Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କୋର୍ଟରେ କିଏ ଲଢିବ କୃଷକଙ୍କ କେସ୍ ? ଓକିଲଙ୍କ ପ୍ୟାନେଲକୁ ନେଇ ମୁହାଁମୁହିଁ ଉପ ରାଜ୍ୟପାଳ ଓ ଦିଲ୍ଲୀ ସରକାର

16/07/2021 at 4:17 PM

ନୂଆଦିଲ୍ଲୀ ୧୬।୦୭: ଲାଲକିଲ୍ଲା ହିଂସା ମାମଲାରେ କୋର୍ଟରେ କୃଷକଙ୍କ ପକ୍ଷରୁ କିଏ ଲଢିବ କେସ୍ ? ଏହି ପ୍ରସଙ୍ଗକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ ସରକାର ଓ ଉପ ରାଜ୍ୟପାଳ ଅନିଲ ବୈଜଲ। ଦିଲ୍ଲୀ ସରକାର ଓକିଲଙ୍କ ଏକ ପ୍ୟାନେଲ ପ୍ରସ୍ତୁତ କରି ଏହାର ମଞ୍ଜୁରୀ ପାଇଁ ଉପ ରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ। ହେଲେ ଏଲଜି ଏହାକୁ ଖାରଜ କରି ନିଜ ପକ୍ଷରୁ ଏକ ନୂତନ ତାଲିକା ଦିଲ୍ଲୀ ସରକାରଙ୍କ ପାଖକୁ ପଠାଇଛନ୍ତି। ଏବେ ଦିଲ୍ଲୀ ସରକାର ଏଲଜିଙ୍କ ତାଲିକା ଖାରଜ କରିଛନ୍ତି। ଏହାକୁ ନେଇ ଦିଲ୍ଲୀରେ ପୁଣି ଥରେ ସାମ୍ବାଧାନିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି।

ଉପ ରାଜ୍ୟପାଳ ଗୁରୁବାର  ଦିଲ୍ଲୀ ସରକାରଙ୍କ ସୁପାରିଶ ଉପରେ ବିଚାର କରିଥିଲେ। ଏହା ପରେ ସେ ଦିଲ୍ଲୀ ପୋଲିସର ଓକିଲଙ୍କ ତାଲିକା ଅରବିନ୍ଦ କେଜ୍ରିଓ୍ଵାଲ ସରକାରଙ୍କ ନିକଟକୁ ପଠାଇଥିଲେ। ଏହା ଉପରେ ବିଚାର କରିବାକୁ ଆଜି ଆମ୍ ଆଦମୀ ପାର୍ଟି(ଆପ୍) ସରକାରର ବୈଠକ ବସିଥିଲା। ହେଲେ ବୈଠକରେ ଏଲଜିଙ୍କ ପ୍ରସ୍ତାବକୁ ଖାରଜ କରାଯାଇଛି। କେଜ୍ରିଓ୍ଵାଲ କ୍ୟାବିନେଟ୍ କହିଛନ୍ତି, ଦିଲ୍ଲୀ ସରକାରଙ୍କ ଓକିଲ କୃଷକ ଆନ୍ଦୋଳନ ସଂପର୍କିତ ମାମଲାରେ ପବ୍ଲିକ ପ୍ରସିକ୍ୟୁଟେର ହେବେ। ଏବେ କ୍ୟାବିନେଟ୍‌ର ନିଷ୍ପତ୍ତିର ମଞ୍ଜୁରୀ ପାଇଁ ପୁନର୍ବାର ତାଲିକାକୁ ଉପ ରାଜ୍ୟପାଳଙ୍କ ନିକଟକୁ ପଠାଯିବ।

ପୁଣି ସାମ୍ବିଧାନିକ ସଙ୍କଟ ସ୍ଥିତି

ଏଲଜି ଓ ଦିଲ୍ଲୀ ସରକାରଙ୍କ ମଧ୍ୟର ଟଣାଓଟରା ପୁଣି ଥରେ ସାମ୍ବିଧାନିକ ସଙ୍କଟ ସ୍ଥିତି ଉତ୍ପନ କରିଛି। ଏଲଜି ଚାହୁଁଥିଲେ ଯେ, କେଜ୍ରିଓ୍ଵାଲ ସରକାର ଦିଲ୍ଲୀ ପୋଲିସର ପ୍ରସ୍ତାବିତ ଓକିଲଙ୍କ ପ୍ୟାନେଲକୁ ମଞ୍ଜୁରୀ ଦିଅନ୍ତୁ। ହେଲେ ଦିଲ୍ଲୀ ସରକାରଙ୍କ ଇଚ୍ଛା ଏହା ଯେ, ସରକାରୀ ଓକିଲ କୃଷକଙ୍କ ସଂପର୍କିତ ମାମଲାର କେସ୍ ଲଢନ୍ତୁ। ମାତ୍ର ଯେବେ ଉପ ରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ସୁପାରିଶ ସ୍ଵୀକାର କଲେ ନାହିଁ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛି।  ଏହା ପୂର୍ବରୁ ମଧ୍ୟ ଅନେକ ପ୍ରସଙ୍ଗରେ ଅରବିନ୍ଦ କେଜ୍ରିଓ୍ଵାଲ ସରକାର ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ଟଣା ଓଟରା ସ୍ଥିତି ଲାଗି ରହିଥିଲା।

   Related Posts