ବିବାହର ୧୨ ବର୍ଷ ପର୍ଯ୍ୟନ୍ତ ମାଆ ହୋଇପାରିନଥିଲେ ମନ୍ଦିରା ବେଦୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | September 20, 2019 IST

ମୁମ୍ବାଇ୨୦|୯: ବଲିଉଡ୍‌ର ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ଲୁକ୍‌ ଲାଗି ସେ ସବୁବେଳେ ଚର୍ଚ୍ଚା ରହିଥାନ୍ତି। ଟେଲିଭିଜନ ଧାରାବାହିକ ମାଧ୍ୟମରେ ମନ୍ଦିରା ବେଶ ଲୋକପ୍ରିୟ ହୋଇପାରିଛନ୍ତି। ପ୍ରଥମ ଧାରାବାହିକ ଶାନ୍ତିଠାରୁ ଆରମ୍ଭକରି ଶାସ୍‌ କଭି ବୋହୂ ଥିରେ ସେ ଦମଦାର ଅଭିନୟ କରିଥିଲେ। ୧୯୯୫ ମସିହାରେ ଦିଲଓ୍ବାଲେ ଦୁଲହନିୟା ଲେ ଜାଏଙ୍ଗେ ଫିଲ୍ମରେ ମନ୍ଦିରା ଅଭିନୟ  କରିଥିଲେ। ବିବାହର ଦୀର୍ଘ ୧୨ ବର୍ଷ ପର୍ଯ୍ୟନ୍ତ ମନ୍ଦିରା ଗର୍ଭ ଧାରଣ କରିବାରୁ ବଞ୍ଚିତ ହୋଇଥିଲେ। ଏହି ସଂପର୍କରେ ମନ୍ଦିରା କଣ କହୁଛନ୍ତି। ଆସନ୍ତୁ ଜାଣିବା…

wp:core-embed/instagram {"url":"https://www.instagram.com/p/B2axwPVgmUR/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B2axwPVgmUR/?utm_source=ig_web_copy_link
/wp:core-embed/instagram

ଏକ ସାକ୍ଷାତାକାରରେ ମନ୍ଦିରା ନିଜର କ୍ୟାରିୟର ଓ ବ୍ୟକ୍ତିଗତ ଜୀବନ ସଂପର୍କରେ କହିଛନ୍ତି। ସେ  କହିଛନ୍ତି, ତାଙ୍କ କ୍ୟାରିୟର ଲାଗି ସେ ୧୨ ବର୍ଷ ପର୍ଯ୍ୟନ୍ତ ମାଆ ହୋଇପାରି ନଥିଲେ। ମନୋରଞ୍ଜନ ଦୁନିଆରେ ୨୦ ବର୍ଷର କ୍ୟାରିଅରରେ ମନ୍ଦିରା ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ମନୋରଞ୍ଜନ ଦୁନିଆରେ ମହିଳାଙ୍କ ପାଇଁ ଲମ୍ବା ସମୟ ନଥାଏ। ଯେକୌଣସି ମୂହୂର୍ତ୍ତରେ ବି କାମ ବନ୍ଦ ହୋଇଯାଇ ପାରେ। ୧୯୯୯ ମସିହାରେ ନିର୍ଦେଶକ ରାଜ କୌଶଲଙ୍କୁ ମନ୍ଦିରା ବେଦୀ ବିବାହ କରିଥିଲେ। ଦୀର୍ଘ ୧୨ ବର୍ଷ ପରେ ମନ୍ଦିରା ମାଆ ହୋଇଥିଲେ। ୩୯ ବର୍ଷ ବୟସରେ ମନ୍ଦିରା ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିଲେ। ମନ୍ଦିରା ତାଙ୍କ କ୍ୟାରିୟରକୁ ଆଖି ଆଗରେ ରଖି ମାଆ ହେବାରୁ ବଞ୍ଚିତ ଥିଲେ ବୋଲି ସେ କହିଛନ୍ତି। କମ୍ ବୟସରେ ସେ ମାଆ ହୋଇଥିଲେ ତାଙ୍କ କ୍ୟାରିୟର ଖରାପ ହୋଇଥାନ୍ତା ବୋଲି ମନ୍ଦିରା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.