କରୋନା ଭଳି ବ୍ୟୁବୋନିକ୍ ପ୍ଲେଗ୍‌କୁ ନେଇ ମଧ୍ୟ ଅବହେଳା କରୁଛି WHO ! କହିଲେ, ସଂକ୍ରମଣକୁ ନେଇ ଚୀନ୍ ସତର୍କ ଅଛି

Published By : Prameya-News7 Bureau | July 08, 2020 IST

ବେଜିଙ୍ଗ ୦୮/୦୭ : ଚୀନ ମଙ୍ଗୋଲୀୟରେ ବ୍ୟୁବୋନିକ୍ ପ୍ଲେଗ୍ ମାମଲା ସାମ୍ନାକୁ ଆସିବା ପରେ ଦୁନିଆରେ ଏକ ନୂଆ ମହାମାରୀ ଆଶଙ୍କା ଜନ୍ମ ନେଇଛି | ପ୍ଲେଗ୍ ମୂଷାମାନଙ୍କ ଠାରୁ ସଂକ୍ରମଣ ହୋଇଥାଏ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ସେ ବ୍ୟୁବୋନିକ୍ ପ୍ଲେଗ୍ ମାମଲା ଉପରେ ସତର୍କତାର ସହ ନଜର ରଖିଛି | WHO କହିଛି ବର୍ତ୍ତମାନ ସ୍ଥିତି ଅଧିକ ଭୟାବହ ନୁହେଁ କାରଣ ଚୀନ ମାମଲାକୁ ଭଲ ଭାବେ ସମ୍ଭାଳି ନେଇଛି |

{"id":297607,"width":576,"height":457,"sizeSlug":"large"}

WHO ପ୍ରବକ୍ତା ମାର୍ଗେଟ୍ ହେରିସ୍ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଚୀନ ଓ ମଙ୍ଗୋଲୀୟ ପ୍ରଶାସନ ସହିତ ମିଶି ସଂଗଠନ ଲଗାତାର ତା' ଉପରେ ନଜର ରଖିଛି | ତେବେ ପ୍ଲେଗକୁ ନେଇ ଅଧିକ ବିପଦ ଥିବା ଭଳି ଜଣାପଡ଼ୁନାହିଁ ବୋଲି ସେ କହିଛନ୍ତି | କିନ୍ତୁ ସାବଧାନତାକୁ ଦୃଷ୍ଟିରେ ମନିଟରିଂ କରାଯାଉଛି | ସେଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି | ବ୍ୟୁବୋନିକ ପ୍ଲେଗ ଲିମ୍ଫନୋଡ୍ସରେ ସୁଜନ ସୃଷ୍ଟି କରିଥାଏ | ପ୍ରାଥମିକ ସ୍ଥରରେ ରୋଗୀକୁ ଚିହ୍ନିବା କଷ୍ଟକର ହୋଇଥାଏ କାରଣ ଏହାର ଲକ୍ଷଣ ୩ ରୁ ୭ ଦିନ ପରେ ଦେଖା ଦେଇଥାଏ | ଏହାର ଲକ୍ଷଣ ମଧ୍ୟ ଅନ୍ୟ ସଂକ୍ରମଣ ଭଳି ହୋଇଥାଏ | ୨୦୧୯ ନଭେମ୍ବରରେ ବ୍ୟୁବୋନିକ୍ ପ୍ଲେଗର ୪ଟି ମାମଲା ସାମ୍ନାକୁ ଆସିଥିଲା ଯେଉଁଥିରେ ପ୍ଲେଗର ଦୁଇଟି ଭୟଙ୍କର ଷ୍ଟ୍ରେନ୍ ମିଳିଥିଲା | ଏହାକୁ ନ୍ୟୁମୋନିକ୍ ପ୍ଲେଗ୍ ନାଁ ଦିଆଯାଇଥିଲା | ମଙ୍ଗୋଲୀୟ ସ୍ୱାୟତ୍ତ ଅଞ୍ଚଳର ଗୋଟିଏ ସହରରେ ବ୍ୟୁବୋନିକ୍ ପ୍ଲେଗ୍ ମାମଲା ସାମ୍ନାକୁ ଆସିବା ପରେ ସଂକ୍ରମଣ ନେଇ ଚିନ୍ତା ବଢିଯାଇଥିଲା | ବାୟାନୁର୍ ସହରରେ ଚିହ୍ନଟ ହୋଇଥିବା ଜଣେ ରୋଗୀଙ୍କୁ ବର୍ତ୍ତମାନ କ୍ଵାରେଣ୍ଟାଇନରେ ରଖାଯାଇଛି | ମଙ୍ଗୋଲୀୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ଅଧିକାରୀ ବିବିସିକୁ କହିଛନ୍ତି ଯେ ବାୟାନୁରରେ ମେରମୋଟର କଞ୍ଚା ମାଂସ କିଡନୀ ପାଇଁ ଲାଭଦାୟକ ବୋଲି ବିଶ୍ୱାସ ରହିଛି | ମେରମୋଟ୍ ପ୍ଲେଗ୍ ବ୍ୟାକ୍ଟେରିଆର ବାହକ | ଏହାର ଶିକାର ମଧ୍ୟ ଆଇନ ବିରୋଧୀ |

