ଚୀନର ଦାବିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜବାବ- ଫ୍ରୋଜେନ୍ ଚିକେନରୁ କରୋନା ସଂକ୍ରମଣ ବ୍ୟାପିବାର କୌଣସି ପ୍ରମାଣ ନାହିଁ

Published By : Prameya-News7 Bureau | August 14, 2020 IST

ନୂଆଦିଲ୍ଲୀ ୧୪/୦୮ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନର ଦାବିକୁ ଖାରଜ କରିଛି ଯେଉଁଥିରେ ଚୀନ କହିଥିଲା ଯେ ବ୍ରାଜିଲରୁ ଆମଦାନୀ ହୋଇଥିବା ଫ୍ରୋଜେନ ଚିକେନରେ କରୋନା ଭାଇରସ ମିଳିଛି | ସଂଗଠନ କହିଛି ଯେ ଏବେ ସୁଦ୍ଧା ଫ୍ରୋଜେନ ଫୁଡ କିମ୍ବା ପ୍ୟାକ ଫୁଡରୁ କରୋନା ସଂକ୍ରମଣ ବିସ୍ତାର କରିଥିବା କୌଣସି ପ୍ରମାଣ ମିଳିନାହିଁ | ସେଥିପାଇଁ ଏହାକୁ ବ୍ୟବହାର କରିବା ପାଇଁ ଲୋକେ ଭୟ କରିବା ଆବଶ୍ୟକ ନାହିଁ | ଗତ ସପ୍ତାହରେ ଚୀନ ଦାବି କରିଥିଲା ଯେ ୟାଣ୍ଟାଇ ସହରର ଇକ୍ୟୁଏଡରରୁ ପଠାଯାଇଥିବା ଚିଙ୍ଗୁଡ଼ିରେ କରୋନା ସଂକ୍ରମଣ ମିଳିଥିଲା କିନ୍ତୁ ଚୀନ ଏହାର ସ୍ପଷ୍ଟ ପ୍ରମାଣ ଏପର୍ଯ୍ୟନ୍ତ ସେୟାର କରିନାହିଁ  |

wp:core-embed/twitter {"url":"https://twitter.com/Reuters/status/1294067468458172416","type":"rich","providerNameSlug":"twitter","className":""}
https://twitter.com/Reuters/status/1294067468458172416
/wp:core-embed/twitter

WHO ଜରୁରୀକାଳୀନ ପ୍ରୋଗ୍ରାମ ମୁଖ୍ୟ ମାଇକ ରେୟାନ କହିଛନ୍ତି ଯେ ଫ୍ରୋଜେନ ଫୁଡରୁ ଭୟଭୀତ ହେବାର କୌଣସି କାରଣ ନାହିଁ | ଫ୍ରୋଜେନ ଫୁଡ ଯୋଗୁଁ କରୋନା ସଂକ୍ରମଣ ବ୍ୟାପୁଥିବାର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ | ସେଥିପାଇଁ ଲୋକେ ଚିନ୍ତିତ ହେବା ଆବଶ୍ୟକ ନାହିଁ | ଲୋକେ ଏହିସବୁ ଖାଦ୍ୟ ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି | ମହାମାରୀ ବିଶେଷଜ୍ଞ ମାରିଆ ଭାନ୍ କେର୍ଖୋଭ୍ କହିଛନ୍ତି ଯେ ଚୀନର ଦାବିକୁ ଭରସା କରିବା ମୁସକିଲ | ସେ ହଜାର ହଜାର ଫ୍ରୋଜେନ ଫୁଡ ପ୍ୟାକେଟ ଯାଞ୍ଚ କରିଛନ୍ତି | ସେଥି ମଧ୍ୟରୁ ବଡ କଷ୍ଟରେ ୧୦ ଟି ରୁ ସଂକ୍ରମଣ ମିଳିଥିଲା | ଏହି ସଂଖ୍ୟା ଏତେ କମ ଯେ ଏଥିରେ ଦୃଷ୍ଟି ଦିଆଯିବ ନାହିଁ ବୋଲି ସେ କହିଛନ୍ତି |

ଚୀନର ଦାବିକୁ ନେଇ ବ୍ରାଜିଲ କୃଷି ମନ୍ତ୍ରାଳୟ ମଧ୍ୟ ଆଶଙ୍କା ପ୍ରକାଶ କରି କହିଛି ଯେ ଏ ସମ୍ବନ୍ଧରେ ଚୀନ ସରକାରଙ୍କ ସ୍ପଷ୍ଟୀକରଣ ଏବଂ ଦାବି ସହ ଜଡିତ ପ୍ରମାଣ ମଗାଯାଇଛି | ଇକ୍ୟୁଏଡର୍ ର ଉତ୍ପାଦନ ମନ୍ତ୍ରୀ ଇଭାନ୍ ଅନଟାନେଡା କହିଛନ୍ତି ଯେ ଫ୍ରୋଜେନ ଫୁଡ ମାମଲାରେ ଅତ୍ୟନ୍ତ କଡା ନିୟମ ଓ ଅନୁଶାସନ ପାଳନ କରାଯାଉଛି | ଦେଶ ଛାଡିବା ପରେ ସେହି ଉତ୍ପାଦନର କଣ ହେଉଛି ସେଥିପାଇଁ ସେ ଦାୟୀ ନୁହନ୍ତି |

wp:core-embed/twitter {"url":"https://twitter.com/globaltimesnews/status/1294092074224988160","type":"rich","providerNameSlug":"twitter","className":""}
https://twitter.com/globaltimesnews/status/1294092074224988160
/wp:core-embed/twitter

ଅପରପକ୍ଷରେ ଚୀନ ମିଡ଼ିଆ ଅନୁସାରେ, ଶେନଜେନର ସ୍ଥାନୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ନିୟମିତ ଯାଞ୍ଚ ସମୟରେ ବ୍ରାଜିଲରୁ ଆମଦାନୀ ହୋଇଥିବା ଚିକେନର ନମୁନା ସଂଗ୍ରହ କରିଥିଲେ | ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା | ଅଧିକାରୀ ଗୁରୁବାର ଦିନ କହିଥିଲେ ଯେ ଚିକେନ ସମ୍ପର୍କରେ ଆସିଥିବା କିଛି ଲୋକ ଓ ଅନ୍ୟାନ୍ୟ ସାମଗ୍ରୀର ମଧ୍ୟ ଯାଞ୍ଚ କରାଯାଇଛି କିନ୍ତୁ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି | ଶେନଜେନ ସିଡିସି ଅନ୍ୟ ଦେଶର ଖାଦ୍ୟ ଉତ୍ପାଦ ଖାଇବାରେ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି | ଜୁନ ମାସରେ ଚୀନ ରାଜଧାନୀ ବେଜିଙ୍ଗର ସିନ୍ଫେଡି ସାମୁଦ୍ରିକ ଖାଦ୍ୟ ବଜାରରୁ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା | ଏହାପରେ ସରକାର ସମସ୍ତ ଫୁଡ ପ୍ରଡକ୍ଟର ନମୁନା ସଂଗ୍ରହ କରି କରୋନା ଯାଞ୍ଚ କରାଉଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.