ଖାଦ୍ୟପେୟକୁ ନେଇ ନୂତନ ଗାଇଡଲାଇନ୍ ଜାରି କଲା WHO

Published By : Prameya-News7 Bureau | May 12, 2020 IST

ନୂଆଦିଲ୍ଲୀ ୧୨/୫: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) କରୋନା ଭାଇରସକୁ ନେଇ ସମୟ ସମୟରେ ନୂଆ ଗାଇଡଲାଇନ୍ କିମ୍ବା ଆଡଭାଇଜରି ଜାରି କରିଛି। ନିକଟରେ WHO ଫୁଡ ସେଫ୍ଟିକୁ ନେଇ କିଛି ଟିପ୍ସ ଜାରି କରିଛି। ଏହି ଫୁଡ ସେଫ୍ଟି ସହ WHO ଏହା ମଧ୍ୟ କହିଛି ଯେ ଏପରି କରିବା କାହିଁକି ଜରୁରୀ।

୧.ଖାଦ୍ୟ ରୋଷେଇ କରିବା ପୂର୍ବରୁ ଜିନିଷକୁ ଛୁଇଁବା ପୂର୍ବରୁ ହାତକୁ ଭଲ ଭାବେ ଧୋଇ ନିଅନ୍ତୁ। ଟୟେଲେଟ୍ ଯିବା ପରେ ମଧ୍ୟ ହାତକୁ ସାବୁନରେ ଭଲ ଭାବେ ଧୁଅନ୍ତୁ। ଯେଉଁଠି ଖାଇବା ପ୍ରସ୍ତୁତ କରୁଛନ୍ତି ସେହି ଜାଗାକୁ ମଧ୍ୟ ଭଲଭାବେ ଧୁଅନ୍ତୁ କିମ୍ବା ସାନିଟାଇଜ କରନ୍ତୁ।

୨.କଞ୍ଚା ମାଂସ,ଚିକେନ୍ ଆଦିକୁ ଅନ୍ୟ ଖାଇବା ଜିନିଷଠୁ ଦୂରେଇ ରଖନ୍ତୁ। କଞ୍ଚା ଖାଦ୍ୟରେ ବ୍ୟବହୃତ ହେଉଥିବା କଟିଂ ବୋର୍ଡ଼ସ୍ ଏବଂ ଛୁରୀକୁ ଅନ୍ୟ ଖାଇବା ଜିନିଷଠୁ ଦୂରେଇ ରଖନ୍ତୁ। ସବୁ ଜିନିଷକୁ ଘୋଡ଼ାଇ ରଖନ୍ତୁ।

୩. ଯଦି ଆପଣ ନନଭେଜ୍ ରୋଷେଇ କରୁଛନ୍ତି ତେବେ ଏହାକୁ ୭୦ଡିଗ୍ରୀ ସେଲସିୟସରେ ଧୀରେ ଧୀରେ ଫୁଟାଇ ଖାଆନ୍ତୁ। ଖାଇବା ପୂର୍ବରୁ ଭଲ ଭାବେ ଏହାକୁ ଗରମ କରି ନିଅନ୍ତୁ।

୪. ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଏବଂ ପିଇବା ପାଇଁ ସବୁବେଳେ ସଫା ପାଣି ବ୍ୟବହାର କରନ୍ତୁ। ଯଦି ସମ୍ଭବ ତେବେ ପାଣି ଫୁଟାଇ ପିଅନ୍ତୁ। ପରିବା ଏବଂ ଫଳକୁ ଭଲ ଭାବେ ଧୋଇ ଖାଆନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.