ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିବା କୌଣସି କରୋନା ଟୀକା ୫୦ ପ୍ରତିଶତ ପ୍ରଭାବୀ ନୁହେଁ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Published By : Prameya-News7 Bureau | September 07, 2020 IST

ନୂଆଦିଲ୍ଲୀ ୦୭/୦୯: କରୋନା ଟିକା ବିକାଶ ଦିଗରେ ବୈଜ୍ଞାନିକମାନେ କାମ ଚଳାଇଛନ୍ତି। ରୁଷ କରୋନାର ପ୍ରଥମ ଟିକା ତିଆରି କରିବା ଦାବି କରିଛି। ଇତିମଧ୍ୟରେ କରୋନା ଟିକାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକ ବଡ଼ ଚେତାବନୀ ଦେଇଛି। ସଂଗଠନର କହିବା କଥା ଆମର ମାନଦଣ୍ଡ ଅନୁସାରେ କ୍ଲିନକାଲ ପରୀକ୍ଷଣର ଅାଡଭାନ୍ସ ଷ୍ଟେଜରେ ପହଞ୍ଚିଥିବା କୌଣସି ବି ଟିକା କରୋନା ଭାଇରସ ବିରୋଧରେ ୫୦ ପ୍ରତିଶତ ପ୍ରଭାବୀ ନୁହନ୍ତି।

କିଛି ଦେଶ କରୋନାକୁ ନେଇ ଶେଷ ବା ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ପହଞ୍ଚିଲେଣି। ରୁଷର ସ୍ପୁଟନିକ ଭି ମଧ୍ୟ କରୋନା ବିରୋଧରେ ପ୍ରଭାବୀ ବୋଲି ଏମିତି ରୁଷ ମାନୁଛି। ମାତ୍ର ଡବ୍ଲୁଏଚଓ ତରଫରୁ ଆସିଥିବା ଏହି ବୟାନ କରୋନା ଟିକାକୁ ନେଇ ଅଧିକ ଚିନ୍ତା ବଢ଼ାଇଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି ୨୦୨୧ ସୁଦ୍ଧା ଲୋକଙ୍କୁ କରୋନା ଟିକା ମିଳିବାର କୌଣସି ଆଶା ନାହିଁ। ଡବ୍ଳୁଏଚଓ ପ୍ରବକ୍ତା ମାର୍ଗରେଟ୍ ହେରିସଙ୍କ ମତରେ ବିଶ୍ବରେ କିଛି ଦେଶ କରୋନା ଭାକସିନର କ୍ଲିନିକାଲ ପରୀକ୍ଷଣରେ ରହିଛି। ମାତ୍ର ଏଥିରେ ଏମିତି ଗୋଟିଏ ହେଲେ ଭାକସିନ୍ ନାହିଁ ଯାହାକୁ ପ୍ରଭାବି କହି ହେବ।

ଏପରିକି ହେରିସ୍ କହିଛନ୍ତି ୨୦୨୧ ମଧ୍ୟସୁଦ୍ଧା ବ୍ୟାପକ ଟିକାକରଣର କୌଣସି ଆଶା ନାହିଁ। କୌଣସି ଭାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ଅଧିକ ସମୟ ଲାଗୁଛି। କାରଣ ସଂଗଠନ ଦେଖିବାକୁ ଚାହୁଛି କୌଣସି ଭାକସିନ କରୋନା ଭାଇରସ ବିରୋଧରେ କେତେ ପ୍ରଭାବୀ ହେବ ଓ ଭାକସିନ୍ ଯେପରି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ନ କରିବ।

ଜର୍ଜିଆ ବିଶ୍ବବିଦ୍ୟାଳୟରେ ଭାକସିନ୍ ଓ ଇମ୍ୟୁନୋଲଜି କେନ୍ଦ୍ରର ନିର୍ଦେଶକ ଡେଟ୍ ରସଙ୍କ ବିଶ୍ବାସ କରୋନାର ସର୍ବପ୍ରଥମ ଟିକା ସେତେଟା ପ୍ରଭାବୀ ହେବ ନାହିଁ। ସେ ମଧ୍ୟ ଗୋଟିଏ କରୋନା ଟିକା ଉପରେ କାମ ଜାରି ରଖିଛନ୍ତି ଯାହା ୨୦୨୧ରେ କ୍ଲିନିକାଲ ଟ୍ରାଏଲ ଷ୍ଟେଜ୍‌କୁ ଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.