କିଏ ପ୍ରଥମେ ତିଆରି କରିଦେବ କରୋନା ଭ୍ୟାକସିନ୍ ? WHO କହିଲା ସଂସ୍ଥାର ନାମ

Published By : Prameya-News7 Bureau | June 28, 2020 IST

ନୂଆଦିଲ୍ଲୀ ୨୮।୦୬: ଦୁନିଆର ଅନେକ ଦେଶ ଓ ସେମାନଙ୍କର ବୈଜ୍ଞାନିକ, ଗବେଷକ କରୋନା ଭ୍ୟାକସିନ୍ ପ୍ରସ୍ତୁତି ସନ୍ଧାନରେ ଜୁଟିଛନ୍ତି। ବିଶ୍ଵର ନାମିଦାମୀ ଔଷଧ ନିର୍ମାତକାରୀ କମ୍ପାନୀ ଭ୍ୟାକସିନ୍ ପ୍ରସ୍ତୁତିର ଦୌଡରେ ଅଛନ୍ତି। କିଏ ଦ୍ଵିତୀୟ ପର୍ଯ୍ୟାୟ ଟ୍ରାଏଲରେ ପହଞ୍ଚିଛି ତ ଆଉ କିଏ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି। କିଏ ମାନବଙ୍କ ଶରୀରରେ ପରୀକ୍ଷଣ ଆରମ୍ଭ କରିଥିବା ବେଳେ ଆଉ କିଏ ପଶୁଙ୍କ ଶରୀରରେ ଟ୍ରାଏଲ କରୁଛି।

ଏହା ମଧ୍ୟରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁଯାୟୀ ଅକ୍ସଫୋର୍ଡ ୟୁନିଭର୍ସିଟି ଯେଉଁ ଭ୍ୟାକସିନ୍‌ ଉପରେ କାମ କରୁଛି, ତାହା କରୋନା ଭାଇରସ୍‌କୁ ନାଶ କରିବାରେ ସବୁଠୁ ଆଗରେ ରହିଛି। WHOର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ଵାମିନାଥମ କହିଛନ୍ତି, ଅକ୍ସଫୋର୍ଡ ଯେଉଁ ପର୍ଯ୍ୟାୟରେ ଅଛି ଏବଂ ଯେତେ ଆଡଭାନ୍ସରେ ଗବେଷଣା ଚଲାଇଛି, ଲାଗୁଛି ସେମାନେ ସବୁଠୁ ଆଗରେ ରହିବେ। ଅକ୍ସଫୋର୍ଡ ଓ ଆଷ୍ଟ୍ରା ଜେନେକାର ଭ୍ୟାକସିନ୍‌ ChAdOx1 nCov-19 କ୍ଲିନିକଲ ଟ୍ରାଏଲ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପର୍ଯ୍ୟାୟରେ ପହଞ୍ଚିଥିବା ଦୁନିଆର ଏହି ପ୍ରଥମ ଭ୍ୟାକସିନ୍‌କୁ ଏବେ ୧୦,୨୬୦ ଲୋକଙ୍କୁ ଦିଆଯିବ। ଏହାର ପରୀକ୍ଷଣ ବ୍ରିଟେନ୍, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରେ ମଧ୍ୟ ଜାରି ରହିଛି।