{"id":297606,"sizeSlug":"large"}

WHO ଅନୁଯାୟୀ, ଏହା ଏକ ସଂକ୍ରମଣ ରୋଗ ଯାହା ୟେରସିନିୟା ପେସ୍ଟିସ୍ ନାମକ ବ୍ୟାକ୍ଟେରିଆରୁ ବ୍ୟାପିଥାଏ | ଏହି ବ୍ୟାକ୍ଟେରିଆ ମୂଷା ଶରୀରରେ ପରଜୀବୀ ପିସ୍ସୁରେ ଥାଏ | ଏହା ଏକ ଭୟଙ୍କର ରୋଗ | ସାଧାରଣତଃ ପ୍ଲେଗ ଦୁଇ ପ୍ରକାରର ହୋଇଥାଏ-ନ୍ୟୁମୋନିକ୍ ଓ ବ୍ୟୁବୋନିକ୍ | ପ୍ରାରମ୍ଭିକ ସଂକ୍ରମଣକୁ ବ୍ୟୁବୋନିକ ପ୍ଲେଗ କହାଯାଏ | କିନ୍ତୁ ବ୍ୟାକ୍ଟେରିଆ ଫୁସଫୁସ ଯାଏଁ ପହଞ୍ଚିବା ପରେ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇପଡେ | ଏହାକୁ ନ୍ୟୁମୋନିକ୍ ପ୍ଲେଗ୍ କୁହାଯାଏ | ମୂଷା ଶରୀରରେ ଥିବା ଜୀବାଣୁ ଯୋଗୁଁ ପ୍ଲେଗ୍ ଭଳି ରୋଗ ହୋଇଥାଏ | ପ୍ଲେଗ ରୋଗୀଙ୍କ ନିଶ୍ୱାସ ଓ ଛେପ ସମ୍ପର୍କରେ ଆସିଥିବା ଲୋକେ ସଂକ୍ରମଣର ଶିକାର ହୋଇଥାନ୍ତି |

{"id":297608,"sizeSlug":"large"}

ପ୍ଲେଗ୍ ଲକ୍ଷଣ ମଧ୍ୟ କରୋନା ଲକ୍ଷଣ ଭଳି | ପ୍ଲେଗ ସଂକ୍ରମଣରେ ମଧ୍ୟ ଜ୍ୱର, ଥଣ୍ଡା, ଶରୀର ପୀଡା, ଦୁର୍ବଳ ଅନୁଭୂତ ହେବା, ବାନ୍ତି ଲାଗିବ ଭଳି ଲକ୍ଷଣ ଦେଖାଦେଇଥାଏ | ବ୍ୟୁବୋନିକ ପ୍ଲେଗରେ ଲିମ୍ଫ ଗ୍ରନ୍ଥିରେ ସୁଜନ ହେବା ଯୋଗୁଁ ଜ୍ୱର ହୋଇଥାଏ କିନ୍ତୁ ନ୍ୟୁମୋନିକ ପ୍ଲେଗରେ ସଂକ୍ରମଣ ଯୋଗୁଁ ନିଶ୍ୱାସ ନେବାରେ ଅସୁବିଧା ହେବା ସହ କାଶ ହୋଇଥାଏ | ବ୍ୟୁବୋନିକ ପ୍ଲେଗରେ ୩୦ ରୁ ୬୦ ପ୍ରତିଶତ ଯାଏଁ ବିପଦ ରହିଥାଏ | କିନ୍ତୁ ନ୍ୟୁମୋନିକ ପ୍ଲେଗରେ ଚିକିତ୍ସା ଅବହେଳାରେ ମୃତ୍ୟୁ ହେବାର ଅଧିକ ସମ୍ଭାବନା ଥାଏ | ସଂକ୍ରମିତଙ୍କ ମୃତ୍ୟୁ ପରେ ମୃତଦେହ ସମ୍ପର୍କରେ ଆସିଲେ ସଂକ୍ରମଣ ଆଶଙ୍କା ଥାଏ | ଷ୍ଟ୍ରେପ୍ଟୋମାଇସିନ୍ ଏବଂ ଟେଟ୍ରାସାଇକ୍ଲିନ୍ ଔଷଧରେ ପ୍ଲେଗର ଚିକିତ୍ସା କରାଯାଇପାରେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.