କେଉଁମାନେ କୋଭିଶିଲ୍ଡ ଓ କୋଭାକ୍ସିନ୍ ଭ୍ୟାକସିନ୍ ନେବା ଉଚିତ ନୁହେଁ ? ପଢନ୍ତୁ କ'ଣ କହୁଛି କମ୍ପାନୀ

Published By : Prameya-News7 Bureau | April 26, 2021 IST

ନୂଆଦିଲ୍ଲୀ ୨୬/୦୪ : ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ' ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟିକା ଦିଆଯିବ। ସରକାର ଟିକାକରଣ ଜୋରଦାର କରିବାକୁ କହୁଛନ୍ତି କିନ୍ତୁ ଏବେ ବି ଟିକାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ। ଟିକା ନେବାକୁ ଏବେ ବି ଅନେକ ଲୋକ ଭୟ କରୁଛନ୍ତି। ଅନେକ ଲୋକ ଟିକା ନେବା ପରେ ହେଉଥିବା ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଚିନ୍ତିତ। ଭାରତରେ ଦିଆଯାଉଥିବା କୋଭିଶିଲ୍ଡ ଓ କୋଭାକ୍ସିନ୍ କିଏ ନେବା ଉଚିତ ଓ କିଏ ନେବା ଉଚିତ ନୁହେଁ ଜାଣନ୍ତୁ।

କୋଭାକ୍ସିନ୍ ଭାରତ ବାୟୋଟେକ ତିଆରି କରିଛି। କମ୍ପାନୀ ନିଜ ଫ୍ୟାକ୍ଟଚେକରେ କହିଛି ଯେ ଯେଉଁମାନଙ୍କୁ ଭ୍ୟାକସିନ ଇନଗ୍ରିଡିଣ୍ଟରେ ଆଲର୍ଜି ଅଛି ସେମାନେ ଭ୍ୟାକସିନ ନେବା ଅନୁଚିତ। ଏହାସହ ଭ୍ୟାକସିନର ପ୍ରଥମ ଡୋଜ ନେବାପରେ ଯଦି କାହାକୁ ଜ୍ୱର କିମ୍ବା ଘାତକ ସଂକ୍ରମଣ ହେଉଛି ତାହେଲେ ସେମାନେ ଭ୍ୟାକସିନ ନେବା ଉଚିତ ନୁହେଁ। ଗର୍ଭବତୀ ମହିଳା ଓ ସ୍ତନପାନ କରୁଥିବା ମହିଳା କୋଭାକ୍ସିନ୍ ଭ୍ୟାକସିନ ନ ନେବାକୁ କହିଛି। କମ୍ପାନୀ କହିଛି ଯେ ଏହିଭଳି ମହିଳା ଟିକା ନେବା ପୂର୍ବରୁ ନିଜ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ।

କୋଭିଶିଲ୍ଡର ଫ୍ୟାକ୍ଟଚେକରେ କୁହାଯାଇଛି ଯେ ଗର୍ଭବତୀ ବା ସ୍ତନପାନ କରୁଥିବା ମହିଳା ବର୍ତ୍ତମାନ ଟିକା ନେବା ଉଚିତ ନୁହେଁ। ଯଦି ଏହି ମହିଳାମାନେ ଟିକା ନେବାକୁ ଚାହୁଁଛନ୍ତି ତାହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଉଚିତ। ତାଛଡା ଆଲର୍ଜି, ଜ୍ୱର କିମ୍ବା ଆଉ କିଛି ସମସ୍ୟା ଦେଖାଦିଏ କିମ୍ବା ଯଦି ଆପଣ ଆଉ କିଛି ଟିକା ନେଇଛନ୍ତି ତାହେଲେ ମଧ୍ୟ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଉଚିତ।

ଉଭୟ କୋଭିଶିଲ୍ଡ ଓ କୋଭାକ୍ସିନ୍ ନିଜ ନିଜ କରୋନା ଭାଇରସ ଭ୍ୟାକସିନ ସମ୍ପର୍କରେ ସୂଚନା ଦେଇଛନ୍ତି। ଉଭୟ କମ୍ପାନୀ କହିଛନ୍ତି ଯେ ଇଞ୍ଜେକ୍ସନ ନେଉଥିବା ଜାଗାରେ କୁଣ୍ଡେଇ ହେବା, ଫୁଲିଯିବା, ନାଲି ପଡିଯିବା ଆଦି ଲକ୍ଷଣ ଦେଖାଦେଇପାରେ। ଏହାସହ ହାତ ବିନ୍ଧା ହେବା, ହାତ ଦୁର୍ବଳ ଲାଗିବା ବା ବଳ ନ ପାଇବା, ଶରୀର ପୀଡା, ଥକାପଣ, ଜ୍ୱର, ବାନ୍ତି, ଅସହଜ ଅନୁଭୂତ ହେବା ଆଦି ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.