{"id":293095,"sizeSlug":"large"}

ସ୍ଵାମିନାଥନ କହିଛନ୍ତି, Modernaର ଭ୍ୟାକସିନ୍‌ ମଧ୍ୟ ତୃତୀୟ ପର୍ଯ୍ୟାୟର କ୍ଲିନିକଲ ଟ୍ରାଏଲରେ ପହଞ୍ଚି ଯାଇଛି। ତେଣୁ ଏହି ସଂସ୍ଥା ମଧ୍ୟ ଭ୍ୟାକସିନ୍  ପ୍ରସ୍ତୁତିରେ ପଛରେ ନାହିଁ। କିନ୍ତ ଆଷ୍ଟ୍ରାଜେନେକାର ଗ୍ଲୋବାଲ ଚାହିଦା ଅଧିକ ରହିଛି। ଏହି ଭ୍ୟାକସିନ୍ ChAdOx1 ଭାଇରସ୍‌ରେ ନିର୍ମିତ, ଯାହା ସାମାନ୍ୟ ଥଣ୍ଡାରେ ଉତ୍ପନ କରୁଥିବା ଭାଇରସ୍‌ର ଏକ ଦୁର୍ବଳ ରୂପ  ହୋଇଥାଏ। ଏହାକୁ ଜେନେଟିକାଲି ପରିବର୍ତ୍ତନ କରାଯାଇଛି। ତେଣୁ ଏଥିରେ ମଣିଷଙ୍କ ମଧ୍ୟରେ ସଂକ୍ରମଣ ହୁଏ ନାହିଁ।

Moderna Inc ମଧ୍ୟ ପ୍ରସ୍ତୁତ

{"id":293096,"sizeSlug":"large"}

ଆମେରିକାର Moderna Inc ନିଜର ଭ୍ୟାକସିନ mRNA-1273ର ଦ୍ଵିତୀୟ ପର୍ଯ୍ୟାୟର ପରୀକ୍ଷଣ ଆରମ୍ଭ କରି ଦେଇଛି। କମ୍ପାନୀର ଔଷଧ ନିର୍ମାତକାରୀ Catalent Inc ସହିତ ୨୦୨୦ର ପ୍ରଥମ ତ୍ରୈମାସ ସୁଦ୍ଧା ୧୦୦ ମିଲିୟନ ଡୋଜ୍ ତିଆରି କରିବାକୁ ପ୍ରୟାସରତ ଅଛି। ଯେବେ Catalentର ଭ୍ୟାକସିନ୍‌ ପ୍ୟାକେଜିଂ, ଷ୍ଟୋରେଜ୍ ଓ ଯୋଗାଣ କରିବା ଆରମ୍ଭ କରିବ ସେହି ସମୟରେ Modernର ଭ୍ୟାକସିନ୍ ଲେଟ୍-ଷ୍ଟେଜ୍ କ୍ଲିନିକାଲ ଟ୍ରାଏଲରେ ପହଞ୍ଚିଯିବ।

​Sanofi-GSK

{"id":293097,"sizeSlug":"large"}

ଫ୍ରାନ୍ସର ଫାର୍ମାସ୍ୟୁଟିକଲ କମ୍ପାନୀ Sanofi ନିକଟରେ କହିଛି ଯେ, କମ୍ପାନୀ ଡିସେମ୍ବର ଜାଗାରେ ନିଜର ଭ୍ୟାକସିନ୍‌ର ଟ୍ରାଏଲ ସେପ୍ଟେମ୍ବରରେ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। କମ୍ପାନୀ ଦାବି କରିଛି, ସେ ଅନେକ କ୍ୟାଣ୍ଡିଡେଟ୍‌ଙ୍କ ଉପରେ ପରୀକ୍ଷଣ କରିବା ଉପରେ କାମ କରୁଛି ଏବଂ ଚଳିତ ବର୍ଷ ଚତୁର୍ଥ ତ୍ରୈମାସ ସୁଦ୍ଧା ମାନବଙ୍କ ଉପରେ ପରୀକ୍ଷଣ ଆରମ୍ଭ କରିବ। Sanofi ଏହା ମଧ୍ୟ ଘୋଷଣା କରିଛି ଯେ, ସେ ଆମେରିକାର ଷ୍ଟାର୍ଟଅପ୍‌ Translate Bio ସହିତ ଭ୍ୟାକସିନ୍‌ର  ବିକଶିତ ଏବଂ ବିସ୍ତାର ପାଇଁ ୪୨୫ ମିଲିୟନ ଡଲାର ନିବେଶ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.