କରୋନା ରୋଗୀଙ୍କ ଜୀବନ ରକ୍ଷା କରିପାରେ ଷ୍ଟେ୍ରଏଡ୍, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜାରି କଲା ନୂଆ ଆଡଭାଇଜରି

Published By : Prameya-News7 Bureau | September 03, 2020 IST

ପ୍ୟାରିସ୍ ୦୩/୦୯- ପ୍ରତିଦିନ କରୋନା ଅନେକ ଲୋକଙ୍କ ମୁଣ୍ଡ ନେଉଛି। ଏବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଗୋଟିଏ ବଡ଼ କଥା କହିଛି। ଅନ୍ତରାଷ୍ର୍ଟୀୟ ସ୍ତରରେ ହୋଇଥିବା କ୍ଲିନିକାଲ୍ ଟ୍ରାଏଲରୁ ଜଣାପଡ଼ିଛି ବ୍ୟାପକ ଭାବେ ଉପଲବ୍ଦ ଷ୍ଟେରଏଡ୍ ଔଷଧ ଗମ୍ଭୀର ରୋଗୀଙ୍କୁ କରୋନାରୁ ରକ୍ଷା କରିବାରେ ସାହାଯ୍ୟ କରିବ। ଏହା ଅନୁସାରେ ଗମ୍ଭୀର ଭାବେ ଗୁରୁତର ରୋଗୀଙ୍କ ଚିକିତ୍ସାରେ ଷ୍ଟେରଏଡ୍ ବ୍ୟବହାର ହୋଇପାରିବ। ତେବେ ହାଲକା ଲକ୍ଷଣ ରୋଗୀଙ୍କ ପାଇଁ ଏହାକୁ ବ୍ୟବହାର କରାଯିବ ନାହିଁ।

ଏହା ଉପରେ ଆଲୋଚନା କରି ଡବ୍ଲୁଏଚ୍ଓ କହିଛି ଷ୍ଟେ୍ରଏଡ୍ ଔଷଧରେ ୧୭୦୦ ରୋଗୀଙ୍କ ଉପରେ ସାତଟି ଭିନ୍ନ ଭିନ୍ନ ସ୍ଥାନରେ ତିନି ପ୍ରକାର ଟ୍ରାଏଲ୍ କରାଯାଇଛି। ଷ୍ଟେ୍ରଏଡ୍ ଔଷଧ ବ୍ୟବହୃତ କରୋନା ରୋଗୀଙ୍କୁ ଆରାମ ମିଳିଛି। ଏହା ସହ ଏହା ଯୋଗୁଁ ମୃତ୍ୟୁ ସଂଖା ମଧ୍ୟ କମିଛି। ଏହା ନିହାତି ଭାବେ ଏକ ଆଶ୍ବସ୍ତିକର ଖବର ବୋଲି ହୁ କହିଛି।

WHO ଅନୁସାରେ ଡେକସାମେଥାସୋନ୍, ହାଇଡ୍ରୋକାଟିର୍ର୍ସସନ୍ ଓ ମିଥାଇଲପ୍ରେଡିସୋଲନ ପରି ଷ୍ଟେରଏଡ୍ ଦୁର୍ବଳ ରୋଗୀଙ୍କ ଶରୀରରେ ଶକ୍ତି ପ୍ରଦାନ କରୁଛି। ସାଧାରଣତଃ ଅଧିକାଂଶ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ଭାଇରସରେ ହୋଇ ନାହିଁ, ବରଂ ସଂକ୍ରମଣ ଯୋଗୁ ଶରୀର ଦୁର୍ବଳ ହୋଇ ରୋଗ ପ୍ରତିରୋଧକ କ୍ଷମତା କମିବାରୁ ହୋଇଛି। ତେବେ ଏବେ ସୁଦ୍ଧା ଗମ୍ଭୀର ରୋଗୀଙ୍କ ପାଇଁ ରେମଡିସିଭରର ବ୍ୟବହାର କରାଯାଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.