Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ସଂକ୍ରମିତଙ୍କ ରିପୋର୍ଟ ପୁଣି ପଜିଟିଭ୍ ହେଲେ ଡରିବାର ନାହିଁ : WHOର ଆଶ୍ୱାସନା, ବୈଜ୍ଞାନିକ କହିଲେ କାରଣ

10/05/2020 at 1:49 PM

ନୂଆଦିଲ୍ଲୀ ୧୦/୦୫ : ବିଶ୍ୱରେ କରୋନା ଭାଇରସର ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି | କିଛି କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ପରେ ପୁଣିଥରେ ଆକ୍ରାନ୍ତ ହେଉଛନ୍ତି | ଚୀନର ଆରମ୍ଭ କରି ଭାରତରେ ମଧ୍ୟ କରୋନା ରୋଗୀ ସୁସ୍ଥ ହୋଇ ପୁଣି ଆକ୍ରାନ୍ତ ହେଉଛନ୍ତି | ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହେଉଛି | ଏହି ସ୍ଥିତିରେ ଭୟଭୀତ ଥିବା ଲୋକଙ୍କ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ଥିତି ସ୍ପଷ୍ଟ କରିଛନ୍ତି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜର ଗବେଷକ ଟିମଙ୍କ ରିପୋର୍ଟ ଅନୁସରଣ କରି କହିଛନ୍ତି ଜେ, ଯେଉଁମାନେ ସୁସ୍ଥ ହୋଇଛନ୍ତି ସେମାନଙ୍କ ରିପୋର୍ଟ ସବୁବେଳେ ନେଗେଟିଭ ଆସିବ ତାହା ନିଶ୍ଚିତ ନୁହେଁ | ଫୁସଫୁସର ମୃତ କୋଷ ପାଇଁ ବେଳେବେଳେ ରିପୋର୍ଟ ପଜିଟିଭ ରିପୋର୍ଟ ଆସିବାର ସମ୍ଭାବନା ଥାଏ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛନ୍ତି | କିନ୍ତୁ ତାମାନେ ନୁହେଁ ଯେ ରୋଗୀ ପୁଣି କରୋନାରେ ଆକ୍ରାନ୍ତ ହୋଇଛନ୍ତି | ଏହା ରୋଗୀଙ୍କ ଋକଭରୀ ଫେଜ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ |

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ରୋଗୀଙ୍କ ସମ୍ପର୍କରେ ଏକ ମହତ୍ୱପୂର୍ଣ୍ଣ ସୂଚନା ଜାରି କରିଛନ୍ତି | ସେ ସ୍ପଷ୍ଟ କରିଛନ୍ତି ସୁସ୍ଥ ହୋଇଥିବା ରୋଗୀଙ୍କ ରିପୋର୍ଟ ପୁଣିଥରେ ପଜିଟିଭ ଆସିବାର ପୁରା ସମ୍ଭାବନା ରହିଛି | ରୋଗୀଙ୍କ ଫୁସଫୁସର ମୃତ କୋଷ ଯୋଗୁଁ ରୋଗୀଙ୍କ ରିପୋର୍ଟ ପୁଣିଥରେ ପଜିଟିଭ ଆସିବାର ସମ୍ଭାବନା ରହିଥାଇପାରେ ବୋଲି ସେ କହିଛନ୍ତି | ତେବେ ଏଥିପାଇଁ ରୋଗୀଙ୍କୁ ଆଦୌ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛନ୍ତି ଯେ, ତାଜା ଅପଡେଟ ଓ ବିଶ୍ଳେଷଣ ଆଧାରରେ କୁହାଯାଇପାରେ ଯେ ସୁସ୍ଥ ରୋଗୀଙ୍କ ରିପୋର୍ଟ ପଜିଟିଭ ଆସିବା ସ୍ୱାଭାବିକ |

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛନ୍ତି ଯେ ଅନେକ ଦେଶରେ ସୁସ୍ଥ ହୋଇଥିବା ରୋଗୀଙ୍କ ରିପୋର୍ଟ ପୁଣିଥରେ ପଜିଟିଭ ଆସିଛି | ତେବେ ଏହା ଚିନ୍ତାର ବିଷୟ ନୁହେଁ | ଏହା କରୋନାର ଦ୍ୱିତୀୟ ଲେଭେଲ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି | ଏପ୍ରିଲ ମାସରେ ସବୁଠାରୁ ପ୍ରଥମେ ଦକ୍ଷିଣ କୋରିଆ ୧୦୦ ରୋଗୀଙ୍କ ରିପୋର୍ଟ ଦେଇଥିଲା ଯେଉଁଥିରେ ଦର୍ଶାଯାଇଥିଲା ଯେ ସୁସ୍ଥ ହେବାପରେ ଏମାନଙ୍କ ରିପୋର୍ଟ ପୁଣି ପଜିଟିଭ ଆସିଛି | ଏହାପରେ ଅନ୍ୟ ଦେଶରୁ ମଧ୍ୟ ଏହିଭଳି ଖବର ଆସିଥିଲା | ତେବେ ଏହା ବିଶେଷ ଚିନ୍ତାର ବିଷୟ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛନ୍ତି |

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାମାରୀ ବୈଜ୍ଞାନିକ ମାରିଆ ୱାନ କେହୋବ କହିଛନ୍ତି ଯେ, କରୋନାରେ ପୀଡିତ ଥିବା ରୋଗୀ ସୁସ୍ଥ ହେବାପରେ ସେମାନଙ୍କ ଫୁସଫୁସ ନିଜକୁ ନିଜେ ଋକଭର କରିଥାଏ | ଏଭଳି ସ୍ଥିତିରେ ଫୁସଫୁସରେ ଥିବା ମୃତ କୋଷ ବାହାରକୁ ବାହାରିବା ଆରମ୍ଭ କରିଥାଏ | ବାସ୍ତବରେ ଏହା ଫୁସଫୁସର ସୁକ୍ଷ୍ମ ଅଂଶ ଯାହା ନାକ କିମ୍ବା ପାଟି ଦେଇ ବାହାରକୁ ବାହାରିଥାଏ | ଏହି ମୃତ କୋଷ ସଂକ୍ରାମକ ଭାଇରସ ଏହା କହିବା ଭୁଲ | ଏହା ପୁଣିଥରେ ସଂକ୍ରମଣ ମଧ୍ୟ କରିନଥାଏ | ବାସ୍ତବରେ ଏହା ଉପଚାର ପ୍ରକ୍ରିୟାର ଏକ ଅଂଶ ବୋଲି ବୈଜ୍ଞାନିକ କହିଛନ୍ତି | 

   Related Posts