Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||
  • ନୂଆଦିଲ୍ଲୀ : ଦୁଇ ସରକାରୀ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ, ଆସନ୍ତା ୧୬ରୁ ଦୁଇ ଦିନିଆ ହରତାଳ ଚେତାବନୀ ଦେଲା ୟୁଏଫବିୟୁ
  • ||

କରୋନାର ନୂଆ ଭାରିଆଣ୍ଟ ବଢ଼ାଉଛି ଚିନ୍ତା, WHOର ଚେତାବନୀ କ୍ଷୀପ୍ରଗତିରେ ମାଡ଼ି ଚାଲିଛି ଡେଲ୍‌ଟା

13/07/2021 at 10:29 AM

ନୂଆଦିଲ୍ଲୀ, ୧୩/୦୭: ସାରା ବିଶ୍ୱରେ କରୋନାର ଡେଲ୍‌ଟା ଭାରିଆଣ୍ଟ ମାମଲା କ୍ଷୀପ୍ରଗତିରେ ବଢ଼ିବାରେ ଲାଗିଛି । କରୋନାର ଏହି ନୂଆ ଭାରିଆଣ୍ଟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି । ଏହି ଭାଇରସ୍‌କୁ ଆୟତ୍ତରେ ରଖିବା ପାଇଁ ଟିକା କରଣ ଜାରି ରହିଛି । ଏଥି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOର ମହାନିର୍ଦ୍ଦେଶକ ଟ୍ରେଡୋସ ଅଦନୋମ ଘେବିୟସ ସୋମବାର କୋଭିଡ୍‌ର ଡେଲ୍‌ଟା ଭାରିଆଣ୍ଟକୁ ନେଇ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, କୋରନାର ଏହି ଭାରିଆଣ୍ଟ ଚିନ୍ତା ବଢ଼ାଇଲାଣି  । ବିଶ୍ୱରେ ଏହା କ୍ଷୀପ୍ରଗତିରେ ମାଡ଼ି ଚାଲିଛି ।

କରୋନା ସ୍ଥତିକୁ ନେଇ ଗତକାଲି ଟ୍ରେଡୋସ୍‌ ଜେନେଭାରେ ଏକ ସାମ୍ୱାଦିକ ସମ୍ମିଳନୀ ଡାକିଥିଲେ । ଗତ ସପ୍ତାହରେ ବିଶ୍ୱ ସ୍ତରରେ କୋଭିଡ୍‌-୧୯କୁ ନେଇ ବଢ଼ିଥିବା ମାମଲାରେ ଡେଲ୍‌ଟା ଭାରିଆଣ୍ଟକୁ ନେଇ WHO ଚିନ୍ତିତ ବୋଲି ସେ କହିଛନ୍ତି । ଲଗାତାର ଚତୁର୍ଥ ସପ୍ତାହରେ ଏହି ଭାରିଆଣ୍ଟର ପ୍ରଭାବ ଦେଖିବାକୁ ମିଳିଛି । ୧୦ ସପ୍ତାହ ମଧ୍ୟରେ ମୃତ୍ୟୁ କମିବା ପରେ ପୁଣିଥରେ ବଢ଼ିଥିବା ସେ କହିଛନ୍ତି ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗତବର୍ଷ ଅକ୍ଟୋବର ମାସରେ ଭାରତରେ ଏହି ଭାରିଆଣ୍ଟର ଚିହ୍ନଟ କରାଯାଇଥିଲା । ଏହାପରେ ଏହି ଭାଇରସ୍‌ ସାରା ବିଶ୍ୱରେ ମାଡ଼ି ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୦୪ଟି ଦେଶରେ ଏହି ଭାଇରସ୍‌ ଦେଖାଯାଇଛି ।       

   Related Posts