Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବାୟୁ ପ୍ରଦୂଷଣ ଯୋଗୁଁ ବର୍ଷକୁ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ଆଶଙ୍କା : WHO ଜାରି କଲା ରିପୋର୍ଟ

24/09/2021 at 8:04 AM

ନୂଆଦିଲ୍ଲୀ ୨୪/୦୯ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଏକ ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ବିଶ୍ୱର ୯୦ ପ୍ରତିଶତ ଜନ ସମୂହ ଏବଂ ଦକ୍ଷିଣ ଏସିଆର ପୁରା ଜନସଂଖ୍ୟା ପ୍ରଦୂଷିତ ବାତାବରଣରେ ରହିବାକୁ ବାଧ୍ୟ ହୁଅନ୍ତି । ତେବେ ଦୀର୍ଘ ୧୫ ବର୍ଷରେ ପରେ ବାୟୁର ଗୁଣବତ୍ତାକୁ ନେଇ ପ୍ରଥମଥର ପାଇଁ ଏକ ଗାଇଡାଲଇନ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’)। ଶେଷଥର ପାଇଁ ୨୦୦୫ରେ ହୁ’ ପକ୍ଷରୁ ବାୟୁର ଗୁଣବତ୍ତାକୁ ନେଇ ଗାଇଡଲାଇନ ଜାରି କରାଯାଇଥିଲା। ବାୟୁ ପ୍ରଦୂଷଣ ଯୋଗୁ ବର୍ଷକରେ ପ୍ରାୟ ୭୦ ଲକ୍ଷ ଲୋକଙ୍କ ଜୀବନ ଯାଉଛି।

-ତେଣୁ ବାୟୁ ପ୍ରଦୂଷଣ ଯୋଗୁଁ ସୃଷ୍ଟି ହେଉଥିବା ଫୁସଫୁସ ସମ୍ପର୍କିତ ରୋଗ ସହ ମୃତ୍ୟୃହାରକୁ ହ୍ରାସ କରିବା ଲକ୍ଷ୍ୟ ନେଇ ହୁ’ ଏପରି ଗାଇଡଲାଇନ ଜାରି କରିଛି। ମିଳିତ ଜାତିସଂଘର ୧୯୪ ସଦସ୍ୟ ଦେଶକୁ ହୁ’ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନରେ ପ୍ରଦୂଷଣର ସୃଷ୍ଟି ହେଉଥିବା ସର୍ବାଧିକ ସ୍ତରକୁ ହ୍ରାସ କରାଯାଇଛି।

ନୂଆ ଗାଇଡଲାଇନରେ ଜୀବାଶ୍ମ ଇନ୍ଧନରୁ ମିଳୁଥିବା କଣିକା ମ୍ୟାଟର ଓ ନାଇଟ୍ରୋଜେନ୍ ଡାଇଅକ୍ସାଇଡର ସ୍ତରକୁ ହ୍ରାସ କରିବା ପାଇଁ ସୁପାରିସ କରାଯାଇଛି। ବାୟୁ ପ୍ରଦୂଷଣ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ। ଏଥିସହ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଏହା ସବୁଠାରୁ ବଡ଼ ବିପଦ। ବାୟୁ ପ୍ରଦୂଷଣ ଯୋଗୁ ସମଗ୍ର ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ତେଣୁ ବାୟୁ ପ୍ରଦୂଷଣ ଜନିତ ସମସ୍ୟାକୁ ସୁଧାରି ପାରିଲେ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ଏଥିରେ କୁହାଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଦୂଷଣକୁ ହ୍ରାସ କରିବା ପାଇଁ particulate matter(ପିଏମ)ର ବାର୍ଷିକ ହାରାହାରି ପିଏମ ୨.୫ସ୍ତରକୁ ୧୦ ମାଇକ୍ରୋଗ୍ରାମ ପ୍ରତି କ୍ୟୁବିକ୍ ମିଟରରୁ ୫କୁ ହ୍ରାସ କରିଛି। ଏଥିପାଇଁ ମୃତ୍ୟୁର ସବୁଠୁ ବଡ଼ କାରଣ  । ସେହିପରି ପିଏମ ୧୦ର ସ୍ତରକୁ ୨୦ ମାଇକ୍ରୋଗ୍ରାମ୍ସରୁ ୧୫କୁ ହ୍ରାସ କରାଯାଇଛି। ଯଦି ବର୍ତ୍ତମାନ ବିଶ୍ୱରେ ଜାରି ରହି ଥିବା ପ୍ରଦୂଷଣକୁ ହ୍ରାସ କରାଯାଇପାରିବ, ତା’ହେଲେ ପିଏମ୨.୫ ସହ ଜଡ଼ିତ ମୃତ୍ୟୁକୁ ପ୍ରାୟ ୮୦% ହ୍ରାସ କରାଯାଇପାରିବ। ଏହି ପାର୍ଟିକିଲ କାରଣରୁ ଶ୍ୱାସ ନେବାରେ କଷ୍ଟ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

   Related Posts