କରୋନା ସଂକ୍ରମିତ ମହିଳା କରାଇପାରିବେ ସ୍ତନ୍ୟପାନ, ସଂକ୍ରମଣର ଆଶଙ୍କା ନାହିଁ : WHO

Published By : Prameya-News7 Bureau | June 13, 2020 IST

ନ୍ୟୁୟର୍କ ୧୩।୬: ସ୍ତନ୍ୟପାନ କରାଇବା ଦ୍ବାରା କରୋନା ସଂକ୍ରମଣର ବିପଦ ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) କହିଛି । ଏଥିପାଇଁ କୋଭିଡ୍-୧୯ ସଂକ୍ରମିତ ମହିଳାମାନେ ନିଜ ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିବେ । WHOର ମହାନିର୍ଦ୍ଦେଶକ କହିଛନ୍ତି ଯେ, କୋଭିଡ୍-୧୯ ଦ୍ବାରା ସଂକ୍ରମିତ କିମ୍ବା ସଂକ୍ରମଣର ସନ୍ଦେହ ହେବା ପରେ ମଧ୍ୟ ଶିଶୁମାନଙ୍କୁ ସ୍ତନ୍ୟପାନ କରାଇପାରିବେ । ଏଥିପାଇଁ ମା’ମାନଙ୍କୁ ପ୍ରୋତ୍ସାହିତ କରାଯିବା ଉଚିତ୍ ବୋଲି ସେ କହିଛନ୍ତି । ଯେପର୍ଯ୍ୟନ୍ତ ମା’ ଅତ୍ୟଧିକ ଅସୁସ୍ଥ ହୋଇନାହାନ୍ତି ଶିଶୁମାନଙ୍କୁ ସେମାନଙ୍କ ନିକଟରୁ ଅଲଗା କରାଯିବା ଉଚିତ୍ ନୁହେଁ । ସଂଗଠନରେ ମାତୃ, ଶିଶୁ ଏବଂ କିଶୋର ବିଭାଗ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ସ୍ତନ୍ୟପାନ କରାଇବା ଦ୍ବାରା କରୋନା ସଂକ୍ରମଣ ହେବାର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ ।

{"id":285493,"sizeSlug":"large"}

ସେ କହିଛନ୍ତି ଯେ, ଆମକୁ ଏପର୍ଯ୍ୟନ୍ତ ମା’ କ୍ଷୀରରେ ସକ୍ରିୟ ଭାଇରସ୍ ମିଳିନାହିଁ । ମା’ କ୍ଷୀରରେ କୋଭିଡ୍-୧୯ର ଆରଏନଏର ଅଂଶ ମିଳିଛି । ମାତ୍ର ସକ୍ରିୟ ଭାଇରସ୍ ମିଳିନାହିଁ । ଏଥିପାଇଁ ମା’ଠାରୁ ଶିଶୁକୁ କରୋନା ସଂକ୍ରମଣ ହେବାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ ।

{"id":285494,"sizeSlug":"large"}

WHOର ମହାନିର୍ଦ୍ଦେଶକ କହିଛନ୍ତି ଯେ, ସ୍ତନ୍ୟପାନ ସମୟରେ ମା’ଠାରୁ ଶିଶୁକୁ କରୋନ ସଂକ୍ରମଣ ହେବାର ପ୍ରସଙ୍ଗକୁ ସାବଧାନପୂର୍ବକ WHO ଅଧ୍ୟୟନ କରିଛି । ଆମେ ଜାଣିଛୁ ଯେ, ଶିଶୁମାନଙ୍କଠାରେ କରୋନାର ବିପଦ କମ୍ ହୋଇଥାଏ । ଯେଉଁଠିକି ଏପରି ଅନ୍ୟ ରୋଗର ବିପଦ ଅଧିକ ହୋଇଥାଏ । ଯାହାକୁ ସ୍ତନ୍ୟପାନ ମାଧ୍ୟମରେ ରୋକାଯାଇପାରିବ ।

{"id":285495,"sizeSlug":"large"}

ପ୍ରମାଣ ଆଧାରରେ WHOର ପରାମର୍ଶ ଯେ, ସ୍ତନ୍ୟପାନ ମାଧ୍ୟମରେ କରୋନା ସଂକ୍ରମଣ ହେବାର ବିପଦ ତୁଳନାରେ ଏହାଦ୍ବାରା ଅଧିକ ଲାଭ ହୋଇଥାଏ । କୋଭିଡ୍ ସଂକ୍ରମିତ ମା’ ଦ୍ବାରା ସ୍ତନ୍ୟପାନ ବିଷୟରେ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛି WHO । ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ସ୍ତନ୍ୟପାନ ପୂର୍ବରୁ ମା’ ମାସ୍କ ପିନ୍ଧିବା ଆବଶ୍ୟକ । ଶିଶୁକୁ ଛୁଇଁବା ପୂର୍ବରୁ ଏବଂ ପରେ ନିଜ ହାତକୁ ପରିଷ୍କାର ଭାବେ ଧୋଇବା ଉଚିତ୍ । ଏହାସହ ଆଖପାଖର ଚଟାଣକୁ ସଫା ଏବଂ ସଂକ୍ରମଣମୁକ୍ତ ରଖିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.