Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଗମ୍ଭୀରଙ୍କୁ କିଏ ପଠାଇଥିଲା ଧମକପୂର୍ଣ୍ଣ ମେଲ୍‌ ? ଜବାବ ଦେଲା ଦିଲ୍ଲୀ ପୋଲିସ୍‌

25/11/2021 at 8:52 PM

ନୂଆଦିଲ୍ଲୀ ୨୫/୧୧ : ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମଙ୍ଗଳବାର ହତ୍ୟା ଧମକ ମିଳିଥିଲା । ରାତି ୯ଟା ୩୨ ରେ ତାଙ୍କ ପାଖକୁ ଧମକପୂର୍ଣ୍ଣ ମେଲ୍‌ ଆସିଥିଲା। ଗମ୍ଭୀରଙ୍କୁ କିଏ ଏହି ମେଲ୍‌ କରିଥିଲା ସେନେଇ ଦିଲ୍ଲୀ ପୋଲିସ ଖୁଲାସା କରିଛି । ତେବେ ଏହି ମେଲ୍‌ ଜଣେ ପାକିସ୍ତାନୀ ଛାତ୍ର କରିଥିବା ନେଇ ଦିଲ୍ଲୀ ପୋଲିସର ସାଇବର ସେଲ୍‌ ସୂଚନା ଦେଇଛି।

ଗୌତମଙ୍କୁ ମଙ୍ଗଳବାର ରାତିରେ ଏହିଭଳି ଦୁଇଥର ହତ୍ୟା ଧମକ ମିଳିଥିଲା । ଧମକପୂର୍ଣ୍ଣ ମେଲ୍‌ ମିଳିବା ନେଇ ସୂଚନା ମିଳିବା କ୍ଷଣି ଦିଲ୍ଲୀ ପୋଲିସ ଗମ୍ଭୀରଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦେଇଥିଲା। ମିଳିଥିବା ସୂଚନା ଅନୁସାରେ, ଏହି ମେଲ୍ ପାକିସ୍ତାନର କରାଚିରୁ କରାଯାଇଥିଲା । ସାହିଦ୍ ହମିଦ୍ ନାମକ ଜଣେ ପାକିସ୍ତାନୀ ଛାତ୍ର ଏହି ମେଲ୍ କରିଥିଲା । ତାର ବୟସ ୨୦-୨୫ ବର୍ଷ ହୋଇଥିବା ବେଳେ ସେ ସିନ୍ଧ ବିଶ୍ୱବିଦ୍ୟାଳୟରେ ପଢ଼ୁଛି ବୋଲି ଦିଲ୍ଲୀ ପୋଲିସ ନିଉଜ- ୧୮କୁ ସୂଚନା ଦେଇଛି ।

ଗମ୍ଭୀରଙ୍କୁ ଦିଆଯାଇଥିବା ଇ-ମେଲ୍‌ରେ ଲେଖା ଯାଇଥିଲା ‘‘ଆମେ ତୁମ ସହିତ ତୁମ ପରିବାରକୁ ମୃତ୍ୟୁର ଘାଟିରେ ପହଞ୍ଚାଇଦେବୁ । ଏହାର କିଛି ସମୟ ପରେ, ଆମେ ତୁମକୁ ମାରିବାକୁ ଚାହୁଁଥିଲୁ, କିନ୍ତୁ ଗତକାଲି ତୁମେ ବଞ୍ଚି ଗଲ। ଯଦି ତୁମର ବଞ୍ଚିବାର ଇଚ୍ଛା ଅଛି ତାହେଲେ ରାଜନୀତି ସହ କାଶ୍ମୀର ପ୍ରସଙ୍ଗରୁ ଦୂରେଇ ରୁହ ବୋଲି ଅନ୍ୟ ଏକ ମେଲ୍‌ ପଠାଇଥିଲା ପାକିସ୍ତାନୀ ଯୁବକ। ଏହା ସହ ତାଙ୍କ ଘର ସାମ୍ନାର ଏକ ଭିଡିଓ ମଧ୍ୟ ସେ ପଠାଇଥିଲା।

ତେବେ ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଥିବା ଜଣାପଡ଼ୁ ନାହିଁ ବୋଲି ପୋଲିସ କହିଛି। ଏହା ବ୍ୟତୀତ ଗମ୍ଭୀରଙ୍କ ପାଖକୁ ପଠାଯାଇଥିବା ଭିଡିଓଟିକୁ ୟୁଟ୍ୟୁବ୍‌ରୁ ନିଆଯାଇଥିଲା। ଏହାକୁ ନଭେମ୍ବର, ୨୦୨୦ ରେ ଗୌତମଙ୍କ ପ୍ରଶଂସକମାନେ ୟୁଟ୍ୟୁବ୍‌ରେ ଅପଲୋଡ୍ କରିଥିଲେ। ସେପଟେ ଏହି ମାମଲାରେ ପୋଲିସ ଅଧିକ ତଦନ୍ତ କରୁଥିବା ବେଳେ ଦରକାର ପଡ଼ିଲେ ଏହି ମାମଲାକୁ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

   Related Posts