ଭ୍ୟାକସିନ୍ ତିଆରି ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଲେ, ‘ଭ୍ୟାକସିନ୍ ତିଆରି ପାଇଁ ଲାଗିଥାଏ ୮ ରୁ ୧୦ ବର୍ଷ, ଇବୋଲା ଭ୍ୟାକସିନ୍ ପାଇଁ ଲାଗିଥିଲା ୫ ବର୍ଷ’
27/06/2020 at 11:22 AM

ଜେନିଭା ୨୭/୦୬ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛନ୍ତି ଯେ କରୋନା ସଂକ୍ରମଣ ସହ ଜଡିତ ସମସ୍ତ ସୁବିଧା ସମସ୍ତଙ୍କ ପହଞ୍ଚରେ ରହିବା କଥା | କାରଣ ଏହି ଭୟାବହ ମହାମାରୀ ଶିକାର ସମସ୍ତେ ହୋଇପାରନ୍ତି | ସେଥିପାଇଁ ଭାଇରସରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ସଂସାଧନ ସମସ୍ତଙ୍କ ପହଞ୍ଚରେ ଥିବା ଦରକାର | କରୋନା ଭ୍ୟାକସିନ ସନ୍ଦର୍ଭରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛନ୍ତି ଯେ ବିଶ୍ୱ ସ୍ଥରରେ ଇବୋଲା ଭ୍ୟାକସିନ ତିଆରି ପାଇଁ ସବୁଠାରୁ କମ ସମୟ, ଅର୍ଥାତ ୫ ବର୍ଷ ସମୟ ଲାଗିଥିଲା | ଅନ୍ତରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥା କହିଛି ଯେ ସାଧାରଣତଃ ଭ୍ୟାକସିନ ତିଆରି ପାଇଁ ୮ ବର୍ଷରୁ ୧୦ ବର୍ଷ ସମୟ ଲାଗିଥାଏ | କିନ୍ତୁ ସେ ଏହି ସମୟସୀମାକୁ ଆହୁରି କମ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି | ଇବୋଲା ଭ୍ୟାକସିନ ତିଆରି ପାଇଁ ୫ ବର୍ଷ ଲାଗିଥିଲା | କିନ୍ତୁ କରୋନା ଭ୍ୟାକସିନ ବର୍ଷେ ରୁ ଦେଢ଼ ବର୍ଷ ମଧ୍ୟରେ ତିଆରି କରିବାକୁ ସଂସ୍ଥା ଲକ୍ଷ୍ୟ ରଖିଛି | ଯଦି ଏହା ସମ୍ଭବ ହୁଏ ତାହେଲେ ଅଦ୍ଭୁତ ହେବ ବୋଲି ସଂସ୍ଥା କହିଛି |
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୟାନରେ କହିଛି ଯେ, ‘ଏକ ଅଧ୍ୟୟନରୁ ଜଣାପଡିଛି ଯେ ବିଶ୍ୱ ଜନସଂଖ୍ୟାର ଏକ ଛୋଟ ସଂଖ୍ୟା କରୋନା ବିରୋଧୀ ପ୍ରତିରୋଧକ ହାସଲ କରିଛି | ତେବେ ସଂକ୍ରମଣ ଚେନ ବ୍ରେକ କରିବା ଏବଂ ଭାଇରସକୁ ବ୍ୟାପିବାରେ ରୋକିବା ପାଇଁ ଏକ ମାତ୍ର ତରିକା ହେଲା ଭ୍ୟାକସିନ |’
ସଂସ୍ଥା କହିଛି ଯେ ସମସ୍ତ ଲୋକଙ୍କ ଉପରେ କୋଭିଡ-୧୯ ବିପଦ ରହିଛି | ସେଥିପାଇଁ ସଂକ୍ରମଣ ରୋକିବା ପାଇଁ, ପତା କରିବା ପାଇଁ ଏବଂ ଚିକିତ୍ସା ସାଧନ ସମସ୍ତଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଆବଶ୍ୟକ | ଯେଉଁମାନେ ଚିକିତ୍ସା ପାଇଁ ଖର୍ଚ୍ଚ କରିପାରିବେ କେବଳ ସେମାନଙ୍କ ପାଖରେ ସଂସାଧନ ପହଞ୍ଚିବା ଉଚିତ ନୁହେଁ |
ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୟୁରୋପ କାର୍ଯ୍ୟାଳୟ ଗୁରୁବାର ଦିନ ଏକ ରିପୋର୍ଟ ଜାରି କରିଥିଲେ ଯେଉଁଥିରେ ୧୧ ଦେଶର ନାଁ ନିଆଯାଇଥିଲା | ଏହି ଦେଶମାନଙ୍କ ମଧ୍ୟରେ ସ୍ୱିଡ଼େନ, ଆର୍ମେନିଆ, ଅଲବାନିଆ, କଜାକିସ୍ତାନ ଓ ୟୁକ୍ରେନ ସାମିଲ ରହିଛି | ସ୍ୱିଡ଼େନରେ ସଂକ୍ରମଣ ମାମଲା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି | ତେବେ ସେଠାରେ ଯାଞ୍ଚ ମଧ୍ୟ ବୃଦ୍ଧି ପିଛି |
ଆମେରିକା ଜନ୍ସ ହପକିନ୍ସ ୟୁନିଭର୍ସିଟି ତାଲିକା ଅନୁଯାୟୀ, ଦୁନିଆରେ କରୋନାର ୯,୭୭୭,୮୮୯ ମାମଲା ରହିଛି ଯେଉଁଥିରୁ ୪ ଲକ୍ଷ ୯୩ ହଜାର ୬୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪,୯୨୪,୯୭୯ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି |