବାରୁ ଲୋକଙ୍କ ପିଠି, ଅଣ୍ଟା ଓ ଆଖିରେ ପୀଡା ହେଉଥିବା ଜଣାପଡିଛି | ଏହାଛଡା ମୁଣ୍ଡବିନ୍ଧା ମଧ୍ୟ ହେଉଛି | ୱାର୍କ ଫ୍ରମ ହୋମ ସହ ଜଡିତ ସମସ୍ୟାକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିଛି ସୂଚନା ଦେଇଛି | ମହାମାରୀ ଯୋଗୁଁ ଲୋକଙ୍କୁ ଆଉ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନ ହେଉ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିଛି ଟିପ୍ସ ଦେଇଛି |

ୱାର୍କ ଫ୍ରମ ହୋମ ସମୟରେ ଅଧିକ ସମୟ ଧରି ଗୋଟିଏ ପୋଜିସନରେ ବସିବା କାରଣରୁ ଅଣ୍ଟାରେ ପୀଡା ହେବାର ଅନେକ ସମ୍ଭାବନା ରହିଛି | ସେଥିପାଇଁ ପ୍ରତି ଅଧା ଘଣ୍ଟାରେ ଥରେ ଉଠିକି ୩ ମିନିଟ ପାଇଁ ଶରୀରକୁ ଷ୍ଟ୍ରେଚ କରିବା ଦରକାର | ଏଥିରେ ଶରୀରକୁ ଆରାମ ମିଳିଥାଏ | ଅଧିକ ସମୟ ପାଇଁ କମ୍ପ୍ୟୁଟର କିମ୍ବା ଲାପଟପ ସ୍କ୍ରିନକୁ ଦେଖିବା ଯୋଗୁଁ ଆଖିରେ ଜ୍ବଳନ ହୋଇଥାଏ | ସେଥିପାଇଁ କମ୍ପ୍ୟୁଟର ସ୍କ୍ରିନରୁ ଆବଶ୍ୟକୀୟ ଦୂରତା ରଖିବା ଦରକାର |
ପ୍ରତି ୧୫ କିମ୍ବା ୨୦ ମିନିଟରେ ଥରେ ଦୁଇ ହାତକୁ ପରସ୍ପର ସହ ରଗଡି ଆଖିରେ କିଛି ସମୟ ପାଇଁ ରଖିଲେ ଆଖିର ଜ୍ବଳନ କମ ହୋଇଥାଏ ଏବଂ ଆରାମ ମିଳିଥାଏ |

{"id":256112,"sizeSlug":"large"}

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବାନୁଯାୟୀ ଗୋଟିଏ ପୋଜିସନରେ ଅଧିକ ସମୟ ଯାଏଁ ବସି କାମ କରିବା ଅନୁଚିତ |
ଘରେ କାମ କରୁଥିବା ସମୟରେ ନିଜକୁ କିଭଳି ଆକ୍ଟିଭ ରଖିବେ ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିଛି ଆଡ଼ଭାଇଜାରୀ ଜାରି କରିଛନ୍ତି |

୧. ନିଜକୁ ଆକ୍ଟିଭ ରଖିବା ପାଇଁ ଘରର ପାହାଚରେ ତଳୁ ଉପରକୁ ଓ ଉପରୁ ତଳକୁ କିଛି ସମୟ ପାଇଁ ଯିବା ଆସିବା କରନ୍ତୁ | ଦିନକୁ ଅତିକମରେ ୪ ରୁ ୫ ଥର ଏହିଭଳି କରନ୍ତୁ | ଏହାଦ୍ୱାରା ଶରୀରର ଥକାପଣ ଦୂର ହୋଇଥାଏ ଏବଂ ମାଂସପେଶୀ ମଧ୍ୟ ସୁସ୍ଥ ରହିଥାଏ |

୨. ନିଜକୁ ଆକ୍ଟିଭ ଓ ଫିଟ ରଖିବା ପାଇଁ ନିୟମିତ କିଛି ସମୟ ବ୍ୟାୟାମ କରନ୍ତୁ | ଅଥବା ନିଜ ପସନ୍ଦର ଗୀତ କିମ୍ବା ମ୍ୟୁଜିକ ଲଗାଇ ଡ୍ୟାନ୍ସ ମଧ୍ୟ କରିପାରିବେ | ଏହାଦ୍ୱାରା ମନ ପ୍ରଫୁଲ୍ଲ ରହିବା ସହ ଓ ଶରୀର ମଧ୍ୟ ସୁସ୍ଥ ରହିବ |

୩. ୱାର୍କ ଫ୍ରମ ହୋମ ସମୟରେ ଯେତେବେଳେ ସମୟ ପାଇବେ ଶରୀରକୁ ଷ୍ଟ୍ରେଚ କରନ୍ତୁ | ଏହାଦ୍ୱାରା ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ ଏବଂ ଫୁର୍ତ୍ତି ଲାଗେ | ଯେକୌଣସି ସମୟରେ କରିପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.