ଏହି ଦୁଇଟି ଔଷଧ ପରୀକ୍ଷଣ ଉପରେ ରୋକ୍ ଲଗାଇଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ: ମୃତ୍ୟୁ ହାର କମ୍ କରିବାରେ ବିଫଳ

Published By : Prameya-News7 Bureau | July 05, 2020 IST

ନୂଆଦିଲ୍ଲୀ ୦୫/୦୭ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ଲୋରୋକ୍ୱିନ ଓ ଏଚଆଇଭି ଔଷଧ ଲୋପିନଭିର ପରୀକ୍ଷଣ ଉପରେ ରୋକ ଲଗାଇଛନ୍ତି | ଏବେ ସୁଦ୍ଧା ଏହି ଦୁଇଟି ଔଷଧ କରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ଦିଆଯାଉଥିଲା | କିନ୍ତୁ ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଔଷଧ ଉପରେ ରୋକ ଲଗାଇଛନ୍ତି | ସଂଗଠନ କହିବାନୁଯାୟୀ, ଏବେ ସୁଦ୍ଧା ଏହି ଦୁଇଟି ଔଷଧ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହାର କମ କରିବାରେ ସଫଳ ହୋଇନାହିଁ |

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ରୋଗୀଙ୍କ ସୁସ୍ଥ ହେବ ମାନକକୁ ଦୃଷ୍ଟିରେ ରଖି ହାଇଡ୍ରୋକ୍ଲୋରୋକ୍ୱିନ ଓ ଲୋପିନଭିର ଔଷଧର ଅନ୍ତରୀଣ ପରୀକ୍ଷଣର ପରିଣାମରୁ ଜଣାପଡିଛି ଯେ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହାର ହ୍ରାସ ପାଇନାହିଁ | ଏହି ପରିଣାମ ଆଧାରରେ ୟୁନାଇଟେଡ଼ ଏଜେନ୍ସି କହିଛି ଯେ ପରୀକ୍ଷଣର ଅନ୍ତରାଷ୍ଟ୍ରୀୟ ସଂଚାଳନ ସମିତି ସୁପାରିଶ ଉପରେ ଏହି ନିଷ୍ପତ୍ତି ନିଆଯାଇଛି | ଏଜେନ୍ସି ସ୍ପଷ୍ଟ କରିଛି ଯେ ଏହି ନିଷ୍ପତ୍ତି ଅନ୍ୟ ଗବେଷଣାକୁ ପ୍ରଭାବିତ କରିବନାହିଁ |

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛିଯେ ସାରା ଦୁନିଆରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୧୨ ହଜାର ନୂଆ ମାମଲା ସାମ୍ନାକୁ ଆସିଛି | ଏହା ଏବେ ସୁଦ୍ଧା ସର୍ବାଧିକ ମାମଲା | ୨୪ ଘଣ୍ଟାରେ ୨ ଲକ୍ଷ ୧୨ ହଜାର ୩୨୬ ରେକର୍ଡ ସଂଖ୍ୟକ ନୂଆ ମାମଲା ସାମ୍ନାକୁ ଆସିଛି | କରୋନାର ସବୁଠାରୁ ଅଧିକ ମାମଲା ଆମେରିକା, ବ୍ରାଜିଲ ଓ ଭାରତରୁ ରହିଛି |

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଏହା ପୂର୍ବରୁ ଦୁନିଆରେ ସର୍ବାଧିକ କରୋନା ସଂକ୍ରମଣ ମାମଲା ଜୁନ ୨୮ ତାରିଖରେ ରେଜିଷ୍ଟର ହୋଇଥିଲା | ଜୁନ ୨୮ ତାରିଖରେ ୧ ଲକ୍ଷ ୮୯ ହଜାର ୭୭ ନୂଆ ମାମଲା ସାମ୍ନାକୁ ଆସିଥିଲା | କେବଳ ଆମେରିକାରୁ ଗୋଟିଏ ଦିନରେ ୫୩ ହଜାର ୨୧୩ ନୂଆ ମାମଲା ସାମ୍ନାକୁ ଆସିଛି | ଦୁନିଆରେ ଏବେ ସୁଦ୍ଧା କରୋନା ଭାଇରସରେ ୧ କୋଟି ୧୨ ଲକ୍ଷ ୮୩ ହଜାର ୫୦୧ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି | ସେଥିରୁ ୬୩ ଲକ୍ଷ ୯ ହଜାର ୩୭ ରୋଗୀ ସୁସ୍ଥ ହୋଇଥିବାବେଳେ ୫ ଲକ୍ଷ ୩୦ ହଜାର ୯୧୮ ଜଣ ପ୍ରାଣ ହରାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.