Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବେକାବୁ କରୋନା, ପ୍ରତି ୧୬ ସେକେଣ୍ଡରେ ଜନ୍ମ ନେବ ଜଣେ ମୃତ ଶିଶୁ: ଚେତାଇ ଦେଲା WHO

8/10/2020 at 3:31 PM

ଲଣ୍ଡନ ୦୮/୧୦:  କରୋନା ଭାଇରସ୍‌ ସାରା ବିଶ୍ବରେ କାୟା ବିସ୍ତାର କରିଥିବା ବେଳେ ଦିନକୁ ଦିନ ଘାତକ ରୂପ ନେଉଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସମସ୍ତଙ୍କ ମନ​‌ରେ କରୋନା ଭୟ ବସା ବାନ୍ଧିଥିବା ବେଳେ ଏହି ଭୂତାଣୁକୁ ନେଇ ନୂଆ ନୂଆ ତଥ୍ୟ ଆଶଙ୍କା ବଢ଼ାଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO), ୟୁନିସେଫ୍‌ ସମେତ ଅନ୍ୟ ସହଯୋଗୀ ସଂସ୍ଥା କରୋନା ଭାଇରସ୍‌କୁ ନେଇ ଦେଇଥିବା ନୂଆ ତଥ୍ୟ ଚିନ୍ତା ବଢ଼ାଇଛି ।

 ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜାରି କରିଥିବା ଏକ ରିପୋର୍ଟ ଅନୁସାରେ ପୂର୍ବ ଅପେକ୍ଷା ଗର୍ଭବତୀ ମହିଳାମାନଙ୍କ ପାଇଁ କରୋନା ଭାଇରସ୍‌ ଅଧିକ ଘାତକ ସାବ୍ୟସ୍ଥ ହେବାକୁ ଯାଉଛି । ରିପୋର୍ଟ ଅନୁସାରେ ଯଦି କରୋନା ଭାଇରସ୍‌ର ପ୍ରକୋପ ବୃଦ୍ଧି ପାଏ ତେବେ ପ୍ରତି ୧୬ ସେକେଣ୍ଡରେ ଜଣେ ମୃତ ଶିଶୁ ଜନ୍ମ ନେବ । ପ୍ରତିବର୍ଷ ୨୦ ଲକ୍ଷରୁ ଅଧିକ ‘ଷ୍ଟିଲ୍‌ବାର୍ଥ’ ମାମଲା ସାମ୍ନାକୁ ଆସିବ । ବିଶେଷ କରି ବିକାଶଶୀଳ ଦେଶରେ ଏଭଳି ମାମଲା ଅଧିକ ଆସିବ ବୋଲି ରିପୋର୍ଟରୁ ଜଣାପଡ଼ିଛି ।

ଗୁରୁବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜାରି କରିଥିବା ରିପୋର୍ଟ ଅନୁସାରେ କରୋନା ଭାଇରସ୍‌ ଯୋଗୁଁ ପ୍ରତିବର୍ଷ ୨୦ ଲକ୍ଷ ମୃତ ଶିଶୁ ଜନ୍ମ ନେବେ । କିନ୍ତୁ ଏହି ମାମଲା ବିକାଶଶୀଳ ରାଷ୍ଟ୍ରରେ ଅଧିକ ପରିଲକ୍ଷିତ ହେବ । ଗର୍ଭଧାରଣର ୨୮ ସପ୍ତାହ ପରେ ଅର୍ଥାତ ଜନ୍ମ ସମୟରେ ଶିଶୁର ମୃତ୍ୟୁକୁ ହିଁ ‘ଷ୍ଟିଲ୍‌ବାର୍ଥ’ ବୋଲି କୁହାଯାଏ। ଅନ୍ୟପଟେ  ପ୍ରତି ସେକଣ୍ଡରେ ମୃତ ଶିଶୁ ଜନ୍ମ ନେବାର ଖବର ଚିନ୍ତାର କାରଣ ପାଲଟିବାକୁ ଯାଉଛି। ଅଭିଜ୍ଞତା ସମ୍ପନ୍ନ ଡାକ୍ତର, ଗର୍ଭଧାରଣ ପୂର୍ବବର୍ତ୍ତୀ ଚିକିତ୍ସା ଓ ଉତ୍ତମ ଯତ୍ନ ଦ୍ବାରା ଏଭଳି ବିପଦକୁ ଏଡ଼ାଇ ହେବ ବୋଲି କହିଛନ୍ତି ୟୁନିସେଫ୍‌ର କାର୍ଯ୍ୟକାରୀ ନିର୍ଦେଶକ ହ୍ୟାନାରେଟା ଫୋର୍‌।   

   Related Posts