Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଭାରତରେ ଲକ୍‌ଡାଉନ୍‌ ମେ ୩ ପର୍ଯ୍ୟନ୍ତ ବୃଦ୍ଧି ସଠିକ୍ ନିଷ୍ପତ୍ତି, ପ୍ରଧାନମନ୍ତ୍ରୀଙ୍କୁ WHOର ପ୍ରଶଂସା

14/04/2020 at 7:33 PM

ନୂଆଦିଲ୍ଲୀ ୧୪।୦୪: ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO) ମଙ୍ଗଳବାର ଭାରତରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛି। ଏହା ସହିତ ଏହି ବିଶ୍ଵ ସଂଗଠନ କହିଛି ଯେ, ଏହି ପଦକ୍ଷେପ କରୋନାକୁ ହରାଇବା ପାଇଁ ସମୟ ପୂର୍ବରୁ ଉଠାଯାଇଥିବା ଉଚିତ୍ କଠୋର ପଦକ୍ଷେପ। ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ୨୫ରେ ଲାଗୁ ଲକ୍‌ଡାଉନ୍‌ର ଅବଧି ଏପ୍ରିଲ ୧୪ରୁ ବଢାଇ ମେ ୩ କରିଛନ୍ତି।

ଡବ୍ଲ୍ୟୁଏଚଓର କ୍ଷେତ୍ରୀୟ ନିର୍ଦ୍ଦେଶକ ଡ. ପୁନମ ଖେତ୍ରପାଲ ସିଂହ କହିଛନ୍ତି, କରୋନାକୁ ରୋକିବା ପାଇଁ ସମୟ ଅନୁସାରେ ଭାରତ ଦ୍ଵାରା ଉଠାଯାଇଥିବା କଠୋର ପଦକ୍ଷେପକୁ ଡବ୍ଲ୍ୟୁଏଚଓ ପ୍ରଶଂସା କରୁଛି। ସଂକ୍ରମଣକୁ ରୋକିବା ପାଇଁ ରୋଗୀଙ୍କ ସଂଖ୍ୟା କେତେ ହ୍ରାସ ଘଟିବ ସେହି ବିଷୟରେ ଏବେଠୁ କିଛି କୁହାଯାଇ ପାରିବ ନାହିଁ। ମାତ୍ର ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ଵ ବଜାୟ ରଖିବା ସହିତ ଅନ୍ୟ ପ୍ରଭାବଶାଳୀ ଉପାୟ କରିବାରେ ଏହି ଛଅ ସପ୍ତାହ ବହୁତ ମହତ୍ଵପୂର୍ଣ୍ଣ।

ଡ. ସିଂହ କହିଛନ୍ତି ବହୁତ ବଡ ଆହ୍ଵାନ ପରେ ମଧ୍ୟ ଏହି ମହାମାରୀକୁ ପରାସ୍ତ କରିବାରେ ଭାରତ ପୂରା ପ୍ରତିବଦ୍ଧତା ସହ ଆଗକୁ ବଢୁଛି। ଏହି ଭାଇରସ୍‌କୁ ପରାଜିତ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ଯୋଗଦାନ ଜରୁରୀ ଅଟେ।

   Related Posts