ଗତ ସପ୍ତାହରୁ ସାରା ବିଶ୍ୱରେ ହ୍ରାସ ପାଉଛି କରୋନା ଭାଇରସ ସଂକ୍ରମଣ, ବଦଳୁନି ୟୁରୋପର ପରିସ୍ଥିତି: WHO

Published By : Prameya-News7 Bureau | October 06, 2021 IST

ଜେନେଭା :  କରୋନା ଭାଇରସ ସଂକ୍ରମଣର ନୂଆ ମାମଲା ସଂଖ୍ୟା ହ୍ରାସ ହେବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। କେବଳ ୟୁରୋପକୁ ବାଦ ଦେଲେ ବିଶ୍ୱର ଅନ୍ୟ ଦେଶମାନଙ୍କରେ ନୂଆ ସଂକ୍ରମଣ ସଂଖ୍ୟା ଗତ ସପ୍ତାହରୁ ଖସିବାରେ ଲାଗିଲାଣି। ସାରା ବିଶ୍ୱରେ ଗତ ସପ୍ତାହରେ ମୋଟ ନୂଆ ଦୈନିକ ମାମଲା ସଂଖ୍ୟା ୩୧ ଲକ୍ଷରେ ରହୁଥିଲା। ହେଲେ ଏବେ ଏଥିରେ ୯ ପ୍ରତିଶତ ହ୍ରାସ ଦେଖାଦେଇଥିବା ଏଜେନ୍ସୀ କହିଛନ୍ତି।

{"id":523332,"sizeSlug":"full","linkDestination":"none"}

ହେଲେ ୟୁରୋପ ପରିସ୍ଥିତିରେ ଏବେବି କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଉ ନାହିଁ। ଏଠାରେ ଯଦିଓ ସଂକ୍ରମଣ ହାର ବୃଦ୍ଧି ହେଉନି ହେଲେ ହ୍ରାସ ବି ହେବାର ନାଁ ନେଉନି। ଆଫ୍ରିକାରେ ଦୈନିକ ସଂକ୍ରମଣ ପାଖାପାଖି ୪୩ ପ୍ରତିଶତ ହ୍ରାସ ଦେଖାଦେଇଥିବା ବେଳେ ପଶ୍ଚିମ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆରେ ସଂକ୍ରମଣ ପାଖାପାଖି ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେଲାଣି। ସେହିପରି ଆମେରିକା ଓ ପଶ୍ଚିମ ପ୍ରଶାନ୍ତ କ୍ଷେତ୍ରରେ ମଧ୍ୟ ସଂକ୍ରମଣ ପାଖାପାଖି ୧୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି ବୋଲି ଏଜେନ୍ସୀ ସୂଚିତ କରିଛନ୍ତି।

{"id":523334,"width":843,"height":474,"sizeSlug":"full","linkDestination":"none"}

ସେହିପରି ମହାମାରୀ ମୃତ୍ୟୁ ସଂଖ୍ୟା ହ୍ରାସରେ ଆଫ୍ରିକା ଆଗରେ ରହିଛି। ଠାରେ ମୃତ୍ୟୁ ହାର ଏକ ଚତୁର୍ଥାଂଶ କମିଲାଣି। ତେବେ ଅଗଷ୍ଟ ଆରମ୍ଭରୁ ବିଶ୍ୱରେ ମହାମାରୀ ଥମିବା ଆରମ୍ଭ କରିଥିଲା। ଯାହାର ପ୍ରଭାବ ଏବେ ଜଣାପଡୁଛି ବୋଲି ଏଜେନ୍ସୀ କହିଛନ୍ତି। କରୋନା ଭାଇରସ ମହାମାରୀର ତୀବ୍ର ସଂକ୍ରମଣ ଯେହା ଏପର୍ଯ୍ୟନ୍ତ ବିଶ୍ୱକୁ କବଳିତ କରି ରଖିଛି ଏଥିରେ ଏଯାଏଁ ମୋଟ ୫୪ ହଜାର ମୃତ୍ୟୁ ହୋଇଥିବା ଏଜେନ୍ସୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.